IPL ୨୦୨୨: ପଞ୍ଜାଵ କିଙ୍ଗସ ପାଖରେ ବଞ୍ଚିଛି ସବୁଠୁ ଅଧିକ ୭୨ କୋଟି ଟଙ୍କା, ଦିଲ୍ଲୀ ପାଖରେ ସବୁଠୁ କମ, ପଢନ୍ତୁ ପୁରା ଖବର

ଆଇପିଏଲ ୨୦୨୨ ପାଇଁ ବଡ଼ ଖେଳାଳି ରିଟେନ କରାଯାଇଛନ୍ତି। ୮ ଟି ଟିମରୁ ୪ ଟି ଟିମ ସର୍ବାଧିକ ୪-୪ ଖେଳାଳିଙ୍କୁ ରିଟେନ କରିଛନ୍ତି। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ସାମିଲ ଅଛି। ପଞ୍ଜାବ କିଙ୍ଗସ ସବୁଠୁ କମ ଦୁଇଟି ଖେଳାଳିଙ୍କୁ ରିଟେନ କରିଛି। ମୋଟ ୨୭ ଖେଳାଳିଙ୍କୁ ରିଟେନ କରାଯାଇଛି। ଏବେ ବଞ୍ଚିଥିବା ଖେଳାଳି ମାନଙ୍କ ମଧ୍ୟରୁ ଦୁଇ ନୂଆ ଟିମ ୩-୩ ଖେଳାଳିଙ୍କୁ ରିଟେନ କରିବ। ଏହା ପରେ ବାକିଥିବା ଖେଳାଳି ମେଗା ଅକ୍ସନରେ ଓହ୍ଲାଇବେ। ଜାନୁଆରୀରେ ମେଗା ଅକ୍ସନ ହେବ ବୋଲି ଅନୁମାନ କରାଯାଉଛି। ଦିଲ୍ଲୀ କ୍ୟାପିଟଲ୍ସ ପାଖରେ ସବୁଠୁ କମ ୪୭.୫ କୋଟି ଅଛି।

Google

ବିସିସିଆଇ ଦ୍ଵାରା ସବୁ ଟିମଙ୍କୁ ଖେଳାଳିଙ୍କୁ କିଣିବା ପାଇଁ ୯୦ କୋଟି ଦିଆଯାଇଛି। ପୂର୍ଵ ସିଜନରେ ଏହା ୮୫ କୋଟି ଥିଲା। ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ୪-୪ ରିଟେନ କରିବା ପରେ ୪୨ କୋଟି ଖର୍ଚ୍ଚ କରିସାରିଛି। ଏବେ ଦୁଇ ଟିମଙ୍କ ପାଖରେ ୪୮ କୋଟି ଟଙ୍କା ବାକିଅଛି। ସବୁ ଟିମଙ୍କୁ ସାଧାରଣତଃ ୧୮ ଖେଳାଳିଙ୍କୁ ସାମିଲ କରିବାକୁ ହେବ। ତେଣୁ ଦୁଇ ଟିମ ଏବେ ବଳିଥିବା ୪୮ କୋଟି ମଧ୍ୟରେ ୧୪ ଖେଳାଳିଙ୍କୁ ସାମିଲ କରିବାକୁ ହେବ। ଗୋଟେ ଟିମ ଅତି ବେଶୀରେ ୨୫ ଖେଳାଳିଙ୍କୁ ଟିମରେ ସାମିଲ କରିପାରିବ।

ପଞ୍ଜାଵ କିଙ୍ଗସ ପାଖରେ ଅଛି ସବୁଠୁ ଅଧିକ ଟଙ୍କା: ପଞ୍ଜାଵ କିଙ୍ଗସରେ ଏବେ ମାତ୍ର ୧୮ କୋଟି ଖର୍ଚ୍ଚ କରି ଦୁଇଟି ଖେଳାଳିଙ୍କୁ ରିଟନ କରିଛି। ପଞ୍ଜାଵ କିଙ୍ଗସ ପାଖରେ ଏବେ ୭୨ କୋଟି ଟଙ୍କା ଅଛି। ଏହା ସହ ଦିଲ୍ଲୀ କ୍ୟାପିଟଲ୍ସ ପାଖରେ ୪୭.୫କୋଟି ହାଇଦ୍ରାବାଦ ପାଖରେ ୬୮ କୋଟି,ରାଜସ୍ଥାନ ପାଖରେ ୬୨,କେକେଆର ପାଖରେ ୪୮ କୋଟି,ବାଙ୍ଗଲୋର ପାଖରେ ୫୭ କୋଟି ବଳକା ଅଛି।

Google

ବିସିସିଆଇ ନିୟମ କରିଥିଲାକି ଅତିବେଶୀରେ ୪ ଟି ଖେଳାଳି ରିଟେନ କରିବା ଦ୍ୱାରା ଟିମ ପର୍ସରୁ ୪୨ କୋଟି ଖର୍ଚ୍ଚ ହେବ। ପ୍ରଥମ ଖେଳାଳିଙ୍କୁ ୧୬ କୋଟି ଦ୍ୱିତୀୟ ଖେଳାଳିଙ୍କୁ ୧୨ କୋଟି,ତୃତୀୟକୁ ୮ କୋଟି ଓ ଚତ୍ରୁର୍ଥ ଖେଳାଳିଙ୍କୁ ୬ କୋଟି ମିଳିବ। ଅନକ୍ୟାପ ଖେଳାଳିଙ୍କ ପାଇଁ ୪ କୋଟି କଟିବ। ତିନୋଟି ଖେଳାଳି ରିଟେନ କରିବା ଦ୍ୱାରା ୩୩ କୋଟି କଟିବ। ପ୍ରଥମକୁ ୧୫, ଦ୍ୱିତୀୟକୁ ୧୧ ଓ ତୃତୀୟକୁ ୭ କୋଟି ମିଳିବ। ଦୁଇ ଖେଳାଳିଙ୍କୁ ରିଟେନ କରିବା ଦ୍ୱାରା ୨୪ କୋଟି ଯାଇପାରେ ବୋଲି ଜଣା ଯାଉଛି। ଗୋଟେ ଖେଳାଳିଙ୍କୁ ରିଟେନ କରିବା ଦ୍ୱାରା ୧୪ କୋଟି ଯାଇପାରେ ବୋଲି ଜଣା ଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *