ଆଇପିଏଲର ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଟିଭି ଓ ଡିଜିଟାଲ ରାଇଟସ ହାସଲ କରିବା ୱାଲା କମ୍ପାନୀର ନାମ ଘୋଷଣା କରିଦିଆଯାଇଛି। ଆଇପିଏଲର ଅଧିକାରୀକ ଟ୍ୱିଟର ଆକାଉଣ୍ଟରେ ଏହାର ଘୋଷଣା କରିଦିଆଯାଇଛି। ଏହା ଆଇପିଏଲ ୨୦୨୩-୨୦୨୭ ପର୍ଯ୍ୟନ୍ତ ଅଟେ। ବୋର୍ଡ ଷ୍ଟାର ସ୍ପୋର୍ଟସ ଇଣ୍ଡିଆକୁ ପୁଣି ଯୋଡିହେବା ଯୋଗୁ ଧନ୍ୟବାଦ ଦେଇଛି। ସେହିପରି ବାୟଫୋମ ୧୮ ଓ ଟାଇମ୍ସ ଇଣ୍ଟରନେଟକୁ ନେଇ କହିଛନ୍ତି ଆପଣଙ୍କୁ ସ୍ୱାଗତ ଅଟେ। ଏହା ୫ ବର୍ଷର ଆଶାଜନକ କାମର ଆରମ୍ଭ ଅଟେ। ଆମେ ଏହାର ଆରମ୍ଭର ଅପେକ୍ଷା କରିପାରିବୁ ନାହିଁ। ଏହା ମଧ୍ୟରେ ବୋର୍ଡ ସଚିବ ଜୟ ଶାହା ବାୟଫୋମ ୧୮ କୁ ଡିଜିଟାଲ ରାଇଡଟସ ମିଳିବା କଥା କହିଛନ୍ତି। ସେ ସୋସିଆଲ ମିଡ଼ିଆରେ ଏହାକୁ ନେଇ ସୂଚନା ଦେଇଛନ୍ତି। ଏହା ପାଇଁ ବୋର୍ଡକୁ ମୋଟ ୪୮ ହଜାର ୩୯୦ କୋଟି ମିଳିଛି।

ବିସିସିଆଇ ତରଫରୁ ମୋଟ ୪ କାଟାଗୋରି ପାଇଁ ରାଇଟର୍ସ ରବିବାରକୁ ଆରମ୍ଭ କରାଯାଇଥିଲା,ଯାହାକି ଆଜି ଶେଷ ହୋଇଛି। ପ୍ରଥମ ପ୍ୟାକେଜରେ ଭାରତୀୟ ଉପମହାଦୀପ ଟିଭି ରାଇଟସ ସାମିଲ ଥିଲା। ଦ୍ୱିତୀୟ ପ୍ୟାକେଜରେ ଭାରତୀୟ ଉପମହାଦୀପ ଡିଜିଟାଲ ରାଇଟସ ସାମିଲ କରାଯାଇଥିଲା। ତୃତୀୟ ମ୍ୟାଚରେ ବଛା ବଛା ମ୍ୟାଚ ପାଇଁ ଡିଜିଟାଲ ରାଇଟସ ସାମିଲ ଥିଲା। ଚତ୍ରୁର୍ଥ ପ୍ୟାକେଜରେ ଭାରତୀୟ ଉପମହାଦୀପ ବାହାର ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାରୀ ସାମିଲ ଥିଲା।
Since its inception, the IPL has been synonymous with growth & today is a red-letter day for India Cricket, with Brand IPL
touching a new high with e-auction resulting in INR 48,390 cr value. IPL is now the 2nd most valued sporting league in the world in terms of per
match value!— Jay Shah (@JayShah) June 14, 2022
ବିସିସିଆଇ ଆଗାମୀ ୫ ବର୍ଷରେ ୪୧୦ ଆଇପିଏଲ ମ୍ୟାଚ କରାଇବା ପାଇଁ ଯୋଜନା କରିସାରିଛି। ୨୦୨୩-୨୪ ରେ ୭୪-୭୪,୨୦୨୫-୨୬ ରେ ୮୪-୮୪, ଓ ୨୭ ରେ ୯୪ ମ୍ୟାଚ କରାଯାଇପାରେ। ଆଇପିଏଲ ୨୦୨୨ରେ ୮ ଜାଗାରେ ୧୦ ଟିମଙ୍କୁ ମୌକାଦିଆଯାଇଥିଲା।
ଜୟ ଶାହା ଟ୍ୱିଟ କରିଛନ୍ତିକି ବାୟଫୋମ ୧୮ କୁ ୨୩,୭୫୮ କୋଟିରେ ଡିଜିଟାଲ ରାଇଟସ ମିଳିଛି। ଭାରତ ଏକ ଡିଜିଟାଲ କ୍ରାନ୍ତି ଦେଖାଯାଇଛି ଓ ଏହି କ୍ଷେତ୍ରରେ ଅନନ୍ତ ସମ୍ଭାବନା ଅଛି। ଡିଜିଟାଲ ମିଡ଼ିଆ କ୍ରିକେଟ ଦେଖିବାର ପ୍ରଣାଳୀ ବଦଳାଇଦେଇଛି।ଏହା ଖେଳର ବିକାଶ ଓ ଡିଜିଟାଲ ଇଣ୍ଡିଆ ଭିଜନର ଏକ କାରକ ଅଟେ। ସେ ଆଗକୁ ଲେଖିଛନ୍ତି ଷ୍ଟାର ଇଣ୍ଡିଆକୁ ୨୩,୫୭୫ କୋଟିରେ ଟିଭି ରାଇଟସ ଦିଆଯାଇଛି। ପୂର୍ଵ ଥର ଷ୍ଟାର ଟିଭି ଓ ଡିଜିଟାଲ ମିଡ଼ିଆ ଦୁହିଁଙ୍କୁ ୧୬,୩୫୮ ରେ କିଣିଥିଲା।
Thank you, @StarSportsIndia for renewing the partnership!
Welcome on-board @viacom18 and @TimesInternet.
This is just the start of a promising 5-year journey. We can't wait to get going. #TATAIPL
— IndianPremierLeague (@IPL) June 14, 2022
ତେବେ ଏହି IPL 2022 ରେ ଗୁଜରାଟ ଚମ୍ପିୟନ ହୋଇଥିଲା। ଯାହାର କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଥିଲେ। IPL ଫାଇନାଲରେ ରାଜସ୍ଥାନକୁ ହରାଇ ଟ୍ରଫି ଜିତିଥିଲା GT।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।