ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ଭାରତକୁ ଶ୍ରୀଲଙ୍କା ବିରୁଦ୍ଧରେ ବାଙ୍ଗାଲୋର ଟେଷ୍ଟରେ ପାଖାପାଖି ତିନି ଦିନରେ ବିଜୟ ଦେଇ ଆଇପିଏଲରେ ପ୍ରସ୍ତୁତି ପ୍ରାୟ ଆରମ୍ଭ କରିଦେଇଛନ୍ତି। ରୋହିତ ଶର୍ମା, ଯଶପ୍ରୀତ ବୁମରା ଓ ଇସାନ କିସନ ମଙ୍ଗଳବାରକୁ ନିଜ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଡି ହୋଇଛନ୍ତି। ଆଇପିଏଲର ସବୁଠୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୫ ଥର ଆଇପିଏଲ ଟ୍ରଫି ଜିତିଥିବା ରୋହିତ ଶର୍ମାଙ୍କ ଟିମ ୨୭ ମାର୍ଚ୍ଚକୁ ନିଜର ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟଲ୍ସ ସହ ଖେଳିବାର ଅଛି। ନିଜ ପ୍ରଥମ ମ୍ୟାଚର ୧୨ ଦିନ ପୂର୍ବରୁ ମୁମ୍ବାଇ ନିଜ କ୍ୟାମ୍ପ ଲଗାଇଛି।

ଟିମ ସୋସିଆଲ ମିଡ଼ିଆରେ ନିଜ ଷ୍ଟାର ଖେଳାଳିଙ୍କ ସ୍ୱାଗତରେ ଅନେକ ଭିଡ଼ିଓ ସେୟାର କରିଛି। ମୁମ୍ବାଇ ନିଜ ପରିବାର ସହିତ କ୍ୟାମ୍ପରେ ପହଁଚିଛନ୍ତି। ଟିମ ବୟାନ ଜାରି କରି କହଛି କ୍ୟାମ୍ପର ଦ୍ୱିତୀୟ ସପ୍ତାହରେ ମୁମ୍ବାଇ ଟିମ ଭିତରେ ଅଭ୍ୟାସ ମ୍ୟାଚ ଖେଳିବେ। ପ୍ରଥମ ଅଭ୍ୟାସ ସତ୍ରରେ ଟିମର କ୍ରିକେଟ ନିର୍ଦେଶକ ଓ କୋଚ ମହେଲା ଜୟବର୍ଦ୍ଧନଙ୍କ ମାର୍ଗଦର୍ଶନରେ ଖେଳାଳିଙ୍କ ଆକଳନ କରାଯିବ। ମହେଲାଙ୍କ ସହ କୋଙ୍ଗ ଷ୍ଟାପରେ ଜାହିର ଖାନ,ସେନ ବଣ୍ଡ,ରୋବିନ ସିଂହ,କିରଣ ମାରେ ଅଛନ୍ତି।
ମୁମ୍ବାଇ ଇଣ୍ଡିଆନ୍ସ, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୂର୍ଯ୍ୟକୁମାର ଜାଦବ ଓ କାୟରନ ପୋଲାଡ଼ଙ୍କୁ ରିଟେନ କରିଥିଲା। ଯେବେକି ଟିମ ଇସାନ କିସନଙ୍କୁ ଅକ୍ସନରେ ୧୫.୨୫ କୋଟିରେ କିଣିଥିଲା। ଆଇପିଏଲ ୨୦୨୨ ଆରମ୍ଭ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ମୁମ୍ବାଇର ଚିନ୍ତା ବଢିଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦିଲ୍ଲୀ କ୍ୟାପିଟଲ୍ସ ସହ ପ୍ରଥମ ମ୍ୟାଚରେ ବାହାରେ ବସିବାକୁ ପଡିପାରେ କାରଣ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ସମ୍ପୂର୍ଣ ଠିକ ହୋଇନଥାଇ ପାରେ।
A normal working day in the #MumbaiIndians camp! 😎
Presenting 𝐌𝐈 𝐃𝐀𝐈𝐋𝐘 – an up close and personal account as we get set for an exciting new season 📹💙#OneFamily MI TV pic.twitter.com/LYjBrEuoWo
— Mumbai Indians (@mipaltan) March 16, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।