IPL ପୂର୍ବରୁ ଲକ୍ଷନୌ ସୁପର ଜାଏଂଟସକୁ ଲାଗିଲା ଘୋର ଝଟକା! ଏହି ଦ୍ରୁତ ବୋଲର IPL ରୁ ବାଦ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଆରମ୍ଭ ପୂର୍ବରୁ ନୂତନ ଟିମ ଲକ୍ଷନୌ ସୁପର ଜାଏଣ୍ଟର୍ସକୁ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ପେସ ବୋଲର ମାର୍କ ଉଡ଼ ଆଘାତ କାରଣରୁ ଆଇପିଏଲ ୨୦୨୨ରୁ ବାହାର ହୋଇଯାଇଛନ୍ତି। ଆଇପିଏଲ ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚରୁ ମୁମ୍ବାଇରେ ହେବାର ଅଛି। ପ୍ରଥମ ମ୍ୟାଚ ପୂର୍ଵ ଚମ୍ପିୟାନ ଓ ପୂର୍ଵ ରନର୍ସଅପ ଚେନ୍ନାଇ ଓ କଲିକତା ମଧ୍ୟରେ ହେବାର ଅଛି। କେ ଏଲ ରାହୁଲଙ୍କ ଅଧିନାୟକତ୍ୱ ଲକ୍ଷନୌ ସୁପର ଜାଏଂଟସ ନିଜର ପ୍ରଥମ ମ୍ୟାଚ ୨୮ ମାର୍ଚ୍ଚକୁ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଟିମ ଗୁଜୁରାଟ ଟାଇଟନ୍ସ ସହ ଖେଳିବାର ଅଛି।

Google

ୱେବସାଇଟ ଇସପିଏନକ୍ରିକଇନ୍ଫୋର ଖବର ଅନୁସାରେ ମାର୍କ ଉଡ଼ଙ୍କୁ ପୂର୍ଵ ସପ୍ତାହରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ଆଘାତ ଲାଗିଥିଲା ଯାହା ଦ୍ୱାରା ସେ ଆଇପିଏଲ ୨୦୨୨ରୁ ବାହାର ହୋଇଯାଇଛନ୍ତି। ନିଲାମୀରେ ଲକ୍ଷନଉ ମାର୍କ ଉଡ଼ଙ୍କୁ ୭.୫ କୋଟିରେ କିଣିଥିଲା। ସିମୀତ ଓଭର କ୍ରିକେଟରେ ଭଲ ଫର୍ମରେ ଥିବା ମାର୍କ ଉଡ଼ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୭ ଓଭର ବୋଲିଙ୍ଗ କରିଥିଲେ।

ଏହା ପୂର୍ବରୁ ଇଂଲଣ୍ଡର ଆଉ ଦୁଇ ଖେଳାଳି ମଧ୍ୟ ଟିମକୁ ଝଟକା ଦେଇସାରିଛନ୍ତି। ଵିସ୍ପୋଟକ ବ୍ୟାଟ୍ସମ୍ୟାନ ଯେସେନ ରୟ ଓ ଆଲେକ୍ସ ହେଲ୍ସ ନିଜସ୍ୱ କାରଣରୁ ଆଇପିଏଲ ୨୦୨୨ରୁ ନିଜ ନାମ ଫେରାଇ ଦେଇଥିଲେ। ରୟ ଗୁଜୁରାଟ ଟାଇଟନ୍ସ ତରଫରୁ ଖେଳଥାନ୍ତେ ଓ ହେଲ୍ସ କେକେଆର ଟିମ ପଟୁ ଖେଳିଥାନ୍ତେ। ଉଡ଼ଙ୍କ ଜାଗା କିଏ ନବ ଏହା ଟିମ ପକ୍ଷରୁ ଘୋଷଣା କରାଯାଇନାହିଁ।

Google

ମାର୍କ ଉଡ଼ ବାହାର ହୋଇଯିବା ପରେ ଟିମକୁ ଏବେ ପ୍ଲାନରେ ପରିବର୍ତ୍ତନ କରିବାକୁ ପଡିବ। ଟିମ ପାଖରେ ଏବେ ବିଦେଶୀ ଖେଳାଳି ଭାବେ ୱେଷ୍ଟଇଣ୍ଡିଜର ହେସନ ହୋଲ୍ଡର, ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିକ୍ସ ଓ ଶ୍ରୀଲଙ୍କାର ଦୁସମନ୍ତ ଚମୀରା ଅଛନ୍ତି। ଆରମ୍ଭ କିଛି ମ୍ୟାଚରେ ସୁପର ଜାଏଣ୍ଟର୍ସକୁ ଷ୍ଟୋଇନିକ୍ସ ଓ ହୋଲ୍ଡରଙ୍କ ସେବା ମିଳିବନି। ଦୁହେଁ ରାଷ୍ଟ୍ରୀୟ ଟିମ ସହ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳୁଛନ୍ତି। ଅଷ୍ଟ୍ରେଲିଆ ଟିମ ପାକିସ୍ତାନ ଗ୍ରସ୍ତରେ ଅଛି ଓ ଇଂଲଣ୍ଡ ଟିମ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *