IPL ୨୦୨୨:ଆଇପିଏଲ ୨୦୨୨ର ଆୟୋଜନ ହେବ ଦେଶ ବାହାରେ, ପ୍ରସ୍ତୁତିରେ BCCI! ପଢନ୍ତୁ ପୁରା ଖବର

ବ୍ୟୁରୋ ନ୍ୟୁଜ: ଦେଶରେ କରୋନା କେସ ଲଗାତର ବଢିଚାଲିଛି। ରବିବାରକୁ ଦେଶରେ ୧.୫ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଛି। ତେଣୁ ଏବେ ଆଇପିଏଲ ୨୦୨୨କୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି। ପୂର୍ଵ ବର୍ଷ କରୋନା ପାଇଁ ଆଇପିଏଲକୁ ଅଧାରୁ ସ୍ତଗୀତ କରିବାକୁ ପଡିଥିଲା। ଏହାପରେ ପୂର୍ଵ ସିଜିନର ବାକିଥିବା ମ୍ୟାଚ ୟୁଏଇରେ କରାଯାଇଥିଲା। ଆଇପିଏଲ ୨୦୨୦ର ପୁରା ସିଜନ ମଧ୍ୟ ୟୁଏଇରେ ଆୟୋଜନ ହୋଇଥିଲା। ଏବେ ଏଭଳି ପରିସ୍ଥିତିରେ ବିସିସିଆଇ ପାଇଁ ଆଇପିଏଲ ୨୦୨୨ର ଆୟୋଜନ ଦେଶରେ କରିବା କଷ୍ଟକର ହେବ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଓହ୍ଲାଇବାର ଚାନ୍ସ ଅଛି। ମାନେ ଖେଳାଳିଙ୍କ ସଂଖ୍ୟା ତ ବଢିବାର ଚାନ୍ସ ଅଛି ତା ସହ ମ୍ୟାଚ ସଂଖ୍ୟା ମଧ୍ୟ ବଢିପାରେ।

Google

ଇଣ୍ଡିଆ ଟୁଡେର ଖବର ଅନୁସାରେ ବିସିସିଆଇ ଆୟୋଜନ ପାଇଁ ଘର ବାହାରେ ବିକଳ୍ପ ରୂପରେ ଅନ୍ୟ ଦେଶ ଉପରେ ନଜର ରଖିଛି। ସୂତ୍ର କହିଛନ୍ତି,”ଆମେ ସବୁ ବିକଳ୍ପ ଉପରେ ନଜର ରଖିଛି ଏଥିରେ ବିଦେଶ ବେନ୍ୟୁ ମଧ୍ୟ ସାମିଲ ଅଛି।କିନ୍ତୁ ଆମ ଧ୍ୟାନ ଭାରତରେ ଆୟୋଜନ କରିବା ଉପରେ ରହିବ। ବର୍ତ୍ତମାନ ଆମର ପ୍ରାଥମିକତା ନିଲାମୀ ଅଟେ। ଆମେ ଜଲ୍ଦି ହିଁ ଫଇସଲା କରିବୁ”। ଅଳ୍ପଦିନ ତଳେ କରୋନାର ବଢୁଥିବା ମାମଲା କାରଣରୁ ବୋର୍ଡ ରଣଜୀ ଟ୍ରଫି ସହ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ଅନିଧିସ୍ଟକାଳ ପର୍ଯ୍ୟନ୍ତ ସ୍ତଗୀତ କରିଦେଇଛି।

ଗାଙ୍ଗୁଲି ଦେଶରେ ଆୟୋଜନ କରିବା ପକ୍ଷରେ ଅଛନ୍ତି:ବୋର୍ଡର ଅଧକ୍ଷ ସୌରଭ ଗାଙ୍ଗୁଲି କିଛି ଦିନ ପୂର୍ବରୁ କହିଥିଲେକି ଆମେ ଆଇପିଏଲର ଆୟୋଜନ ଘରେ କରିବାକୁ ଚାହୁଁଛୁ। କିନ୍ତୁ କରୋନାର କେସ ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। ଆଗାମୀ ମାସରେ ୱେଷ୍ଟଇଣ୍ଡିଜକୁ ମଧ୍ୟ ସୀମିତ ଓଭର ସିରିଜ ଖେଳିବା ପାଇଁ ଭାରତ ଆସିବାର ଅଛି। ଆଇପିଏଲର ମେଗା ଅକ୍ସନ ମଧ୍ୟ ଆଗାମୀ ମାସରେ ହେବାର ଅଛି କିନ୍ତୁ ବୋର୍ଡ ଏହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ଅଧିକାରୀକ ବୟାନ ଦେଇନାହିଁ।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *