ସିନିୟର ଖେଳାଳିଙ୍କ ଉପରେ ରାଗିଗଲେ ସୁନୀଲ ଗାଭାସ୍କର? IPL ରେ କଣ ପାଇଁ ନେଉନ ବିଶ୍ରାମ?

ବ୍ୟୁରୋ ରିପୋର୍ଟ: ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଗ୍ରସ୍ତରେ ବିରାଟ କୋହଲି, ରୋହିତ ଶର୍ମା, ରିସଭ ପନ୍ତ, ହାର୍ଦିକ ପାଣ୍ଡ୍ୟା,ଯଶପ୍ରୀତ ବୁମରାଙ୍କ ପରି ସିନିୟର ଖେଳାଳିଙ୍କୁ ଆରାମ ଦିଆଯିବା ମାମଲାରେ ଏବେ ବିବାଦ ସୃଷ୍ଟି ହୋଇଛି। ପୂର୍ଵ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ସିନିୟର ଖେଳାଳିଙ୍କ ପ୍ରତିବନ୍ଧକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ମୁଁ ଏହି କଥାରେ ସହମତି ନୁହେଁ କି ଖେଳାଳି ଇଣ୍ଟରନେସନାଲ କ୍ରିକେଟରେ ଆରାମ ନେଇଥାନ୍ତି କିନ୍ତୁ ଆଇପିଏଲ ବିନା ଆରାମରେ ଖେଳିଥାନ୍ତି।

Google

ସେ କହିଛନ୍ତି,”ମୁଁ ଖେଳାଳିଙ୍କୁ ଆରାମ ଦେବା ଧାରଣାରେ ସହମତି ନୁହେଁ। ଆପଣ ଆଇପିଏଲ ଖେଳାବା ସମୟରେ ଆରାମ ନିଅନ୍ତି ନି କିନ୍ତୁ ଇଣ୍ଡିଆ ପାଇଁ ଖେଳାଳି ସମୟରେ ଆରାମ କଣ ପାଇଁ ମାଗିଥାନ୍ତି। ମୁଁ ଏଥିରେ ସହମତି ନୁହେଁ। ଆପଣ ଭାରତ ପାଇଁ ଖେଳୁଛନ୍ତି, ଆରାମର କଥା କୁହନ୍ତୁନି”।

ସେ ଆଗକୁ କହିଛନ୍ତି,”ଟି-୨୦ରେ ପାରିରେ ୨୦ ଓଭର ହୋଇଥାଏ। ଏହା ଦ୍ଵାରା ଆପଣଙ୍କ ଶରୀରରେ କୌଣସି ପ୍ରଭାବ ପଡିନଥାଏ। ଟେଷ୍ଟ ମ୍ୟାଚରେ ମାନସିକ ଓ ଶାରୀରିକ ପ୍ରଭାବ ପଡିଥାଏ। ଏହା ମୁଁ ବୁଝୁଛି କିନ୍ତୁ ମତେ ଲାଗୁନାହିଁ କି ଟି-୨୦ରେ କୌଣସି ସମସ୍ୟା ଅଛି”।

Google

ଶିଖର ଧାୱନଙ୍କୁ ମିଳିଛି ଅଧିନାୟକତ୍ୱ:

ଗାଭାସ୍କର କହିଛନ୍ତି ଭଲ ହେବ କି ବିସିସିଆଇ ଏହି ଆରାମ ନୀତିରେ ହସ୍ତକ୍ଷେପ କରୁ। ସେ କହିଛନ୍ତି,”ମତେ ଲାଗୁଚି ବିସିସିଆଇକୁ ଏହି ଆରାମ ଧାରଣା ଉପରେ ଅଧିକ ବିଚାର କରିବା ଆବଶ୍ୟକ। ଗ୍ରେଡ଼ ଏ କ୍ରିକେଟରଙ୍କୁ ବହୁତ ଭଲ ପଇସା ମିଳୁଛି। ତାଙ୍କୁ ପ୍ରତ୍ୟେକ ମ୍ୟାଚ ପାଇଁ ଖେଳାଳିଙ୍କୁ ପଇସା ମିଳୁଛି। ମତେ କୁହନ୍ତୁ କଣ ଏପରି କୌଣସି କମ୍ପାନୀ ଅଛି ଯେଉଁଠି ସିଇଓ ବା ନିର୍ଦେଶକଙ୍କୁ ଏତେ ଛୁଟି ଦିଆଯାଇଥାଏ”।

ତିନୋଟି ଏକଦିବସିୟ ଛଡା ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ମଧ୍ୟ ଖେଳାଯିବାର ଅଛୁ। ରୋହିତଙ୍କ ଅନୁପସ୍ଥିତରେ ସେହି ଗ୍ରସ୍ତରେ ଅଧିନାୟକତ୍ୱ ଶିଖର ଧାୱନ କରିବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *