ବ୍ୟୁରୋ ରିପୋର୍ଟ: ରଣଜୀ ଟ୍ରଫି ୨୦୨୨-୨୩ ବର୍ଷର କ୍ୱାର୍ଟରଫାଇନାଲ ମୁକାବିଲାର ଚତୁର୍ଥ ଦିନର ମ୍ୟାଚ ପରେ କ୍ୱାର୍ଟରଫାଇନାଲ ମୁକାବିଲାର ପରିମାଣ ସାମ୍ନାକୁ ଆସିଥିଲା।
କର୍ଣ୍ଣାଟକ, ବଙ୍ଗଳା ଏବଂ ମଧ୍ୟ ପ୍ରଦେଶ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ମୁକାବିଲାର ଚତୁର୍ଥ ଦିନ ମଧ୍ୟ ପ୍ରଦେଶ ପାଇଁ ରଜତ ପାଟିଦାର ଏକ ଜବରଦସ୍ତ ଅର୍ଦ୍ଧ ଶତକ ଲଗାଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସୌରାଷ୍ଟ୍ର ଦଳର ୨୯ ବର୍ଷୀୟ ବୋଲର ବିନୟ ଚୌଧୁରୀ ୭ ଟି ୱିକେଟ ନେଇଛନ୍ତି। ଅନ୍ୟପକ୍ଷରେ ମୟଙ୍କ ଅଗ୍ରୱାଲଙ୍କ ଅଧିନାୟକତ୍ୱରେ କର୍ଣ୍ଣାଟକ ଦଳ ରୋମାଞ୍ଚକର ବିଜୟ ହାସଲ କରିଛି।
ଟୁର୍ଣାମେଣ୍ଟର କ୍ୱାର୍ଟରଫାଇନାଲ ପ୍ରଥମ ମୁକାବିଲାରେ ବଙ୍ଗଳା ଦଳ ଝାଡ଼ଖଣ୍ଡ ଦଳକୁ ୯ ୱିକେଟରେ ହରାଇଛି। ମୁକାବିଲାର ଚତୁର୍ଥ ଦିନ ଝାଡ଼ଖଣ୍ଡ ଦଳ ୧୬୨ ରନରେ ୭ ୱିକେଟରୁ ନିଜ ଖେଳ ଆଗକୁ ବଢ଼ାଇଥଲା।
ଦ୍ଵିତୀୟ ପାରିରେ ଦଳ ୨୨୧ ରନ କରି ପାରିଥିଲା। ବଙ୍ଗଳା ଦଳକୁ ୬୭ ରନର ଟାର୍ଗେଟ ଦିଆ ଯାଇଥିଲା। ବଙ୍ଗଳା ଦଳ ଏହାକୁ ଗୋଟିଏ ୱିକେଟ ହରାଇ ଜିତି ନେଇଥିଲା। ଦଳ ତରଫରୁ ଅଭିମନ୍ୟୁ ଈଶ୍ୱରନ ୨୮ ଏବଂ ସୁଦୀପ କୁମାର ୨୬ ରନ କରିଥିଲେ।
ଟୁର୍ଣାମେଣ୍ଟର ଦ୍ଵିତୀୟ ମୁକାବିଲାରେ କର୍ଣ୍ଣାଟକ ଦଳ ଉତ୍ତରାଖଣ୍ଡକୁ ଗୋଟିଏ ପାରି ଏବଂ ୨୮୧ ରନ ହରାଇ ଦେଇଛି। ମୁକାବିଲାର ଚତୁର୍ଥ ଦିନ ଉତ୍ତରାଖଣ୍ଡ ଦଳ ନିଜର ଦ୍ଵିତୀୟ ପାରିର ଆରମ୍ଭ ୧୦୬ ରନରେ ୩ ଟି ୱିକେଟରୁ କରିଥିଲା।
ସ୍ୱପ୍ନିଲ ସିଂ ୫୧ ରନର ଯୋଗ ଦେଇଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରି ନଥିବା ଦ୍ୱାରା ଦଳ ୨୦୯ ରନରେ ଅଲ ଆଉଟ ହୋଇ ଯାଇଥିଲେ। କର୍ଣ୍ଣାଟକ ଦଳ ପ୍ରଥମ ପାରିରେ ୬୦୬ ରନର ସ୍କୋର କରିଥିଲା ଓ ଉତ୍ତରାଖଣ୍ଡ ଦଳ ଏହି ମ୍ୟାଚକୁ ହାରି ଯାଇଛି।
ପଞ୍ଜାବ ଦଳ ସୌରାଷ୍ଟ୍ର ବିପକ୍ଷରେ ଚତୁର୍ଥ ଦିନରେ ୨୫୨ ରନର ଟାର୍ଗେଟକୁ ପିଛା କରି ୫୨ ରନରେ ୨ ଟି ୱିକେଟ ହରାଇ ଦେଇଥିଲେ। ଅନ୍ୟପକ୍ଷରେ ସୌରାଷ୍ଟ୍ର ଦଳ ଦ୍ଵିତୀୟ ପାରିରେ ୩୭୯ ରନରେ ଅଲଆଉଟ ହୋଇ ଯାଇଥିଲେ।
ଚିରାଗ ଯାନୀ ଏବଂ ଅର୍ପିତ ବସାବାଦ ୭୭ ରନ କରିଥିଲେ। ତଳ ଅର୍ଡର ବ୍ୟାଟ୍ସମ୍ୟାନ୍ ପ୍ରେରକ ମାଙ୍କଡ଼ ୮୮ ରନ କରିଥିବା ବେଳେ ପଞ୍ଜାବ ପକ୍ଷରୁ ବିନୟ ଚୌଧୁରୀ ୭ ଟି ୱିକେଟ ନେଇଥିଲେ।
ମଧ୍ୟପ୍ରଦେଶ ଦଳ ଆନ୍ଧ୍ରପ୍ରଦେଶକୁ କ୍ୱାର୍ଟରଫାଇନାଲରେ ୫ ୱିକେଟରେ ହରାଇ ସେମିଫାଇନାଲରେ ପ୍ରଵେଶ କରିଛି। ୨୪୫ ରନର ଲକ୍ଷ୍ୟକୁ ପିଛା କରି ଦଳ ଚତୁର୍ଥ ଦିନ ୫୮/୦ ରେ ଖେଳ ଆରମ୍ଭ କରିଥିଲେ ମଧ୍ୟପ୍ରଦେଶ ଦଳ ଅତି ସହଜରେ ବିଜୟ ହାସଲ କରିଥିଲା। ରଜତ ପତିଦାରଙ୍କ ୫୫ ରନ ଏବଂ ୟସ ଦୁବେଙ୍କ ୫୮ ରନ ଯୋଗୁଁ ଦଳ ୫ ଟି ୱିକେଟ ହରାଇ ୨୪୫ ରନ ଲକ୍ଷ୍ୟ ହାସଲ କରି ନେଇଛି।