ବ୍ୟୁରୋ ରିପୋର୍ଟ: ଆପଣଙ୍କୁ କହିରଖିବୁ ଆଇପିଏଲ ୨୦୨୨ର ମେଗା ଅକ୍ସନ ଫେବୃଆରୀ ୧୨ ଓ ୧୩କୁ ବାଙ୍ଗାଲୋରରେ ଅନୁଷ୍ଠିତ ହେବାର ଅଛି। ଏହା ପୂର୍ବରୁ କିଛି କିଛି ଟିମ କିଛି ଖେଳାଳିଙ୍କ ଉପରେ ନଜର ରଖିଛନ୍ତି। ଏହି ଟିମ ମଧ୍ୟରେ ଅଛନ୍ତି ଆରସିବି ଓ କେକେଆର। ଦୁଇ ଟିମ ଦେଶୀ ଅଧିନାୟକଙ୍କ ତଲାସ କରୁଛନ୍ତି ଏଥିରେ ପଞ୍ଜାଵ ଟିମ ମଧ୍ୟ ସାମିଲ ଅଛି ଏଥିପାଇଁ ସବୁଠୁ ବଡ଼ ବିକଳ୍ପ ଶ୍ରେୟସ ଅୟର ମଧ୍ୟ ହୋଇପାରନ୍ତି। ଏହା ମଧ୍ୟରେ ଆକାଶ ଚୋପ୍ରା କହିଛନ୍ତି କି ଆରସିବି ଶ୍ରେୟସଙ୍କୁ ଟିମରେ ସାମିଲ କରିବା ପାଇଁ ୨୦ କୋଟି ପର୍ଯ୍ୟନ୍ତ ଦାମ ଲଗାଇପାରେ।

ସେ ଏହା ମଧ୍ୟ କହିଛନ୍ତି କି ଏହି ଖବର ତାଙ୍କୁ ଆରସିବି ଠୁ ମିଳିଛି। ଏହି ଖବର ଉପରେ ବିଶ୍ୱାସ ମଧ୍ୟ କରାଯାଇପାରେ। ଶ୍ରେୟସଙ୍କ ଉପରେ ସବୁ ଟିମ ଭରସା କରିବ କାରଣ ଶ୍ରେୟସ ଟି-୨୦ର ଜଣେ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ସହ କହିରଖିବି ଯେବେ ଗମ୍ଭୀର ୨୦୧୮ରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ ସିଜନ ଅଧାରୁ ଛାଡ଼ିଥିଲେ ସେବେ ଦିଲ୍ଲୀ ଶ୍ରେୟସଙ୍କୁ ଅଧିନାୟକ କରିଥିଲା। ଶ୍ରେୟସ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ ସହ ସୁନ୍ଦର ଅଧିନାୟକତ୍ୱ କରିଥିଲେ।ଶ୍ରେୟସ ବର୍ଷ ୨୦୨୦ ଆଇପିଏଲରେ ନିଜ ଅଧିନାୟକତ୍ୱରେ ପ୍ରଥମ ଥର ଦିଲ୍ଲୀକୁ ଫାଇନାଲ ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ।
ଟିମ ଫାଇନାଲରେ ମୁମ୍ବାଇ ସହ ହାରିଯାଇଥିଲା,ଏହା ପରେ ବର୍ଷ ୨୦୨୧ ଆଇପିଏଲ ପୂର୍ବରୁ ଶ୍ରେୟସ ଆଘାତ ହୋଇଯିବ ପରେ ଦିଲ୍ଲୀ ରିସଭ ପନ୍ତଙ୍କୁ ନୂତନ ଅଧିନାୟକ କରିଥିଲା। ଶ୍ରେୟସ ଦ୍ୱିତୀୟ ଭାଗରେ ଟିମରେ ସାମିଲ ହୋଇଥିଲେ ମଧ୍ୟ ଟିମ ରିଷଭଙ୍କୁ ହିଁ ଅଧିନାୟକ ରଖିଥିଲା। ଆଇପିଏଲ ୨୦୨୨ ପାଇଁ ମଧ୍ୟ ଟିମ ରିଷଭଙ୍କୁ ଅଧିନାୟକ କରିବା ପରେ ଶ୍ରେୟସ ଦଳରୁ ବାହାରିବା ପାଇଁ ନିସ୍ପତି ନେଇଥିଲେ। ସେ ଆଇପିଏଲ ଏବେ ପର୍ଯ୍ୟନ୍ତ ୨୩୭୫ ରନ ମଧ୍ୟ କରିଛନ୍ତି। ସେ ୧୬ ଟି ଅର୍ଦ୍ଧଶତକ ମଧ୍ୟ ଆଇପିଏଲରେ ମାରିଛନ୍ତି। ଏବେ ଏହି ତିନୋଟି ଟିମ ତାଙ୍କୁ କିଣିବା ପାଇଁ ବେଶୀ ଦାମ ଲଗାଇବେ।
Aakash Chopra drops a big update on RCB's plan for Shreyas Iyer in IPL 2022 Auction#IPLAuction2022 #IPL2022MegaAuction https://t.co/uDKw47DpGO
— CricketNext (@cricketnext) February 2, 2022
ଆରସିବିର ପୂର୍ଵ ଅଧିନାୟକ ବିରାଟ କୋହଲି ଅଧିନାୟକତ୍ୱ ଛାଡିଦେଇଥିଲେ। ପଞ୍ଜାଵ ଟିମର ପୂର୍ଵ ଅଧିନାୟକ କେ ଏଲ ରାହୁଲ ମଧ୍ୟ ଟିମରୁ ବାହାରିଯାଇଛନ୍ତି। ଏହି ବର୍ଷ ଆଇପିଏଲରେ ୮ ସ୍ଥାନରେ ୧୦ ଟିମ ଖେଳିବାର ଅଛି। ମ୍ୟାଚ ସଂଖ୍ୟା ମଧ୍ୟ ୬୦ ରୁ ବଢି ୭୪ ହେବାର ଚାନ୍ସ ଅଛି। ଏହା ଦେଖିବା ବାକି ରହିଲା କି ଏହି ଟିମମାନେ ଶ୍ରେୟସଙ୍କ ଉପରେ କେତେ ଦାମ ଲଗାଉଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।