IPL 2023 ରେ ଅନେକ ମୁକାବିଲା ଖେଳାଯାଇସାରିଛି। ତେବେ ଆଜିର ମୁକାବିଲା ଲକ୍ଷନୌ ସୁପର ଜାଏଂଟସ ବନାମ ପଞ୍ଜାବ କିଙ୍ଗସ ଭିତରେ ଖେଳାଯିବାର ଅଛି। ଲକ୍ଷନୌ ଦଳର ଅଧିନାୟକ କେ ଏଲ ରାହୁଲ ଅଟନ୍ତି ଓ ପଞ୍ଜାବ ଦଳର ସାମ କରନ। ଯଦି ଶିଖର ଧାୱନ ଖେଳିଲେ ତେବେ ସେ ଆଜିର ମ୍ୟାଚରେ ଅଧିନାୟକ ହୋଇପାରନ୍ତି। ଦୁଇ ଦଳ ପ୍ଲେ ଅଫରେ ସ୍ଥାନ ହାସଲ କରିବା ପାଇଁ ଜୋରଦାର ପ୍ରଦର୍ଶନ କରିପାରନ୍ତି।
ଲକ୍ଷନୌ ପାଖରେ ୮ ପଏଂଟସ ଅଛି ଓ ପଞ୍ଜାବ ପାଖରେ ବି ୮ ପଏଂଟସ ଅଛି। ତେବେ ଆଜି ଯଦି ପଞ୍ଜାବ ଦଳ ଜିତିଯାଏ ତେବେ ସେ TOP-4 ରେ ଏଣ୍ଟ୍ରି କରିବାର ସମ୍ଭାବନା ଅଛି। ଦୁଇ ଦଳ ଭିତରେ ଆଜିର ମ୍ୟାଚ ରୋମାଞ୍ଚକର ହୋଇପାରେ। ଏହି ମ୍ୟାଚରେ ସନ୍ଧ୍ୟା ୭.୩୦ ରେ ଖେଳାଯିବାର ଅଛି।
ମ୍ୟାଚକୁ ନେଇ ବିବରଣୀ:
ଲକ୍ଷନୌ ଟିମର ଅଧିନାୟକ: କେ ଏଲ ରାହୁଲ।
ପଏଂଟସ ଟେବୁଲରେ ଏବେର ସ୍ଥାନ: ନମ୍ବର ୪।
ପଞ୍ଜାବ ଦଳର ଅଧିନାୟକ: ସାମ କରନ/ ଶିଖର ଧାୱନ।
ପଏଂଟସ ଟେବୁଲରେ ଏବେର ସ୍ଥାନ: ନମ୍ବର ୬।
ମ୍ୟାଚ ଆରମ୍ଭର ସମ୍ଭାବ୍ୟ ସମୟ: ସନ୍ଧ୍ୟା ୭.୩୦।
ମ୍ୟାଚ ଖେଳାଯିବ: ପଞ୍ଜାବରେ।
ଦୁଇ ଦଳର ସମ୍ଭାବ୍ୟ ପ୍ଲେଇଁ ଇଲେଭେନ:
ଲକ୍ଷନୌ ଟିମ: କେ ଏଲ ରାହୁଲ (ଅଧିନାୟକ), କ୍ୱିଣ୍ଟନ ଡି କକ, ଦୀପକ ହୁଡ୍ଡା, ନିକୋଲସ ପୁରନ, ଆୟୁଷ ବଦୋନୀ, ମାର୍କସ ଷ୍ଟୋଇନିସ୍, କ୍ରିଷ୍ଣାପା ଗୋଥାମ, ଜୟଦେବ ଉନାଦକତ, ନବୀନ ଉଲ ହକ, ରବି ବିସ୍ନୋଇ, ଆଭେସ ଖାନ।
ପଞ୍ଜାଵ ଟିମ: ଅଥର୍ବ ତାଇଡେ/ ଶିଖର ଧାୱନ, ପ୍ରଭସିମରନ ସିଂ, ମ୍ୟାଥ୍ୟ ସର୍ଟ, ଲିଆମ ଲିଭିଙ୍ଗଷ୍ଟୋନ, ସାମ କରନ, ଜିତେଶ ଶର୍ମା, ହରପ୍ରୀତ ବ୍ରାର, ଶାହାରୁଖ ଖାନ, ରାହୁଲ ଚାହର, ଅର୍ସଦୀପ ସିଂ, ନାଥନ ଏଲିସ।
ତେବେ ଏହି ମୁକାବିଲା ଜବରଦସ୍ତ ହୋଇପାରେ। ପଞ୍ଜାବ ପୂର୍ବ ମ୍ୟାଚରେ ତାର ବିଜୟ ସହିତ ଆସିଛି। ଲକ୍ଷନୌ ଦଳ ତାର ପୂର୍ବ ମ୍ୟାଚରେ ପରାସ୍ତ ହୋଇଯାଇଥିଲା। ତେବେ ଏହି ମୁକାବିଲାରେ ଦୁଇ ଦଳ ଭିତରୁ ଯିଏ ଜିତିବ ସେହି ଦଳ ପାଖରେ ୧୦ ପଏଂଟସ ହୋଇଯିବ।