IPLପୂର୍ବରୁ ପାଣ୍ଡ୍ୟାଙ୍କ ହୁଙ୍କାର! ବିପକ୍ଷ ଟିମକୁ ଦେଲେ କଡା ଚେତାବନୀ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨କୁ ଆରମ୍ଭ ହେବାରେ ଆଉ ପ୍ରାୟ ଦୁଇ ସପ୍ତାହର ସମୟ ବଞ୍ଚିଛି। କିନ୍ତୁ ଗରମା ଗରମ ଆରମ୍ଭ ହୋଇଗଲାଣି। ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ଏକ ମଜେଦର ଭିଡ଼ିଓ ସେୟାର କରି ବାକି ଟିମଙ୍କୁ ଏହି ଚେତାବନୀ ଦେଇଛନ୍ତିକି ଲିଗରେ ସାମିଲ ହୋଇଥିବା ନୂଆ ଟିମଙ୍କୁ ସେ ହାଲ୍କାରେ ନେବା ଉଚିତ ନୁହେଁ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଖେଳିବ। ଗୁଜୁରାଟ ଟାଇଟନ୍ସ ଓ ଲକ୍ଷନୌ ସୁପର ଜାଏଣ୍ଟର୍ସ ଦୁଇ ନୂଆ ଟିମର ଏଣ୍ଟ୍ରି ହୋଇଛି।

Google

ହାର୍ଦିକ ପାଣ୍ଡ୍ୟା ଏଥର ନୂଆ ଟିମ ଗୁଜୁରାଟ ଟାଇଟନ୍ସର ଅଧିନାଯକତ୍ୱ ସମ୍ଭାଳୁଥିବା ନଜର ଆସିବେ। ସେ ଆଇପିଏଲ ୨୦୨୨ ସହିତ ଜଡିତ ଏକ ପ୍ରୋମୋରେ ନୂଆ ଅବତାରରେ ନଜର ଆସିଛନ୍ତି। ଭିଡ଼ିଓରେ ହାର୍ଦିକଙ୍କୁ ବମ ଡିସ୍ପୋଜଲ ସ୍କାର୍ଡର ଏକ୍ସପର୍ଟ ବନାଯାଇଛି। ଯିଏକି ନିଜ ସ୍କାର୍ଡର ଦୁଇ ସଦସ୍ୟଙ୍କୁ ବମ ଡିସ୍ପୋଜଲ କରିବାର ଉପାୟ କହୁଛନ୍ତି।

ଭିଡ଼ିଓର ଆରମ୍ଭରେ ଦୁଇ ବ୍ୟକ୍ତି ବମ ଡିସ୍ପୋଜଲ କରିବାର ଚେଷ୍ଟା କରୁଥିବା ଦେଖା ଯାଉଛନ୍ତି। ସେ କଥା ହେଉଛନ୍ତି କି ପ୍ରଥମେ ୮ ରଙ୍ଗର ବାୟର ଥାଏ। ଦୁହେଁ ଏହା ଜାଣି ପାରୁନାହାନ୍ତି କି କେଉଁ ତାର କାଟିବେ। ସେଥିରୁ ଜଣେ କହୁଛିକି ନୂଆ ତାର କାଟିଦେବା କାରଣ ତା ଦ୍ଵାରା ଧମାକା ହେବନାହିଁ। କିନ୍ତୁ ପାଣ୍ଡ୍ୟା ଦୁହିଁଙ୍କୁ ବୁଝାଉଛନ୍ତି କି ନୂଆ ତାରକୁ କାଟିବନି ନହେଲେ ବ୍ଲାଷ୍ଟ ହୋଇଯିବ। କିନ୍ତୁ ଦୁହେଁ ପାଣ୍ଡ୍ୟାଙ୍କ କଥା ନ ଶୁଣି ନୂଆ ତାରକୁ କାଟିଦେଲେ ଓ ଜୋରେ ଧମାକା ହେଲା।

ପାଣ୍ଡ୍ୟାଙ୍କ ନୂଆ ଅବତାର:

ଏହା ପରେ ପାଣ୍ଡ୍ୟା ସ୍କ୍ରିନରେ ଆସି କହିଥାନ୍ତି,”ଯେବେବି ନୂଆ କଟିବ ୧୦୦ ଟକା ଫାଟିବ”। ଏହାର ଇସାରା ଆଇପିଏଲ ୨୦୨୨ରେ ସାମିଲ ଦୁଇ ନୂଆ ଟିମ ଲକ୍ଷନୌ ଓ ଗୁଜୁରାଟ ଅଟେ। ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚରୁ ହେବ:

ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚକୁ ମୁମ୍ବାଇର ୱାଖଡେ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକତା ନାଇଟ ରାଇଡ଼ର୍ସ ମଧ୍ୟରେ ହେବ। ଏଥର ଆଇପିଏଲରେ ୭୦ ଲିଗ ମ୍ୟାଚ ଓ ୪ ନକଆଉଟ ମ୍ୟାଚ ହେବ। ସବୁ ମ୍ୟାଚ ମୁମ୍ବାଇ ଓ ପୁନେରେ ହେବ। ଲିଗ ଷ୍ଟେଜର ଶେଷ ମ୍ୟାଚ ୨୨ ମଇକୁ ହାଇଦ୍ରାବାଦ ଓ ପଞ୍ଜାଵ ମଧ୍ୟରେ ୱାଖଡେରେ ହେବ। ପ୍ଲେ ଅଫର ସିଡ୍ୟୁଲ ପରେ ଜାରି କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *