ଏଥର ଏହି ନୂଆ ନିୟମ ସହ ଖେଳାଯିବ IPL? ଏବେ କ୍ୟାପଟେନ କରିପାରିବେ ଏହି କାମ? ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ସିଜିନ ଆରମ୍ଭ ହେବା ଲାଗି ଆଉ କିଛି ଦିନ ରହିଛି। ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରି ଦେଇଛନ୍ତି। ଦଳରେ ଏଥର ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କିଛି ଏପର ନିୟମ ଏଥର ଲାଗୁ ହୋଇଛି ଯାହା ପ୍ରଥମ ଥର ପାଇଁ ହେବାକୁ ଯାଉଛି।

ଯଦି ଆଇପିଏଲର ନୂଆ ନିୟମ ଲାଗୁ କରାଯାଏ, ତେବେ ତାହା ଅଧିନାୟକମାନଙ୍କ ପାଇଁ ଭଲ ଅଟେ। ବିସିସିଆଇ ଏନେଇ କୌଣସି ଘୋଷଣା କରି ନାହିଁ। କିନ୍ତୁ ଯଦି ଏପରି ହୁଏ ତେବେ ଅଧିନାୟକମାନଙ୍କୁ ମୈଦାନକୁ ଆସିବା ସମୟରେ ଦୁଇଟି କାଗଜରେ ଲିଷ୍ଟ ଧରି ଆସିବାକୁ ହେବ।

ବିଶେଷ ସୂତ୍ରରୁ ଜଣା ପଡ଼ିଛି ଯେ, ଯେତେବେଳେ ଅଧିନାୟକ ଟସ୍ ପାଇଁ ଆସିବେ, ତାପରେ ମଧ୍ୟ ସେ ନିଜ ଚୁଡାନ୍ତ ଏକାଦଶ ଘୋଷଣା କରି ପାରିବେ। ଅଧିନାୟକ ଦୁଇଟି ଲିଷ୍ଟ ଧରି ଟସ୍ ପାଇଁ ଆସିବେ। ଯଦି ଅଧିନାୟକ ବ୍ୟାଟିଂ କରିବେ, ତେବେ ପ୍ରଥମ ଲିଷ୍ଟ ଅନୁସାରେ ଦଳ ଘୋଷଣା କରିବେ। ଯଦି ସେ ପରେ ବ୍ୟାଟିଂ କଲେ, ତେବେ ଦ୍ଵିତୀୟ ଲିଷ୍ଟ କାମରେ ଆସିବ।

କ୍ରିକଇନଫୋର ଏକ ରିପୋର୍ଟ ଆସିଛି ଯେଉଁଥିରେ ଏହା ଦାବି କରାଯାଇଛି ଯେ, ଆଇପିଏଲ ପକ୍ଷରୁ ଆନ୍ତରିକ ଜାରି କରାଯାଇଛି ଯାହା ଅନୁସାରେ , ଦଳ ନିଜର ଚୂଡାନ୍ତ ଏକାଦଶ ଟସ୍ ପରେ ମଧ୍ୟ ଚୟନ କରି ପାରିବେ। ଟିମ ପ୍ରଥମେ ବ୍ୟାଟିଂ କରୁ କିମ୍ବା ବୋଲିଂ ସେଥିରେ କୌଣସି ଅସୁବିଧା ନାହିଁ। ଟସ୍ ଜିତିବା କିମ୍ବା ହାରିବା ପରେ ମଧ୍ୟ ଅଧିନାୟକ କହି ପାରିବେ ଯେ, ତାଙ୍କର କେଉଁ କେଉଁ ଖେଳାଳି ଦଳରେ ସାମିଲ ହେବେ ଏବଂ ଖେଳିବେ।

କୁହା ଯାଇଛି ଯେ, ପୂର୍ବରୁ ଅଧିନାୟକଙ୍କୁ ଟସ୍ ପୂର୍ବରୁ ହିଁ ଏହି ଲିଷ୍ଟ ଦେବାକୁ ହେଉଥିଲା। କିନ୍ତୁ ବର୍ତ୍ତମାନ ସେ ଏହାକୁ ଟସ୍ ପରେ ଦେଇ ପାରିବେ। ଟସ୍ ପରେ ମଧ୍ୟ ଦଳ ନିଜର ବେଷ୍ଟ ଟିମ ଖେଳାଇ ପାରିବେ। ଏହି ନିୟମ ଅନୁସାରେ ଇଂପ୍ୟାକଟ ଖେଳାଳି ଚୟନ କରିବାରେ ଅଧିନାୟକଙ୍କୁ ସାହାଯ୍ୟ ମିଳିବ।

ଆଇପିଏଲ ଦକ୍ଷିଣ ଆଫ୍ରିକାରେ ହୋଇଥିବା ଟି-ଟ୍ୱେଣ୍ଟି ଲିଗରେ ଏହି ନିୟମ ଲାଗୁ କରାଯାଇଥିଲା। ଏଥିରେ ପ୍ରତ୍ୟେକ ଦଳକୁ ଟସ୍ ପରେ ମଧ୍ୟ ନିଜ ଦଳ ଚୟନ କରିବା ଲାଗି ଅନୁମତି ଦିଆ ଯାଇଥିଲା। ଟିମ ଟସ୍ ସମୟରେ ୧୩ ଜଣ ଖେଳାଳିଙ୍କ ନାଁ ଦେଉଥିଲେ ଯେଉଁଥିରେ ୧୧ ଜଣ ଖେଳାଳି ଏବଂ ୨ ଜଣ ଇଂପ୍ୟାକଟ ଖେଳାଳିଙ୍କ ନାଁ ରହୁଥିଲା।

ପୂର୍ବରୁ ଟସ୍ ଜିତୁ ଥିବା ଅଧିନାୟକ ବ୍ୟାଟିଂ କିମ୍ବା ବୋଲିଂ ନେଉଥିଲେ ଏବଂ ଟସ୍ ହାରିଥିବା ଅଧିନାୟକଙ୍କ ପାଇଁ କୌଣସି ବିକଳ୍ପ ନଥିଲା। କିନ୍ତୁ ବର୍ତ୍ତମାନର ନିୟମ ଅନୁସାରେ ସେ ଇଂପ୍ୟାକଟ ଖେଳାଳି ଚୟନ କରି ପାରିବେ ଏବଂ ଏହାଦ୍ବାରା ତାଙ୍କୁ ଜିତିବା ମଧ୍ୟ ସହଜ ହୋଇ ପାରିବ। ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଖେଳାଆ ଯିବାକୁ ଥିବା ଏହି ଆଇପିଏଲ ମ୍ୟାଚ ଅନେକ ଦେଶରେ ନିଜର ପରିଚୟ ସୃଷ୍ଟି କରି ସାରିଛି।

Leave a Reply

Your email address will not be published. Required fields are marked *