ବ୍ୟୁରୋ ରିପୋର୍ଟ: ଇଣ୍ଡିଆନ ପ୍ରିମୀୟର ଲିଗର ଆଗାମୀ ସିଜନରୁ ଯୋଡି ହେବାକୁ ଯାଉଥିବା ନୂଆ ଟିମର ନାମ ଅହମ୍ମଦାବାଦ ଟାଇଟନ୍ସ ହେବ। ଏହା ଲିଗର ୧୦ ତମ ଟିମ ହେବ। ପୂର୍ଵ ସିଜନ ପର୍ଯ୍ୟନ୍ତ ଆଇପିଏଲରେ ୮ ଟି ଟିମ ଖେଳୁଥିଲେ। କିନ୍ତୁ ୧୫ ତମ ସିଜନରେ ୧୦ ଟି ଟିମ ହୋଇଯିବାର ଅଛି। ନୂଆ ଟିମ ତରଫରୁ ନାମକୁ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ। ପୂର୍ବରୁ ଲଖନଉ ନିଜ ଟିମର ନାମ ବାଛିଥିଲା ଏବଂ ଲଖନଉ ସୁପରଜ୍ୟାଣ୍ଟସ୍ ରଖିଥିଲା। ଅହମ୍ମଦାବାଦ ଟିମର ଅଧିନାୟକତ୍ୱ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସମ୍ଭାଳିବେ।

ଦୁନିଆର ସବୁଠୁ ଦାମୀ ଲିଗ ଆଇପିଏଲର ୧୫ ତମ ସିଜନରେ ୧୦ ଟି ଟିମ ଓହ୍ଲାଇବେ। ଏହି ସିଜନରୁ ଦୁଇଟି ନୂଆ ଟିମ ଯୋଡି ହେବେ। ଗୋଟେ ଟିମ ଲକ୍ଷନଉ ଓ ଆଉଗୋଟେ ଟିମ ଅହମ୍ମଦାବାଦ ହେବ। ମେଗା ଅକ୍ସନର କିଛି ଦିନ ପୂର୍ବରୁ ଲକ୍ଷନଉ ଟିମ ନିଜର ଅଧିକାରୀକ ନାମ ଘୋଷଣା କରିଥିଲା। ସଂଜୀବ ଗୋୟଙ୍କାଙ୍କ ଲକ୍ଷନଉ ଟିମର ନାମ ହୋଇଛି”ଲଖନଉ ସୁପର ଜାଏଣ୍ଟର୍ସ”। ଇନସାଇଡ଼ ସ୍ପୋର୍ଟର ଅନୁସାରେ ନୂଆ ଟିମ ନିଲାମୀ ପୂର୍ବରୁ ନିଜର ଅଧିକାରିକ ନାମ ଘୋଷଣା କରିବ।
ଏହା ପୂର୍ବରୁ ଅହମ୍ମଦାବାଦ ଟିମ ତିନୋଟି ଖେଳାଳିଙ୍କୁ ଟିମରେ ବାଛିଛି। ଏବେ ଟିମ ପାଖରେ ୫୨ କୋଟି ବଞ୍ଚିଛି। ଟିମର ଅଧିନାୟକତ୍ୱ ହାର୍ଦିକ ପାଣ୍ଡ୍ୟା ସମ୍ଭାଳିବେ। ତାଙ୍କୁ ୧୫ କୋଟିରେ ଟିମରେ ସାମିଲ କରାଯାଇଛି। ସେହିପରି ଆଫଗାନିସ୍ତାନର ଷ୍ଟାର ସ୍ପିନର ରାଶିଦ ଖାନଙ୍କୁ ମଧ୍ୟ ୧୫ କୋଟିରେ ଟିମରେ ସାମିଲ କରା ଯାଇଛି। ସେହିପରି ଭାରତୀୟ ଯୁବ ଖେଳାଳି ଶୁଭମନ ଗିଲଙ୍କୁ ୮ କୋଟିରେ ଟିମ ନିଜ ସହ ସାମିଲ କରିଛି। ଟିମର କୋଚିଙ୍ଗ ଷ୍ଟାପଙ୍କ କଥା କହିବା ତ ମହାନ ପୂର୍ଵ ଭାରତୀୟ ପେସର ବୋଲର ଆଶିଷ ନେହେରାଙ୍କୁ ଟିମର ହେର୍ଡ କୋଚ କରାଯାଇଛି। ଗ୍ୟାରି କଷ୍ଟନଙ୍କୁ ଟିମର ମେଣ୍ଟର କରାଯାଇଛି।
Ahmedabad Titans it is! 💥💥 pic.twitter.com/XQdcWHlgOt
— Rahul Kushwaha (@meRahulKushwaha) February 7, 2022
ଏହା ମଧ୍ୟରେ ହାର୍ଦିକ ପାଣ୍ଡ୍ୟା ୧୦ ଫେବୃଆରୀରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେନି। ତାଙ୍କ ନଜର ସୀମିତ ଓଭର କ୍ରିକେଟରେ ଭାରତୀୟ ଟିମଜୁ ଫେରିବା ଅଟେ। ବଦୌଦା କ୍ରିକେଟ ସଂଘ ଟୁର୍ଣ୍ଣାମେଣ୍ଟ ପ୍ରଥମ ଭାଗ ପାଇଁ ୨୦ ଜଣିଆ ଟିମର ଘୋଷଣା କରିଛି ଯେଉଁଥିରେ ହାର୍ଦିକପାଣ୍ଡିଆଙ୍କ ନାମ ନାହିଁ। କେଦାର ଦେବଧରଙ୍କୁ ଟିମର ଅଧିନାୟକ କରାଯାଇଥିବା ବେଳେ ବିଷ୍ଣୁ ସୌଲଂକି ଟିମର ଉପଅଧିନାୟକତ୍ୱ ସମ୍ଭାଳିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।