IPL ରିଟେନ: ଅଡ଼ୁଆରେ କେ ଏଲ ରାହୁଲ-ରାଶିଦ ଖାନ! ପଞ୍ଜାଵ ଓ ହାଇଦ୍ରାବାଦ ବିସିସିଆଇକୁ କଲେ ଅଭିଯୋଗ…

ଆଇପିଏଲ ୨୦୨୨ ମେଗା ଅକ୍ସନ ପୂର୍ବରୁ ସବୁ ଟିମ ନିଜ ରିଟେନ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ବିସିସିଆଇକୁ ଦେବାକୁ ପଡିବ। ଏହାର ଶେଷ ତାରିଖ ୩୦ ନଭେମ୍ବର ଅଟେ। ରିଟେନ ପକ୍ରିୟା ସରିବା ପରେ ମେଗା ଅକ୍ସନ ତାରିଖ ଘୋଷଣା ହେବ। ଏହା ପୂର୍ବରୁ କେ ଏଲ ରାହୁଲ ଓ ରାସିଦ ଖାନଙ୍କ ସହିତ ଦୁଇ ନୂଆ ଟିମ ଅହମ୍ମଦାବାଦ ଓ ଲଖନଉ ଅସୁବିଧାରେ ପଡିପାରନ୍ତି। ପଞ୍ଜାଵ ଓ ହାଇଦ୍ରାବାଦ ଟିମ ରାହୁଲ ଓ ରାସିଦଙ୍କୁ ନେଇ ବିସିସିଆଇକୁ ଅଭିଯୋଗ କରିଛନ୍ତି।

Google

ଯାହା ସୋସିଆଲ ମିଡିଆ ଖବର ରୁ ଜଣା ଯାଉଛି କି ପଞ୍ଜାବ ଏବଂ ହାଇଦ୍ରାବାଦ ଅଭିଯୋଗ BCCI କୁ କରିଛନ୍ତି।  ଦୁଇ ନୂଆ ଟିମ ରାହୁଲ ଓ ରାସିଦଙ୍କ ସହ ସମ୍ପର୍କ କରି ତାଙ୍କୁ ନିଜ ଟିମରେ ମିଶାଇବାକୁ ଚାହୁଁଛନ୍ତି। ଯାହା ଦ୍ୱାରା ସେମାନଙ୍କ ଯୋଜନା ପ୍ରଭାବିତ ହେଉଛି। ଇନସାଇଡ ସ୍ପୋର୍ଟସର ଅନୁସାରେ ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତିକି ଦୁଇ ଟିମ ପଟୁ ମୌଖିକ ରୂପରେ ଅଭିଯୋଗ କରାଯାଇଛିକି ଲଖନଉ ଓ ଅହମ୍ମଦାବାଦ ଖେଳାଳିଙ୍କ ସହ ସଂପର୍କ କରୁଛି।

ସତ ସାବ୍ୟସ୍ତ ହେବା ପରେ ନିଆଯିବ ବଡ଼ କାର୍ଯ୍ୟନୁଷ୍ଠାନ:ଅଧିକାରୀ ଏହା ମଧ୍ୟ କହିଛନ୍ତି କି ଏହା ସତ ସାବ୍ୟସ୍ତ ହେଲେ କାର୍ଯ୍ୟନୁଷ୍ଠାନ ନିଆଯିବ। ଅଧିକାରୀ କହିଛନ୍ତି ଆମକୁ କୌଣସି ପତ୍ର ମିଳିନାହିଁ କିନ୍ତୁ ମୌଖିକ ରୂପରେ ଅଭିଯୋଗ କରାଯାଇଛିକି ଲଖନଉ ଟିମ ଖେଳାଳିଙ୍କୁ ସମ୍ପର୍କ କରୁଛି। ଆମେ ଏହା ଉପରେ ଯାଞ୍ଚ କରୁଛୁ ଓ ଯଦି ଏହା ସତ ସାବ୍ୟସ୍ତ ହେବ ଏହା ଉପରେ ବଡ଼ ପଦକ୍ଷେପ ନିଆଯିବ। ସେ କହିବା ଅନୁସାରେ ଟିମଙ୍କୁ ବର୍ତ୍ତମାନର ସନ୍ତୁଳନ ଖରାପ କରିବା ଉଚିତ ନୁହେଁ।

Google

ନିୟମକୁ ମାନି ରହିବା ଉଚିତ,ଖେଳାଳିଙ୍କ ସହ ସମ୍ପର୍କ କରିବା ଉପସ୍ଥିତ ଟିମ ମାନଙ୍କ ପାଇଁ ଉଚିତ ନୁହେଁ। ବିସିସିଆଇ ଦ୍ଵାରା ଜାରି ନିୟମ ଅନୁସାରେ ଦୁଇ ନୂଆ ଟିମ ନିଲାମୀ ପୂର୍ବରୁ୩-୩ ଖେଳାଳିଙ୍କୁ ନିଜ ଟିମରେ ସାମିଲ କରିପାରିବେ କିନ୍ତୁ ତାହା ଟ୍ରେଡିଙ୍ଗ ୱିନଡୋ ଆରମ୍ଭ ହେବା ପରେ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *