CSK ପ୍ରଥମ ମ୍ୟାଚରେ ପରାସ୍ତ! ରବୀନ୍ଦ୍ର ଜାଡେଜା କହିଲେ ପରାଜୟର କାରଣ!

ବ୍ୟୁରୋ ରିପୋର୍ଟ: ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ଆଇପିଏଲରେ ଅଧିନାୟକତ୍ୱ ପରାଜୟ ସହ ଆରମ୍ଭ ହେଲା। ତାଙ୍କ ଅଧିନାୟକତ୍ୱରେ ସିଏସକେକୁ ଆଇପିଏଲର ୧୫ ତମ ସିଜନର ଆରମ୍ଭ ମ୍ୟାଚ ୬ ୱିକେଟରେ ହାରିଯାଇଛି। କେକେଆର ଟିମର ଅଧିନାୟକତ୍ୱ ଶ୍ରେୟସ ଅୟର କରୁଥିଲେ। ଜାଡେଜା ମ୍ୟାଚ ପରେ ପରାଜୟର କାରଣ କହିଛନ୍ତି।

Google

ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ କେକେଆର ଓ ସିଏସକେ ମଧ୍ୟରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ କେକେଆରର ଅଧିନାୟକ ଶ୍ରେୟସ ଅୟର ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ଗୋଟେ ସମୟରେ ଚେନ୍ନାଇର ୫ ୱିକେଟ ୬୦ ରନରେ ଗଳିପଡିଥିଲା। କିନ୍ତୁ ମହେନ୍ଦ୍ର ସିଂହ ଧୋନି ୫୦ ରନର ନଟ ଆଉଟ ପାରି ଖେଳି ଜାଡେଜାଙ୍କ ସହ ୬ ନମ୍ବର ୱିକେଟ ପାଇଁ ୭୦ ରନର ପାର୍ଟନରସିପ କରିଥିଲେ। ଚେନ୍ନାଇ ୨୦ ଓଭରରେ ୫ ୱିକେଟ ହରାଇ ୧୩୧ ରନ କରିଥିଲା ଓ କେକେଆର ୧୩୨ ରନର ଲକ୍ଷକୁ ୧୮.୩ ଓଭରରେ ହାସଲ କରିଥିଲା। ଟିମ ପାଇଁ ଅଜିଙ୍କ୍ୟ ରାହାଣେ ସବୁଠୁ ଅଧିକ ୪୪ ରନ କରିଥିଲେ।ପ୍ରେସର ବୋଲର ଉମେଶ ଯାଦବ ପ୍ଲେୟାର ଅଫ ଦି ମ୍ୟାଚ ହୋଇଥିଲେ ଯିଏକି ୨୦ ରନ ଦେଇ ଦୁଇଟି ୱିକେଟ ନେଇଥିଲେ।

ଜାଡେଜା ଡିଉ ଓ ଟସକୁ ପ୍ରମୁଖ କାରଣ କହିଛନ୍ତି।ସେ ପରାଜୟ ପରେ କହିଛନ୍ତି,”ଡିଓ ଏହି ସିଜନରେ ପ୍ରମୁଖ କାରଣ ହେବାକୁ ଯାଉଛି। ଯଦି ଆପଣ ଟସ୍ ଜିତିବେ ତେବେ ଆପଣ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଚେଷ୍ଟା କରିବେ। ୬-୭ ଓଭର ପର୍ଯ୍ୟନ୍ତ ସବୁ ଠିକ ଥିଲା କିନ୍ତୁ ଯେପରି। ପାରି ଆଗକୁ ବଢ଼ିଲା ଡିଉ କାମ ଦେଖାଇବା ଆରମ୍ଭ କଲା। ଆମେ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଚାହୁଁଥିଲୁ, ଡିଉକୁ ଦେଖିବା ତ ସମସ୍ତେ ଭଲ ବୋଲିଙ୍ଗ କରିଛନ୍ତି”।

Google

ସେ ଡିଜେ ବ୍ରାଭୋଙ୍କ ପ୍ରଶଂସା କରିଛନ୍ତି ଯିଏକି ମ୍ୟାଚରେ ୪ ଓଭରରେ ୨୦ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଜାଡେଜା କହିଛନ୍ତି,”ଯଦି ଏହି ମ୍ୟାଚରେ କିଛି ପିଜେଟିଭି ହୋଇଛି ତାହା ଡିଜେ ବ୍ରାଭୋ ଅଟନ୍ତି। ବ୍ରାଭୋ ଭଲ ଖେଳ ଦେଖାଇଛନ୍ତି”।କେକେଆରର ଅଧିନାୟକ ଶ୍ରେୟସ ଅୟର କହିଛନ୍ତି,”ବୋଲରଙ୍କ ପାଇଁ ସର୍ଵଦା ପ୍ରେସର ରହିଥାଏ ଯେବେ ସାମ୍ନାରେ ମହେନ୍ଦ୍ର ସିଂହ ଧୋନିଙ୍କ ପରି ବ୍ୟାଟ୍ସମ୍ୟାନ ରହିଥାନ୍ତି। ମତେ ଜଣାଥିଲା କି ଡିଉ ସହ ଗତି ତାଙ୍କ ଆଡ଼କୁ ଯିବ। ମୁଁ ଭାବିଥିଲି କି ୱିକେଟ ଭଲ ରହିବ,ବଲକୁ ଧରିବା କଷ୍ଟକର ଥିଲା କିନ୍ତୁ ବୋଲିଙ୍ଗ ଲାଇନ ଅଫ ସହିତ ମୋ ପାଇଁ ଏହା ସହଜ ରହିଲା। ଉମେଶ ନେଟରେ ବହୁତ ପରିଶ୍ରମ କରିଥିଲେ ଓ ଅଭ୍ୟାସ ମ୍ୟାଚରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଆଜି ତାଙ୍କୁ ଏପରି ପ୍ରଦର୍ଶନ କରିଥିବା ଦେଖି ବହୁତ ଖୁସି ଲାଗୁଛି। ଏଠାରେ ଖେଳିବାକୁ ମୁଁ ପସନ୍ଦ କରିଥାଏ କାରଣ ମୁଁ ଏଇଠି ଖେଳି ବଡ଼ ହୋଇଛି”।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *