ବ୍ୟୁରୋ ରିପୋର୍ଟ: IPL ର ରୋମାଂଚ ଅନ୍ୟ କ୍ରିକେଟ ଲିଗ ଠୁ ଭିନ୍ନ ଅଟେ। IPL ରେ ଅନେକ ଦେଶର ଅନେକ ଖେଳାଳି ଖେଳି ନିଜର ପ୍ରତିଭା ଦେଖାଇଥାନ୍ତି। ସାଉଥ ଆଫ୍ରିକା ମାର୍ଚ୍ଚ ୧୮ ରୁ ବଙ୍ଗଳାଦେଶ ସହ ଟେଷ୍ଟ ସିରିଜ ଆରମ୍ଭ କରିବାର ଅଛି। ହେଲେ ସାଉଥ ଆଫ୍ରିକାର ପ୍ରମୂଖ ଖେଳାଳୀ ଖେଳିବେ IPL। ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି IPL। ତେବେ IPL କୁ ପ୍ରାଥମିକତା ଦେଇଛନ୍ତି ପ୍ଲେୟର।
ବାଂଗଲାଦେଶ କ୍ରିକେଟ ବୋର୍ଡ ଏବଂ କ୍ରିକେଟ ସାଉଥ ଆଫ୍ରିକା ଭିତରେ ଏକ ରାଜିନାମା ହୋଇଛି। ତେବେ କହିରଖିବୁ ତାହା ଅନୁସାରେ CSA ପ୍ଲେୟର ମାନଙ୍କୁ IPL ଖେଳିବାକୁ ଏନଓସି ଦେଇଛି ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। BCCI ସହ ଏହା ରାଜିନାମା ହୋଇଥିଲା କି IPL ପାଇଁ ଖେଳାଳିଙ୍କୁ ରିଲିଜ କରିବେ।
South Africa are likely to field a weakened squad for the home Tests against Bangladesh, with all their Test players choosing to go to the IPL instead
— ESPNcricinfo (@ESPNcricinfo) March 15, 2022
ତେବେ ଯାହା ଅନୁମାନ କରାଯାଉଛି ସାଉଥ ଆଫ୍ରିକା ପ୍ରମୂଖ ବୋଲରଙ୍କ ବିନା ବଙ୍ଗଳାଦେଶ ବିପକ୍ଷରେ ଖେଳିବ। କହିରଖିବୁ ଏନରିକ ନୋର୍କିଆ ଦିଲ୍ଲୀ ଟିମରେ ରିଟେନ ଖେଳାଳି ଭାବରେ ସାମିଲ ଥିବା ବେଳେ କାଗିସୋ ରବାଡ଼ାଙ୍କୁ ପଞ୍ଜାବ ଅକ୍ସନରେ ନିଜ ଦଳରେ ସାମିଲ କରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।