ଆଇପିଏଲ ୨୦୨୨ର ମେଗା ଅକ୍ସନ ପୂର୍ବରୁ ସବୁ ଟିମକୁ ଅତିବେଶୀରେ ୪-୪ ଖେଳାଳିଙ୍କୁ ରିଟେନ କରିବାର ଅପ୍ସନ ଦିଆଯାଇଛି। ଏହା ପାଇଁ ଟିମଙ୍କୁ ଶେଷ ତାରିଖ ୩୦ ନଭେମ୍ବର ପର୍ଯ୍ୟନ୍ତ ଦିଆଯାଇଛି। ୩୦ ନଭେମ୍ବର ଦୁଇ ପ୍ରହର ୧୨ ଭିତରେ ସବୁ ଖେଳାଳି ନିଜ ରିଟନ ଲିଷ୍ଟ ଦେବାକୁ ହେବ। କୌଣସି ବି ଟିମ ଅତି ବେଶୀରେ ୪ ଜଣ ଖେଳାଳିଙ୍କୁ ହିଁ ରିଟେନ କରିପାରିବ। କ୍ରିକବଜର ଖବର ଅନୁସାରେ ମହେନ୍ଦ୍ର ସିଂହ ଧୋନି, ବିରାଟ, କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା, ସୁନୀଲ ନାରାୟଣ, ଆନ୍ଦ୍ର ରସଲ, ଓ ଗ୍ଲନେ ମାକ୍ସୱେଲ ସେହି ସବୁ ନାମ ଯାହାଙ୍କୁ ଟିମ ରିଟେନ କରିଛି।

ସେହିପରି ହାର୍ଦିକ ପାଣ୍ଡ୍ୟା, ଡେଭିଡ ୱାରନର, କେଏଲ ରାହୁଲ, ଶ୍ରେୟସ ଅୟର ଇୟୋନ ମୋର୍ଗାନଙ୍କ ପରି ବଡ଼ ନାମକୁ ଟିମ ରିଲିଜ କରିଦେଇଛି। ଅନେକ ଟିମ ଏବେ ମଧ୍ୟ ରିଟନ ଲିଷ୍ଟ ଫାଇନାଲ କରୁଛନ୍ତି। ଆଇପିଏଲ ୨୦୨୨ରେ ଲଖନଉ ଓ ଅହମ୍ମଦାବାଦ ଦୁଇ ନୂଆ ଟିମ ଡେବ୍ୟୁ କରିବାକୁ ଯାଉଛନ୍ତି।
ଏହା ହୋଇପାରେ ଆଇପିଏଲ ୨୦୨୨ର ରିଟେନ:
ଚେନ୍ନାଇ ସୁପର କିଙ୍ଗସ: ମହେନ୍ଦ୍ର ସିଂହ ଧୋନି, ଋତୁରାଜ ଗାୟକବାଡ଼, ରବିନ୍ଦ୍ର ଜଡେଜା, ମୋଇନ ଅଲ୍ଲୀ।
କୋଲକତା ନାଇଟ ରାଇଡ଼ର୍ସ: ସୁନୀଲ ନାରିନ , ଆନ୍ଦ୍ର ରସଲ, ଭେଙ୍କଟେସ ଅୟର ଓ ବରୁଣ ଚକ୍ରବର୍ତ୍ତୀ।

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ଯଶପ୍ରୀତ ବୁମରା।
ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର: ବିରାଟ କୋହଲି ,ଗ୍ଲେନ ମାକ୍ସୱେଲ।

ଦିଲ୍ଲୀ କ୍ୟାପିଟଲ୍ସ: ରିଷଭ ପନ୍ତ,ପୃଥୀ ସ୍ୱ, ଅକ୍ଷର ପଟେଲ, ଏନରିକ ନୋରକିଆ।
ରାଜସ୍ଥାନ ରୟାଲ୍ସ- ସଞ୍ଜୁ ସାମସନ।
ଅହମ୍ମଦାବାଦ ପଟୁ ଖେଳିପାରନ୍ତି ହାର୍ଦିକ ଓ କୁନାଲ ପାଣ୍ଡ୍ୟା: ଖବର ଆସୁଥିଲା କି ପାଣ୍ଡ୍ୟା ବଦର୍ଶ ହାର୍ଦିକ ପାଣ୍ଡ୍ୟା ଓ କୁନାଲ ପାଣ୍ଡ୍ୟା କୌଣସି ନୂଆ ଟିମ ପଟୁ ଆଗାମୀ ସିଜନରେ ଖେଳିପାରନ୍ତି। ଦୁହିଁଙ୍କର ମୁମ୍ବାଇ ପଟୁ ପୂର୍ଵ ସିଜନ ଫ୍ଲପ ରହିଥିଲା ଓ ହାର୍ଦିକ ତ ଫିଟ ବି ନଥିଲେ। ସେ ଅନେକ ସମୟରୁ ଆଇପିଏଲରେ ବୋଲିଙ୍ଗ କରୁନାହାନ୍ତି। କ୍ରିକବଜର ଖବର ଅନୁସାରେ ଦୁଇ ଭାଇ ଏବେ ନୂଆ ଟିମ ଅହମ୍ମଦାବାଦ ପଟୁ ଖେଳିପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।