ବ୍ୟୁରୋ ରିପୋର୍ଟ: ଆଇପିଏଲ ସିଜନ ୧୫କୁ ଆଉ ଅଳ୍ପ ଦିନ ବାକି ଅଛି। ଯେଉଁଠାରେ ଅଧିକ ଟିମ ନିଜ ନୂଆ ସିଜନ ପାଇଁ ନିଜର ରଣନୀତି ତିଆରି କରୁଛନ୍ତି। ମୁମ୍ବାଇ ଇଣ୍ଡିଆନ ୫ ଥର IPL ଟ୍ରଫି ଜିତିଛି। ମୁମ୍ୱାଇ ଇଣ୍ଡିଆନସ୍ ଫ୍ୟାନଙ୍କ ପାଇଁ ଏକ ଦୁଃଖ ଖବର ହୋଇପାରେ।

ଖବରଟି ହେଉଛି କି ମୁମ୍ବାଇର କ୍ୟାପଟେନଙ୍କ ବଡ଼ ମ୍ୟାଚର ବିଜେତା ସୂର୍ଯ୍ୟ କୁମାର ଯାଦବ ଆଇପିଏଲ ୧୫ର ମ୍ୟାଚ ପୂର୍ବରୁ ବାହାରି ଯାଇପାରନ୍ତି। ଆଇପିଏଲ ୨୦୨୨ରେ ମୁମ୍ବାଇର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚରେ ଦିଲ୍ଲୀ କ୍ୟାପିଟାଲ ସହ ଅଛି। ଆଉ ଦିଲ୍ଲୀ ସହ ହେବାକୁ ଥିବା ଏହି ମ୍ୟାଚରେ ସୂର୍ଯ୍ୟ କୁମାର ଯାଦବଙ୍କ ଖେଳିବା ସମ୍ଭାବନା ପ୍ରାୟତଃ ନାହିଁ । ସୂର୍ଯ୍ୟ କୁମାର ଯାଦବଙ୍କୁ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଥିବା ଟି-୨୦ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ କ୍ଷତ ହୋଇଥିଲା। ଏହା ପରେ ସେ ବାଙ୍ଗାଲୋରରେ ସୁସ୍ଥ ହେବା ଯାଏ ରହୁଥିଲେ।
ତେଣୁ କିଛି ସପ୍ତାହ ହେବ ସୂର୍ଯ୍ୟ କୁମାର ଯାଦବ ବାଙ୍ଗାଲୋରରେ ଅଛନ୍ତି ଆଉ ତାଙ୍କୁ ଏନସିଏ ଆଇପିଏଲ ଖେଳିବା ପାଇଁ ସୁଯୋଗ ଦେଇ ନାହିଁ। ଆଉ ଯଦି ସେ ପ୍ରଥମ ମ୍ୟାଚ ଖେଳିବେ ନାହିଁ ତାଙ୍କ ଅନୁପସ୍ଥିତିରେ ରମନଦୀପ ସିଂ , ଅନମୋଲପ୍ରୀତି ସିଂ ନହେଲେ ତିଲକ ବର୍ମାଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ।

କିଛି ଦିନ ତଳେ ସୂର୍ଯ୍ୟ କୁମାର ଯାଦବ ଏନସିଏରେ ଥିବା ନିଜ କ୍ରିକେଟର ସାଥୀଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ସହ ସେ ବହୁତ ଜଲଦି ଠିକ ହୋଇଯିବେ ବୋଲି ନିଜ ଫ୍ୟାନସ୍ ମାନଙ୍କୁ ମଧ୍ୟ କହିଥିଲେ। ଫଟୋରେ ଥିବା ସବୁ କ୍ରିକେଟର ନିଜ ନିଜ ଟିମ ସହ ଖେଳିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି। ଆଉ ମୁମ୍ବାଇ ଇଣ୍ଡିଆନସ୍ ଏବେ ବି ସୂର୍ଯ୍ୟ କୁମାର ଯାଦବଙ୍କୁ ନିଜ ଟିମରେ ରଖିବା ପାଇଁ ଅପେକ୍ଷା କରିପାରନ୍ତି। ସେ ଟିମରେ ନ ରହିବା ମୁମ୍ବାଇ ଇଣ୍ଡିଆନସ୍ ପାଇଁ ଏକ ଝଟକା ହୋଇପାରେ।
ଯଦି ଆମେ ମୁମ୍ବାଇ ଇଣ୍ଡିଆନର ବ୍ୟାଟିଂ ଅର୍ଡର କଥା କହିବା ତେବେ ସୂର୍ଯ୍ୟ କୁମାର ଏହି ଟିମର ଜଣେ ଦରକାରୀ ଖେଳାଳି। ଟିମ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁଥିବା ୩ ଜଣ ଆନ୍ତର୍ଜାତୀୟ ଖେଳାଳି ରୋହିତ ଶର୍ମା, ଇସାନ କିଶନ ଓ ସୂର୍ଯ୍ୟ କୁମାର ଯାଦବ ମୁମ୍ବାଇ ଇଣ୍ଡିଆନ ଟିମର ସଦସ୍ୟ। ହାର୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟା ଭଳି ଖେଳାଳିଙ୍କ ମେଗା ଅକ୍ସନ ପରେ ସୂର୍ଯ୍ୟ କୁମାର ଯାଦବଙ୍କ ଖେଳିବା ବହୁତ ଜରୁରୀ।

୨୦୧୯ରୁ ସୂର୍ଯ୍ୟ କୁମାର ଯାଦବ ମୁମ୍ବାଇ ଇଣ୍ଡିଆନସ୍ ଟିମରେ ବ୍ୟାଟିଂରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ବେଳେ ବେଳେ ତ ସେ ମୁମ୍ବାଇ ପାଇଁ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ୨ ବର୍ଷ ଆଇପିଏଲ ଜିତିବା ପରେ ମୁମ୍ବାଇ ଇଣ୍ଡିଆନ ନକ ଆଉଟ ଷ୍ଟେଜରେ ବି ପହଞ୍ଚି ନାହିଁ। କିନ୍ତୁ ପ୍ରାୟ କହି ହେବ ନାହିଁ କି ସୂର୍ଯ୍ୟ କୁମାର ଯାଦବଙ୍କ ଜାଗା ଟିମରେ ଆଉ କେହି ନେଇ ପାରିବେ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।