IPL ୨୦୨୨: ମେଗା ଅକ୍ସନରେ CSK ଏହି ୫ ଖେଳାଳିଙ୍କୁ କରିବା ଟାର୍ଗେଟ! ସାମିଲ ଅଛନ୍ତି ବିଶ୍ୱର ନମ୍ବର ୧ ବୋଲର

ବ୍ୟୁରୋ ନ୍ୟୁଜ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ ୨୦୨୦ରେ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଏହା ପରେ ଟିମ ଆଇପିଏଲ ୨୦୨୧ରେ ସୁନ୍ଦର ପ୍ରଦର୍ଶନ କରି ୧୪ ମ୍ୟାଚରୁ ୯ ମ୍ୟାଚ ଜିତି ପ୍ଲେଅଫରେ ପହଁଚିଥିଲା। ନକଆଉଟ ମ୍ୟାଚରେ ଟିମ ଜିତି ଫାଇନାଲରେ କେକେଆରକୁ ହରାଇ ଚତ୍ରୁର୍ଥ ଥର ଚମ୍ପିୟାନ ହୋଇଥିଲା। ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ବରୁ ସିଏସକେ ଚାରି ଖେଳାଳିଙ୍କୁ ରିଟେନ କରିଛି। ଚେନ୍ନାଇ ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାୟକବାଡ଼ ଓ ମୋଇନ ଅଲ୍ଲୀଙ୍କୁ ରିଟେନ କରିଛି। ଏହି ବର୍ଷ ଟିମକୁ ଏକ ନୂତନ ଟିମ ପ୍ରସ୍ତୁତ କରିବାକୁ ହେବ ଯାହା ପାଇଁ ଅକ୍ସନରେ ସିଏସକେ ଏହି ୫ ଖେଳାଳିଙ୍କୁ ଟାର୍ଗେଟ କରିପାରେ।

Google

ସାରଦୁଲ ଠାକୁର: ସାରଦୁଲ ଠାକୁର ଟିମର ସନ୍ତୁଳନ ରକ୍ଷା କରିଥାନ୍ତି। ସେ ୬ ଷ୍ଟ ବୋଲରର ଦାଇତ୍ୱ ତୁଲାଇବା ସହ ବ୍ୟାଟିଙ୍ଗରେ ମଧ୍ୟ ଯୋଗଦାନ ଦେଇଥାନ୍ତି। ଯେବେବି ସିଏସକେଙ୍କୁ ଆବଶ୍ୟକ ହୋଇଥାଏ ସେ ଭଲ ପ୍ରଦର୍ଶନ କରିଦେଖାଇଛନ୍ତି। ଆଇପିଏଲ ୨୦୨୧ରେ ସେ ସିଏସକେ ପାଇଁ ସବୁ ୧୬ ଟି ଯାକ ମ୍ୟାଚରେ ୨୫.୦୯ ଔସତରେ ୨୧ ୱିକେଟ ନେଇଥିଲେ।ଆହା ଆଇପିଏଲରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଆଇପିଏଲ କ୍ୟାରିଅର କଥା କହିବାତ ସେ ଏବେ ପର୍ଯ୍ୟନ୍ତ ୬୧ ମ୍ୟାଚରେ ୨୭.୮୬ ଔସତରେ ୬୭ ୱିକେଟ ନେଇଛନ୍ତି।

ସାମ କରନ: ଟିମ ପାଖରେ ମାତ୍ର ଚାରିଜଣ ଖେଳାଳିଙ୍କୁ ରିଟନ କରିବାର କ୍ଷମତା ଥିଲା। ଟିମକୁ ସାମ କରନଙ୍କୁ ରିଲିଜ କରିବାକୁ ପଡିଲା। ଧୋନି ଆଇପିଏଲ ୨୦୨୦ରେ ଇଂଲଣ୍ଡର ଏହି ଅଲରାଉଣ୍ଡରଙ୍କର ଭଲ ବ୍ୟବହାର କରିଥିଲେ। ସେ ଆଇପିଏଲ ୨୦୨୧ରେ ୯ ମ୍ୟାଚରେ ୯ ଟି ୱିକେଟ ନେଇଥିଲେ ଓ ବ୍ୟାଟିଙ୍ଗରେ ମଧ୍ୟ ଯୋଗଦାନ ଦେଇଥିଲେ। ଟିମ ଏହି ବର୍ଷ ମଧ୍ୟ ନିଲାମୀରେ ତାଙ୍କ ଉପରେ ନଜର ରଖିପାରେ।

Google

ଇସାନ କିସନ: ସିଏସକେର ମୁଖ୍ୟ ଅଂଶ ଫାଫ ଡୁପ୍ଲେସି  ରିଟେନରେ ନାହାନ୍ତି ସେ ପୂର୍ଵ ସିଜନରେ ବ୍ୟାଟିଙ୍ଗରେ ଭଲ ପ୍ରଦର୍ଶନ କରିଥିଲେବି ଟିମ ତାଙ୍କୁ ରିଟନ କରିନାହିଁ। ଅଧିକ ବୟସ କାରଣରୁ ଅଧିକ ଟିମ ତାଙ୍କ ଉପରେ ଦାମ ଲଗାଇବା ନାହିଁ ତେଣୁ ସେ ପୁଣି ସିଏସକେ ସହିତ ଯୋଡି ହୋଇପାରନ୍ତି। କିନ୍ତୁ ସିଏସକେଙ୍କୁ ତାଙ୍କ ବିକଳ୍ପ ରୂପରେ ଏକ ଓପନର ଆବଶ୍ୟକ ସେ ଇସାନ କିସନ ହୋଇପାରନ୍ତି। ସେ ଋତୁରାଜ ଗାୟକବାଡ଼ଙ୍କ ସହ ଓପନିଙ୍ଗ ଯୋଡି ହୋଇପାରିବେ। ଯାହା ଦ୍ୱାରା ଡାହାଣ ଓ ବାମ ହାତୀ ବ୍ୟାଟ୍ସମ୍ୟାନଙ୍କ ସନ୍ତୁଳନ ରହିବ।

ରାହୁଲ ଚାହାର: ଚେନ୍ନାଇକୁ ସ୍ପିନରେ ଜାଡେଜା ଓ ମୋଇନ ଅଲ୍ଲୀଙ୍କ ଉପରେ ନିର୍ଭର ରହିବାକୁ ପଡିଛି।ଦୁହେଁ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ସିଏସକେ ବିବିଧତାରୁ ଓହରିଯାଇଛି। ସ୍ପିନକୁ ଅଧିକ ମଜବୁତ କରିବା ପାଇଁ ସିଏସକେ ଲେଗ ସ୍ପିନର ରାହୁଲ ଚାହାରଙ୍କୁ ଟିମରେ ଯୋଡିପାରେ। ଚାହାର ଆଇପିଏଲରେ ମୁମ୍ବାଇ ପାଇଁ ଆବଶ୍ୟକ ସମୟରେ ସବୁବେଳେ ପ୍ରଭାବଶାଳୀ ରହିଛନ୍ତି। ସେ ଭଲ ପ୍ରଦର୍ଶନ ଦ୍ଵାରା ଟି-୨୦ ୨୦୨୧ ବିଶ୍ୱକପରେ ଜାଗା ପାଇଥିଲେ।

Google

ଟ୍ରେଣ୍ଟ ବୋଲଟ: ସିଏସକେ ପାଖରେ ସବୁବେଳେ ଏମିତି ଏକ ବୋଲରର କମିଦେଖାଯାଇଥାଏ ଯିଏକି ଅଧିକ ଗତିରେ ବୋଲିଙ୍ଗ କରୁଥିବ ଓ ପାୱାର ପ୍ଲେ ଓ ଡେଥ ଓଭରରେ ବୋଲିଙ୍ଗ କରୁଥିବ। ସିଏସକେ ଲୁଙ୍ଗି ଏନଗିଡିଙ୍କ ସହ ପରୀକ୍ଷା କରିଥିଲେ କିନ୍ତୁ ସେ ଭଲ ପ୍ରଦର୍ଶନ କରିପାରିନଥିଲେ। ବୋଲଟ ମୁମ୍ବାଇ ସହ ପୁର୍ବ ଦୁଇଟି ଆଇପିଏଲ ସିଜନରେ ଭଲ ପ୍ରଦର୍ଶନ କରିଥିଲେ। ବୋଲଟ ଦୁନିଆର ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଜଣେ ଓ ସିଏସକେ ତାଙ୍କୁ ମୋଟ ଦାମ ଦେଇ ଟିମରେ ସାମିଲ କରିବାକୁ ଚାହିଁବ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *