ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂ ଧୋନି ଛାଡିଲେ CSK ର କ୍ୟାପଟେନ। CSK ର କ୍ୟାପଟେନସି ଦାୟୀତ୍ୱ ଏବେ ଜାଡେଜାଙ୍କ ଉପରେ ନ୍ୟସ୍ତ। ୪ ଥର CSK ଆଇପିଏଲରେ ଚମ୍ପିୟାନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଟି IPL ଟ୍ରଫି ଜିତିଛି। ୨୦୦୮ ରୁ ଧୋନି CSK ର କ୍ୟାପଟେନସି ସମ୍ଭାଳୁଛନ୍ତି। ପୂର୍ବ ବର୍ଷ ଧୋନୀଙ୍କ କ୍ୟାପଟେନସିରେ IPL ଜିତିଥିଲା CSK।

IPL 2022 ର ଆରମ୍ଭ ୨୬ ମାର୍ଚ୍ଚକୁ ହେବାର ଅଛି। ପ୍ରଥମ ମ୍ୟାଚ KKR ସହ CSK ର ଅଛି। ଚେନ୍ନାଇ ରିଟେନ ଲିଷ୍ଟରେ ମହେନ୍ଦ୍ର ସିଂ ଧୋନୀ, ରବୀନ୍ଦ୍ର ଜାଡେଜା, ମୋଇନ ଅଲ୍ଲୀ ଏବଂ ଋତୁରାଜ ଗାଏକୱାଡ଼ଙ୍କୁ କରିଥିଲା। ଜାଡେଜା ୧୬ କୋଟିରେ ରିଟେନ ହୋଇଥିବା ବେଳେ ଧୋନି ୧୧ କୋଟିରେ ରିଟେନ ହୋଇଥିଲେ।
ମୈଦାନରେ ପ୍ରାୟ ଶାନ୍ତ ନଜର ଆସୁଥିବା ଧୋନି ଏହି ଫଇସଲା ନେଇ ପ୍ରାୟ କ୍ରିକେଟ ପ୍ରେମୀଙ୍କୁ ଚକିତ କରିଦେଇଛନ୍ତି। ୨୦୧୪ ରେ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ବାମହାତୀର ବ୍ୟାଟ୍ସମାନ ରବୀନ୍ଦ୍ର ଜାଡେଜା ପ୍ରଥମ ଥର CSK ର କ୍ୟାପଟେନସି କରିବେ। ସେ IPL ରେ ମଧ୍ୟ ଆଗରୁ କ୍ୟାପଟେନ ହୋଇନାହାନ୍ତି। CSK ଛଡା ଜାଡେଜା ରାଜସ୍ଥାନ, ଗୁଜୁରାଟ ପକ୍ଷରୁ ବି ଖେଳିସାରିଛନ୍ତି।
📑 Official Statement 📑#WhistlePodu #Yellove 💛🦁 @msdhoni @imjadeja
— Chennai Super Kings (@ChennaiIPL) March 24, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।