ମଇରେ ହେବ IPL ଫାଇନାଲ, ତାରିଖ ଆସିଲା ସାମ୍ନାକୁ,ମୁମ୍ବାଇରେ ଖେଳାଯିବ ୫୫ ମ୍ୟାଚ!: ରିପୋର୍ଟ

ବ୍ୟୁରୋ ରିପୋର୍ଟ: IPL ୨୦୨୨ର ସିଡ୍ୟୁଲ ପାଖାପାଖି ପକ୍କା ହୋଇଯାଇଛି। ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚରୁ ହୋଇପାରେ ଓ ଫାଇନାଲ ମ୍ୟାଚ ୨୯ ମଇକୁ ହୋଇପାରେ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟି ଟିମ ଓହ୍ଲାଇବ। ଅକ୍ସନରେ ଏଥର ୨୦୪ ଖେଳାଳିଙ୍କୁ କିଣାଯାଇଛି। ମାନେ ଏଥର ଆଇପିଏଲରେ ମୋଟ ୨୩୭ ଖେଳାଳି ଖେଳିବାର ଅଛି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ ମାହାରାଷ୍ଟ୍ରରେ ଖେଳାଯିବାର ଅଛି। ମୁମ୍ବାଇରେ ୫୫ ଟି ମ୍ୟାଚ ଖେଳାଯିବ,୨୪ ଫେବୃଆରୀକୁ ଆଇପିଏଲ ଗର୍ଭନିଙ୍ଗ କାଉନ୍ସିଲର ବୈଠକ ହେବାକୁ ଯାଉଛି।

Google

 

କ୍ରିକବଜର ଖବର ଅନୁସାରେ ଆଇପିଏଲର ଲିଗ ରାଉଣ୍ଡର ମ୍ୟାଚ ମହାରାଷ୍ଟ୍ରରେ ଖେଳାଯିବ। ଲିଗ ରାଉଣ୍ଡରେ ମୋଟ ୭୦ ମ୍ୟାଚ ଖେଳାଯିବ। ମୁମ୍ବାଇର ତିନୋଟି ଷ୍ଟାଡିୟମ ୱାଖଡେ, ଡିବାଇ ପାଟିଲ, ଓ ବ୍ରେବୋନରେ ମୋଟ ୫୫ ଟି ମ୍ୟାଚ ଖେଳାଯିବ। ଏହା ଛଡା ପୁନେରେ ୧୫ ମ୍ୟାଚ ହେବ। ସବୁ ୧୦ ଟିମ ୱାନଖଡେ ଓ ଡିବାଇ ପାଟିଲ ଷ୍ଟାଡିୟମରେ ୪-୪ ମ୍ୟାଚ ଖେଳିବାର ଅଛି। ଏହା ଛଡା ତାଙ୍କୁ ପୁନେ ଓ ବ୍ରେବୋନ ଷ୍ଟାଡିୟମରେ ୩-୩ ମ୍ୟାଚ ଖେଳିବାର ଅଛି। ଏଥର ଆଇପିଏଲରେ ମ୍ୟାଚ ସଂଖ୍ୟା ୬୦ ବଦଳରେ ୭୪ ହେବ।

ପ୍ଲେଅଫର ଭେନ୍ୟୁ ଉପରେ ଫଇସଲା ହୋଇନି:

ରିପୋର୍ଟ ଅନୁସାରେ ଆଇପିଏଲର ୪ ଟି ପ୍ଲେଅଫର ଭେନ୍ୟୁ ଉପରେ ଫଇସଲା ହୋଇନି। କିନ୍ତୁ ସୂଚନା ଅନୁସାରେ ନକଆଉଟ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାର ଅଛି। ୨୪ ଫେବୃଆରୀ ଗୁରୁବାରକୁ ହେବାକୁ ଯାଉଥିବା ଆଇପିଏଲ ଗର୍ଭିନିଙ୍ଗ କାଉନ୍ସିଲର ବୈଠକରେ ପୁରା ସେଡ୍ୟୁଲ ଉପରେ ଚର୍ଚା ହେବ। ଆଇପିଏଲର ୧୫ ତମ ସିଜନରେ ୧୦ ଦେଶର ଖେଳାଳି ଓହ୍ଲାଇବେ। ଚେନ୍ନାଇ ସୁପର କିଙ୍ଗସ୍ ଡିଫେଣ୍ଡିଙ୍ଗ ଚମ୍ପିୟାନ ଅଟେ ଓ ସେ ୪ ଥର ଆଇପିଏଲ ଟ୍ରଫି ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି। ଟି-୨୦ ଲିଗର ସିଜନରେ ଲକ୍ଷନୌ ସୁପର ଜାଏଣ୍ଟର୍ସ ଓ ଗୁଜୁରାଟ ଟାଇଟନ୍ସ ରୂପରେ ଦୁଇଟି ନୂଆ ଟିମ ଯୋଡି ହୋଇଛନ୍ତି। ଅଷ୍ଟ୍ରେଲିଆର ଅନେକ ବଡ଼ ଖେଳାଳି ଆଇପିଏଲର ଆରମ୍ଭ କିଛି ମ୍ୟାଚ ଖେଳିନପାରନ୍ତି। ଏହି ସମୟରେ ଟିମକୁ ପାକିସ୍ତାନ ସହ ଇଣ୍ଟରନେସନାଲ ସିରିଜ ଖେଳିବାର ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *