IPL ମେଗା ଅକ୍ସନକୁ ଓହ୍ଲାଇବେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର! ବେସ୍ ପ୍ରାଇସ ଅଟେ ୨୦ ଲକ୍ଷ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ମେଗା ଅକ୍ସନ ହେବାର ଅଛି ଓ ଏଥର ୮ ସ୍ଥାନରେ ୧୦ ଟିମ ଓହ୍ଲାଇବାକୁ ଥିବାରୁ ମ୍ୟାଚ ସଂଖ୍ୟା ମଧ୍ୟ ୬୦ ବଦଳରେ ୭୪ ହେବାର ଅଛି। ଆଇପିଏଲ ୨୦୨୨ର ମେଗା ଅକ୍ସନ ୧୨ ଓ ୧୩ ଫେବୃଆରୀରେ ବାଙ୍ଗାଲୋରରେ ଅନୁଷ୍ଠିତ ହେବାର ଅଛି। ଏଥିପାଇଁ ମୋଟ ୧୨୧୪ ଜଣ ଖେଳାଳି ନିଜ ନାମ ରେଜିଷ୍ଟ୍ରେସନ କରିଥିଲେ। ଏଥିରୁ ବିସିସିଆଇ ୬୦୦ ରୁ ଅଧିକ ନାମକୁ କାଟିଥିବା ବେଳେ ୫୯୦ ଜଣଙ୍କୁ ଅକ୍ସନ ପାଇଁ ଚୟନ କରିଛି। ଏଥିରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ସାମିଲ ଅଛନ୍ତି।

Google

ଅର୍ଜୁନ ଜଣେ ବାମହାତୀ ଅଲରାଉଣ୍ଡର ଅଟନ୍ତି। ତାଙ୍କ ବେସ୍ ପ୍ରାଇସ୍ ଏହି ଅକ୍ସନରେ ୨୦ ଲକ୍ଷ ରଖାଯାଇଛି। ଅନେକ ଯୁବ ଖେଳାଳି। ଏଥର ଆଇପିଏଲ ମେଗା ଆକ୍ସନରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି ସେଥିରୁ ଅର୍ଜୁନ ମଧ୍ୟ ଜଣେ। ପୂର୍ଵ ବର୍ଷ ତାଙ୍କୁ ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରିଥିଲେ ମଧ୍ୟ ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିନଥିଲା ଓ ଆଘାତ ହୋଇ ସେ ଆଇପିଏଲ ୨୦୨୧ରୁ ବାହାର ହୋଇଯାଇଥିଲେ। ଏହି ବର୍ଷ ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେ ନିଜର ଟି-୨୦ ଡେବ୍ୟୁ କରିଥିଲେ। ଏଥର ତାଙ୍କୁ ଆକ୍ସନରେ ମୋଟା ଦାମ ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *