ବ୍ୟୁରୋ ରିପୋର୍ଟ: IPL ୨୦୨୨କୁ ନେଇ ପ୍ରାୟ ବିସିସିଆଇ ପ୍ରସ୍ତୁତିରେ ଲାଗିଛି। ଆଇପିଏଲରେ ଏଥର ହୁଏତ ରୋମାଞ୍ଚକ ବଢ଼ିବାକୁ ଯାଉଛି କାରଣ ଏଥର ଆଇପିଏଲରେ ୮ ଜାଗରେ ୧୦ ଟିମ ଖେଳିବାର ଅଛି। ସେହିପରି ଏଥର ମ୍ୟାଚ ସଂଖ୍ୟା ୬୦ ଜାଗାରେ ୭୪ ଟି ମ୍ୟାଚ ହେବାର ଚାନ୍ସ ଅଛି।

ଏହା ମଧ୍ୟରେ ଖବର ଆସୁଛି କି ଅହମ୍ମଦାବାଦ ଟିମ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ବାଛିଛି। ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦିକ ପାଣ୍ଡ୍ୟାଙ୍କୁ ରିଟେନ କରିନଥିଲା। ସେ ପୂର୍ଵ ସିଜନରୁ ଖରାପ ଫର୍ମରୁ ଚାଲୁଛନ୍ତି।
କେ ଏଲ ରାହୁଲ ପଞ୍ଜାଵ କିଙ୍ଗସ ଟିମ ଛାଡିସାରିଛନ୍ତି ଓ ସେ ନୂତନ ଟିମ ଲକ୍ଷନଉର ଅଧିନାୟକ ହୋଇପାରନ୍ତି। ରାହୁଲ ବ୍ୟାଟିଙ୍ଗରେ କମାଲର ପ୍ରଦର୍ଶନ କରୁଛନ୍ତି। ତାଙ୍କୁ ଟିମ ଇଣ୍ଡିଆର ଟି-୨୦ର ଉପଅଧିନାୟକ ମଧ୍ୟ କରାଯାଇଛି। ସେ ଅଧିନାୟକ ରୂପରେ ଆଇପିଏଲରେ ପଞ୍ଜାଵକୁ ଅଧିକ ସଫଳତା ଦେଇପାରି ନାହାଁନ୍ତି।

ମହେନ୍ଦ୍ର ସିଂହଙ୍କ ପାଖରେ ସିଏସକେ ଓ ରୋହିତ ଶର୍ମାଙ୍କ ପାଖରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଅଛି। ନୂଆ ଟିମଡେ ଅଧିନାୟକ ରୂପରେ ରାହୁଲ ଓ ହାର୍ଦିକ ଏହି ଦୁଇ ହୋଇପାରନ୍ତି। ଧୋନି ଟିମକୁ ୪ ଥର ଓ ରୋହିତ ୫ ଥର ଚମ୍ପିୟାନ କରିଛନ୍ତି।
ରିଷଭ ପନ୍ତଙ୍କ ପାଖରେ ଦିଲ୍ଲୀ କ୍ୟାପିଟଲ୍ସ ଓ ସଞ୍ଜୁ ସାମସନଙ୍କ ପାଖରେ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ ଅଛି। ନ୍ୟୁଜିଲାଣ୍ଡର କେନ ୱିଲିୟମସନଙ୍କୁ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ ଦିଆଯାଇଛି। ପୂର୍ଵ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ଖରାପ ଥିଲା।

ବିରାଟ କୋହଲି ଆରସିବିର ଅଧିନାୟକ ଛାଡିସାରିଛନ୍ତି ତେଣୁ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲଙ୍କୁ ଆରସିବିର ଅଧିନାୟକତ୍ୱ କରାଯାଇପାରେ। ଏହା ଛଡା ଆୟରଙ୍କୁ ଉପରେ ମଧ୍ୟ RCB ର ନଜର ରହିପାରେ।
ଏହା ଛଡା ପଞ୍ଜାଵ କିଙ୍ଗସ ମୟଙ୍କ ଅଗ୍ରୱାଲଙ୍କୁ ଓ କେକେଆର ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ର ରସଲଙ୍କୁ ଅଧିନାୟକତ୍ୱ କରିପାରନ୍ତି। ନହେଲେ ୱାରନର କିମ୍ବା ଆୟର KKR ର କ୍ୟାପଟେନ ହୋଇପାରନ୍ତି। ପୂର୍ଵ ଅଳ୍ପ ଦିନ ତଳେ ୮ ଟିମ ୨୭ ଖେଳାଳିଙ୍କୁ ରିଟେନ କରିଥିଲା। ଆଗାମୀ ମାସରେ ମେଗା ଅକ୍ସନ ହେବାର ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।