ବ୍ୟୁରୋ ରିପୋର୍ଟ: ଇଣ୍ଡିଆନ ପ୍ରିମୀୟର ଲିଗରେ ପ୍ରଥମ ଥର ଅଂଶ ଗ୍ରହଣ କରୁଥିବା ଲକ୍ଷ୍ନୌ ଟିମ ନିଜର ନାମ ଘୋଷଣା କରିଛି। ସଞ୍ଜୀବ ଗାୟଙ୍କାର ଏହି ଟିମ ନାମ ଲକ୍ଷ୍ନୌ ସୁପର ଜାଏଣ୍ଟର୍ସ ରଖାଯାଇଛି। ସୋମବାରକୁ ଟିମ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ଘୋଷଣା କରିଛି।
We wanted the best and we didn't settle for less. ??#TeamLucknow #IPL2022 @klrahul11 @MStoinis @bishnoi0056 pic.twitter.com/p9oM8M9tHy
— Lucknow Super Giants (@TeamLucknowIPL) January 21, 2022
ଲକ୍ଷ୍ନୌ ସୁପର ଜାଏଣ୍ଟାର୍ସ ଆଇପିଏଲ ୨୦୨୨ ନିଲାମୀ ପୂର୍ବରୁ କେଏଲ, ମାର୍କସ ଷ୍ଟୋଇନିକ୍ସ ଓ ରବି ବିସ୍ନୋଇଙ୍କୁ ନିଜ ସହ ଯୋଡିଥିଲା। କେ ଏଲ ରାହୁଲଙ୍କୁ ଟିମ ଅଧିନାୟକ ଓ ନମ୍ବର ୧ ଖେଳାଳି ରୂପରେ ୧୭ କୋଟିରେ କିଣିଛି। ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିକ୍ସଙ୍କୁ ନମ୍ବର-୨ ଖେଳାଳି ରୂପରେ ବାଛିଛି ଓ ତାଙ୍କୁ ୧୧ କୋଟି ମିଳିବ। ସେହିପରି ରବି ବିସ୍ନୋଇଙ୍କୁ ୪ କୋଟିରେ ଟିମରେ ରଖାଯାଇଛି।
ଲକ୍ଷନଉ ଟିମର ନାମ ଆଇପିଏଲରେ ଭାଗ ନେଇସାରିଥିବା ଟିମ ରାଇଜିଙ୍ଗ ପୁନେ ସୁପର ଜାଏଣ୍ଟାର୍ସ ସହିତ ଖାସ କନେକ୍ସନ ଅଛି। ପୁନେ ଟିମ ଆଇପିଏଲ ୨୦୧୬ ଓ ୨୦୧୭ରେ ଅଂଶ ଥିଲା। ସେହି ଟିମର ମାଲିକାନା ଆରପି ସଞ୍ଜୀବ ଗୋୟଙ୍କା ଗ୍ରୁପ ପାଖରେ ଥିଲା। ଯିଏକି ଲଖନଉ ଟିମ କିଣିଛନ୍ତି।
Likewise, Knights! ??#LucknowSuperGiants #IPL https://t.co/hFkZI3E0dN
— Lucknow Super Giants (@TeamLucknowIPL) January 24, 2022
ଲଖନଉରେ ଆରପି ସଂଜୟ ଗାୟଙ୍କା ଗ୍ରୁପ ୭୦୯୦ କୋଟିରେ କିଣିଥିଲା। ସେହିପରି ଅନ୍ୟ ନୂଆ ଟିମ ଅହମ୍ମଦାବାଦକୁ ସିବିସି କ୍ୟାପିଟଲ୍ସ ପାର୍ଟନର୍ସ ୫୬୨୫ କୋଟିରେ କିଣିଥିଲା।
ଆଇପିଏଲର ସବୁଠୁ ଦାମୀ ଟିମ ଲଖନଉ ଏହି ବର୍ଷର ଆରମ୍ଭରେ ପ୍ରସଂସକଙ୍କୁ ଟିମର ନାମକୁ ନେଇ ରାୟ ମାଗିଥିଲେ। ସେହି ସମୟରେ ଟିମ ଟ୍ୱିଟର ହ୍ୟାଣ୍ଡେଲ ରାଇଜିଙ୍ଗ ପୁନେ ସୁପରଜାଏଣ୍ଟର୍ସ କୁ ହିଁ ଲଖନଉ ଟିମ ନାମରେ ବଦଳାଇଦେଇଥିଲା।
Team owner, Dr. Sanjiv Goenka, Chairman @rpsggroup unveils the name for the Lucknow IPL team. ???#LucknowSuperGiants #NaamBanaoNaamKamao #IPL2022 @IPL @BCCI @GautamGambhir @klrahul11 pic.twitter.com/TvGaZlIgFR
— Lucknow Super Giants (@TeamLucknowIPL) January 24, 2022
ଲଖନଉ ଟିମ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରି ଲେଖଛି,”ନାମର ଅଧିକାରୀ ପ୍ରଥମେ ଆପଣ,ନାମ କର ନାମ କମାଅ”ଏବେ ଟିମକୁ ନାମ ମିଳିସାରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।