ଚଳିତ ବର୍ଷ ଆଇପିଏଲ ସିଜନ ୧୫ ରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ ପାଇଁ ଲାଗିଥିବା ଲଢେଇ ଏବେ ଏବେ ଧିରେ ଧୀରେ ଶେଷ ହେବାକୁ ବସିଲାଣି। ଆଇପିଏଲ ସିଜନ ମଝିରେ ଏହି ଅରେଞ୍ଜ ଏବଂ ପର୍ପଲ କ୍ୟାପ ଲଢେଇରେ ବହୁତ ଯୁବ ଖେଳାଳି ଯୋଗ ଦେଇଥିଲେ କିନ୍ତୁ ସମୟ ଗଡିବ ସହ ଏବଂ ଆଇପିଏଲ ସରିବା ବେଳକୁ ଅଳ୍ପ କେତୋଟି ଖେଳାଳି ଅଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଏହି ଅରେଞ୍ଜ ଏବଂ ପର୍ପଲ କ୍ୟାପକୁ ନେଇ ଲଢେଇ ଲାଗି ରହିବ। ଆସନ୍ତୁ ଜାଣିବା ଏହା ବିଷୟରେ।

ସିଜନ ସରିବା ବେଳକୁ ପ୍ରାୟ କେତେକଙ୍କ ଏହି ପ୍ରଶ୍ନ କି ଅରେଞ୍ଜ ଏବଂ ପର୍ପଲ କ୍ୟାପ କିଏ ନେବ। କୌଣସି ଭାରତୀୟ ଖେଳାଳି ନା କୌଣସି ବିଦେଶୀ ଖେଳାଳି ନେବ। ଆସନ୍ତୁ ପ୍ରଥମେ ଜାଣିବା ଅରେଞ୍ଜ କ୍ୟାପ ବିଷୟରେ। ଆଇପିଏଲ ଆରମ୍ଭ ସମୟରେ ଜୋସ ବଟଲର ଖୁବ ସୁନ୍ଦର ପ୍ରଦର୍ଶନ କରି ନିଜ ନାମରେ ଅରେଞ୍ଜ କ୍ୟାପ କରିଥିଲେ କିନ୍ତୁ ସମୟ ବଢିବା ସହ ସେ ଏତେ ଖାସ୍ ପ୍ରଦର୍ଶନ କରି ପାରୁ ନାହାଁନ୍ତି ଏବଂ ଅପର ପକ୍ଷେ ରାହୁଲ ତାଙ୍କ ପଛେ ପଛେ ଲାଗି ରହିଛନ୍ତି।
ବଟଲର ୧୪ଟି ମ୍ୟାଚ ଖେଳି ୬୨୯ ରନ ସଂଗ୍ରହ କରିଛନ୍ତି ଏବଂ ପ୍ରଥମ ସ୍ଥାନରେ ଅଛନ୍ତି।ଏହା ପରେ ଦ୍ଵିତୀୟ ସ୍ଥାନରେ ରାହୁଲ ଯିଏକି ୫୩୭,ପରେ ଡିକକ ଯିଏ ୫୦୨ ରନ, ଦୁପ୍ଲେଶୀ ୪୪୩ ରନ ଏବଂ ୱାର୍ଣାର ୪୨୭ ରନ ସଂଗ୍ରହ କରିଛନ୍ତି।ଯେଉଁଥିରେ ବଟଳର ଏବଂ ରାହୁଲଙ୍କ ସ୍ଥାନ ପ୍ଲେ ଅଫସ ପାଇଁ ଉତିର୍ଣ୍ଣ ହୋଇ ସାରିଛନ୍ତି ବର୍ତ୍ତମାନର ପରିସ୍ଥିତି ଅନୁସାରେ ଯଦି ବଟଳରଙ୍କ ଦଳ ପ୍ରଥମ ସେମି ଫାଇନାଲରେ ହରେ ତେବେ ତାଙ୍କୁ ଦ୍ଵିତୀୟ ସେମି ଫାଇନାଲ ଖେଳିବା ସହ ଫାଇନାଲ ଖେଳିବାର ସୁଯୋଗ ମଧ୍ୟ ମିଳିପାରେ ଯାହାକି ତାଙ୍କର ରନ ସଂଗ୍ରହ ପାଇଁ ଖୁସି ଖବର ସାବ୍ୟସ୍ତ ହେବ।ଏହା ପରେ ରାହୁଲଙ୍କ ଦଳ ମଧ୍ୟ ଏଲିମିନେଟର ଏବଂ ସେମିଫାଇନାଲ ଖେଳି ପାରନ୍ତି।ତେବେ ଏହା ଦେଖିବା ଅତ୍ୟନ୍ତ ରୋମାଞ୍ଚକର ହେବ କି କିଏ ଅରେଞ୍ଜ କ୍ୟାପ ନିଜ ନାମରେ କରିବ।

ପର୍ପଲ କ୍ୟାପ ଦୌଡ଼ରେ ଚାହଲ ୨୬ଟି ୱିକେଟ ସଂଗ୍ରହ କରି ପ୍ରଥମ ସ୍ଥାନରେ ଅଛନ୍ତି। ଏହା ପରେ ହସରଙ୍ଗା ୨୪ଟି, ରବାଡ଼ା ୨୨ଟି, ଉମରାନ ୨୧ଟି ଏବଂ କୁଲଦୀପ ୟାଦବ ୨୦ଟି ୱିକେଟ ହାସିଲ କରିଛନ୍ତି। ଉମରାନଙ୍କ ପାଇଁ ଖେଳ ସରି ଯାଇଥିବା ବେଳେ ଅନ୍ୟ ଖେଳାଳିଙ୍କ ପାଇଁ ଏବେବି ପର୍ପଲ କ୍ୟାପ ନେବାର ଆଶା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।