ଏହି ଜବରଦସ୍ତ ଅଲରାଉଣ୍ଡର ବାହାରିବେ ମୁମ୍ବାଇ ଦଳରୁ? ଜୋର ଧରିଲା ଖବର, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଆଇପିଏଲ ୨୦୨୨ ଏତେ ଖାସ୍ ସାବ୍ୟସ୍ତ ହେଲାନାହିଁ। ମୁମ୍ବାଇ ଟିମ ଆଇପିଏଲ ୨୦୨୨ରେ ୧୪ ମ୍ୟାଚରୁ ୧୦ ମ୍ୟାଚ ହାରି ପ୍ଲେ ଅଫରୁ ପୂର୍ବରୁ ବାହାର ହୋଇଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟିମ ଏହି ସିଜନରେ ୮ ଅଙ୍କ ସହିତ ପଏଣ୍ଟସ ଟେବୁଲରେ ଶେଷ ସ୍ଥାନରେ ରହିଥିଲା।

Google

ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜନରେ କରିଦେବ ଏହି ମହାନ ଖେଳାଳିଙ୍କ ଛୁଟି:

ଏହି ଆଇପିଏଲ ସିଜନରେ ଏଭଳି ଖରାପ ପ୍ରଦର୍ଶନ ପରେ ଆଗାମୀ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଏହି ମହାନ ଖେଳାଳିଙ୍କୁ ଛୁଟି କରିପାରେ। ପୂର୍ଵ ଭାରତୀୟ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପଡ଼ା କହିଛନ୍ତି ମୁମ୍ବାଇ ଆଗାମୀ ଆଇପିଏଲ ସିଜନ ପାଇଁ କାୟରନ ପୋଲାଡ଼ଙ୍କୁ ରିଟେନ କରିପାରେ। କହିରଖିବୁ ମୁମ୍ବାଇ ଆଇପିଏଲ ୨୦୨୨ମେଗା ଅକ୍ସନ ପୂର୍ବରୁ କାୟରନ ପୋଲାଡ଼ଙ୍କୁ ରିଟେନ କରିଥିଲା। କାୟରନ ପୋଲାର୍ଡ଼ଙ୍କୁ ରିଟେନ କରିବା ଚକରରେ ମୁମ୍ବାଇ ହାର୍ଦିକ ପାଣ୍ଡ୍ୟାଙ୍କ ପରି ଜବରଦସ୍ତ ଅଲରାଉଣ୍ଡରଙ୍କୁ ଆଉ ଟିମରେ ସାମିଲ କରିନଥିଲା ଓ ରିଲିଜ କରିଦେଇଥିଲା।

ନାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ପ୍ରସଂସକ:

କାୟରନ ପୋଲାର୍ଡ଼ଙ୍କ ଉପରେ ଦାବି ଲଗାଇବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁଠୁ ଭଲ ସାବ୍ୟସ୍ତ ହେଲା। ଆଇପିଏଲ ୨୦୨୨ରେ କାୟରନ ପୋଲାର୍ଡ଼ ୧୧ ମ୍ୟାଚରେ ମାତ୍ର ୧୪୪ ରନ କରିଥିଲା। ଯାହା ପରେ ଶେଷ ତିନୋଟି ମ୍ୟାଚରେ ତାଙ୍କୁ ଚୂଡାନ୍ତ ଏକାଦଶରେ ମଧ୍ୟ ସାମିଲ କରାଯାଇନଥିଲା। ଆକାଶ ଚୋପଡା କହିଛନ୍ତି ପୋଲାର୍ଡ଼ ବୋଧେ ନିଜର ଶେଷ ଆଇପିଏଲ ସିଜନ ଖେଳିଛନ୍ତି। ଯଦି ଆଗାମୀ ସିଜନରେ ମୁମ୍ବାଇ ପୋଲାର୍ଡ଼ଙ୍କୁ ରିଲିଜ କରିଦେବ ତେବେ ମୁମ୍ବାଇ ପାଖରେ ୬ କୋଟି ବଂଚିଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *