IPL ୨୦୨୨: କ୍ରିକେଟର ବଡ଼ ଲିଗ ଏହି ତାରିଖରୁ ହୋଇପାରେ ଆରମ୍ଭ, ଜୁନରେ ଫାଇନାଲ ହେବାର ଚାନ୍ସ…

ବିସିସିଆଇ ଆଇପିଏଲର ୧୫ ତମ ସିଜନର ସିଡ୍ୟୁଲ ପାଖାପାଖି କରିଦେଇଛି। ଆଇପିଏଲ ୨୦୨୨ କେବେଠୁ ଆରମ୍ଭ ହୋଇପାରେ ଓ ପ୍ରଥମ ମ୍ୟାଚ କେଉଁଠି ଖେଳାଯାଇପାରେ ଏହାର ସଂକେତ ମିଳିଯାଇଛି। ରିପୋର୍ଟ ଅନୁସାରେ ଆଇପିଏଲ ୨୦୨୨ର ଆରମ୍ଭ ୨ ଏପ୍ରିଲରୁ ହୋଇପାରେ ଓ ପ୍ରଥମ ମ୍ୟାଚ ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳାଯାଇପାରେ। ବିସିସିଆଇ ଘୋଷଣା କରିଦେଇଛିକି ଆଇପିଏଲର ୧୫ ତମ ସିଜନ ପୁରା ଭାରତରେ ଖେଳାଯିବ। ଆଇପିଏଲର ୧୪ ତମ ସିଜନର ଦ୍ୱିତୀୟ ଭାଗ କରୋନା କାରଣରୁ ୟୁଏଇରେ ଖେଳାଯାଇଥିଲା।

Google

ରିପୋର୍ଟରୁ ଜଣାପଡିଛିକି ଫାଇନାଲ ମ୍ୟାଚ ୪-୫ ଜୁନକୁ ଖେଳାଯାଇପାରେ। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟି ଟିମ ଖେଳିବ ବୋଲି ଜଣା ଯାଉଛି। ଦୁଇଟି ନୂଆ ଟିମ ବଢିବା ଦ୍ଵାରା ଆଇପିଏଲରେ ମ୍ୟାଚ ସଂଖ୍ୟା ମଧ୍ୟ ବଢିଯାଇଛି ବୋଲି ଜଣା ଯାଉଛି। ଏବେ ୬୦ ସ୍ଥାନରେ ୭୪ ମ୍ୟାଚ ହେବାର ଚାନ୍ସ। ସବୁ ଟିମ ୧୪-୧୪ ମ୍ୟାଚ ଖେଳିବେ ଯେଉଁଥିରୁ ୭ ଟି ମ୍ୟାଚ ହୋମ ଗ୍ରାଉଣ୍ଡରେ ଓ ୭ ଟି ବାହାରେ ଖେଳିବେ ବୋଲି ଜଣା ଯାଉଛି। ଏହା ସହିତ ମେଗା ଅକ୍ସନ ଡିସେମ୍ବରରେ ହେବାର ଚାନ୍ସ ଅଛି। ବିସିସିଆଇ ସଚିବ ଜୟ ସାହା ପୂର୍ବରୁ ହିଁ କରିସାରିଛନ୍ତି ଆଇପିଏଲର ୧୫ ତମ ସିଜନ ଭାରତରେ ହିଁ ଖେଳାଯିବ।

ଜୟ ସାହା କହିଛନ୍ତି,” ମୁଁ ଜାଣିଛି ଆପଣମାନେ ଚେନ୍ନାଇକୁ ଚେପକରେ ଖେଳୁଥିବାର ଦେଖିବାକୁ ଚାହୁଁଛନ୍ତି ଓ କହିରଖିବି ଏହି ମୌକା ଏବେ ଦୂର ନାହିଁ। ଆଗାମୀ ସିଜନ ଭାରତରେ ହିଁ ହେବ ଓ ଏହା ଅଧିକ ରୋମାଞ୍ଚକର ହେବ। ଦୁଇଟି ନୂଆ ଟିମ ଯୋଡି ହେଉଛନ୍ତି ତେଣୁ ଦେଖିବାକୁ ହେବ କମ୍ବୀନେସନ କଣ ହେବ”। ଆପଣଙ୍କୁ କହିରଖିବୁ ଲଖନଉ ଓ ଅହମ୍ମଦାବାଦ ଦୁଇଟି ନୂଆ ଟିମ ଅଟେ। ଲଖନଉକୁ ସଞ୍ଜୀବ ଗୋୟନକାଙ୍କ ଟିମ ୭୦୦୦ରୁ ଅଧିକ କୋଟି ଦାମରେ କିଣିଛନ୍ତି। ସେହିପରି ସିବିସି କ୍ୟାପିଟଲ୍ସ ଅହମ୍ମଦାବାଦ ଟିମକୁ ୫ ହଜାର କୋଟିରେ କିଣିଛନ୍ତି। ବିସିସିଆଇ ଦୁଇ ନୂଆ ଟିମଠୁ ୧୨ ହଜାର କୋଟିର ପ୍ରଫିଟ ପାଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *