IPL ରେ ଟିମ ପକ୍ଷରୁ ରିଟେନ ଲିଷ୍ଟରେ ନାହାନ୍ତି ଏହିସବୁ ଖେଳାଳି, ହେଲେ ଅଟନ୍ତି ଚମ୍ପିୟାନ ପ୍ଲେୟର! ଅକ୍ସନରେ ହୋଇପାରେ ଜୋରଦାର ବିଡ଼!

ଆଇପିଏଲର ମେଗା ଅକ୍ସନ ପୂର୍ବରୁ ରିଟେନ ଲିଷ୍ଟ ଜାରିକୁ ନେଇ ଆଲୋଚନା ଚାଲିଛି। ରିଟେନ ନ ହୋଇଥିବା କିଛି ଖେଳାଳି ସୋସିଆଲ ମିଡ଼ିଆରେ ନିଜ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି ବୋଲି ଦେଖା ଯାଇଛି। ରିଟେନ ନ ହୋଇଥିବା ଖେଳାଳିଙ୍କ ମଧ୍ୟରେ କିଛି ଏପରି ଖେଳାଳି ସାମିଲ ଅଛନ୍ତି ଯିଏକି ଏକାକୀ ନିଜ ଦମରେ ମ୍ୟାଚ ଜିତାଇବା ଭଳି ସକ୍ଷମ ଅଛନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ।

Google

ମୁମ୍ବାଇ ଟିମ ପଟୁ ହାର୍ଦିକ ପାଣ୍ଡ୍ୟାଙ୍କୁ ରିଟେନ ନକରାଯିବା କେବଳ ଫିଟନେସର କାରଣ ନୁହେଁ ବୋଲି ପ୍ରାୟ ଲାଗୁଛି। କାରଣ ଯେଉଁ ଭିଡ଼ିଓ ସୋସିଆଲ ମିଡ଼ିଆରେ ହାର୍ଦିକ ପାଣ୍ଡ୍ୟା ସେୟାର କହିଛନ୍ତି ସେଥିରୁ ଜଣାପଡୁଛି ମୁମ୍ବାଇ ତାଙ୍କୁ ଏଥର ନେଇ ନପାରେ। ଆଇପିଏଲର ଆରମ୍ଭ କ୍ୟାରିଅରରୁ ହାର୍ଦିକ ମୁମ୍ବାଇର ମୁଖ୍ୟ ଖେଳାଳି ଭାବେ ସାମିଲ ଥିଲେ। ହାର୍ଦିକ ଏକାକି ନିଜ ଦମରେ ମଧ୍ୟ ଟିମକୁ ଅନେକ ମ୍ୟାଚ ଜିତାଇଛନ୍ତି।

Google

ଆଇପିଏଲରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ ରହିସାରିଥିବା ଶ୍ରେୟସ ଅୟର ମଧ୍ୟ ଭଲ ଖେଳାଳି। ସେ ଅଳ୍ପ ଦିନ ତଳେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲେ ଓ ଡେବ୍ୟୁ ମ୍ୟାଚରେ ହିଁ ସେ ଶତକ ମାରିଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା କେ ଏଲ ରାହୁଲ ମଧ୍ୟ ଏଥର ପଞ୍ଜାଵ କିଙ୍ଗସ ପଟୁ ଖେଳିବେ ନାହିଁ।

ଏକାକି ନିଜ ଦମରେ ମ୍ୟାଚ ଜିତାଇବା ଭଳି ଖେଳାଳିଙ୍କ କଥା କହିବା ତ ଶିଖର ଧୱନ, ହର୍ଷଲ ପଟେଲ, ଡେଭିଡ ୱାରନର, ରାଶିଦ ଖାନଙ୍କ ଭଳି କ୍ରିକେଟର ମଧ୍ୟ କମ ନୁହଁନ୍ତି। ଏମାନେ ସେହି ଖେଳାଳି ଯିଏକି ନିଜ ଦମରେ କୌଣସି ସମୟରେ ମ୍ୟାଚର ରୂପ ବଦଳାଇପାରନ୍ତି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *