ବ୍ୟୁରୋ ରିପୋର୍ଟ :ଆଇପିଏଲ ୨୦୨୨ରେ ଅନେକ ମହାନ ଖେଳାଳି ଖେଳିବେ ନାହିଁ। କ୍ରିସ ଗେଲ, ବେନ ଷ୍ଟୋକସ୍,ଜୋଫ୍ରା ଆର୍ଚ୍ଚର,ମିଚେଲ ଷ୍ଟାର୍କ,ସାମ କରନ ଓ କ୍ରିସ ଓକ୍ସଙ୍କ ଭଳି ବଡ଼ ଖେଳାଳି ନିଲାମୀରେ ପଞ୍ଜିକରଣ କରିନାହାନ୍ତି। ଏମାନେ ସବୁ ଟି-୨୦ର ମହାନ ଖେଳାଳି ଅଟନ୍ତି। ଏମାନଙ୍କ ବିନା ଆଇପିଏଲ ଅଧୁରା ଲାଗିପାରେ।

ଶ୍ରେୟସ ଅୟର, ୟୁଜବେନ୍ଦ୍ର ଚହଲଙ୍କ ସହ ଅଷ୍ଟ୍ରେଲିଆର ଆକ୍ରାମକ ବ୍ୟାଟ୍ସମ୍ୟାନ ଡେଭିଡ ୱାରନର, ଇଣ୍ଡିଆନ ପ୍ରିମୀୟର ଲିଗର ଆଗାମୀ ମାସରେ ହେବାକୁ ଥିବା ନିଲାମୀରେ ଶୀର୍ଷ ବେଶ ପ୍ରାଇଜରେ ରହିପାରନ୍ତି। ଶ୍ରେୟସ ଓ ଚହଲଙ୍କ ଛଡା ୧୦ ଟିମ ସିନୀୟର ବ୍ୟାଟ୍ସମ୍ୟାନ ଶିଖର ଧାୱନ, ଇସାନ କିସନ, ସାରଦୁଲ ଠାକୁର,ଦୀପକ ଚାହାର, ପୂର୍ଵ ମାସରେ ସର୍ବାଧିକ ୱିକେଟ ନେଇଥିବା ହର୍ଷଲ ପଟେଲ, ଆବେଶ ଖାନ, ସ୍ପିନର ରାହୁଲ ଚାହାର,ୱାସିଙ୍ଗଟନ ସୁନ୍ଦରଙ୍କ ଉପରେ ଦାବି ଲଗାଇବେ। ଏହି ଭାରତୀୟ ଖେଳାଳିଙ୍କ ପାଇଁ ୭-୧୬ କୋଟି ଦାମ ଲଗାଯାଇପାରେ।
ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱାରନର, କଗୀସୋ ରବାଡ଼ା, ମାର୍କ ଉଡ଼, ମିଚେଲ ମାର୍ସ, ପ୍ୟାଟ କମିମ୍ସ ଓ ଟ୍ରେଣ୍ଟ ବୋଲଟଙ୍କ ଉପରେ ମୋଟା ଦାମ ଲଗାଯାଇପାରେ। ଫାଫ ଡୁପ୍ଲେସି ଓ ଡିଜେ ବ୍ରାଭୋଙ୍କ ଉପରେ ତାଙ୍କ ପୂର୍ଵ ଟିମ ଚେନ୍ନାଇ ଦାମ ଲଗାଇପାରେ।

ନିଲାମୀ ପୂର୍ବରୁ ଟିମ ମାନେ ମୋଟ ୩୩ ଜଣ ଖେଳାଳିଙ୍କୁ ରିଟନ କରିଛନ୍ତି। ପୂର୍ଵ ୮ ଟିମ ୨୭ ଜଣ ଖେଳାଳିଙ୍କୁ ରିଟେନ କରିଥିବା ବେଳେ ନୂଆ ଦୁଇଟି ଟିମ ୬ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି।
ନୂଆ ଦୁଇଟି ଟିମ ଅହମ୍ମଦାବାଦ ଓ ଲଖନଉ ଯେଉଁ ୬ ଜଣ ଖେଳାଳିଙ୍କୁ ରିଟନ କରିଛନ୍ତି ସେଥିରୁ କେ ଏଲ ରାହୁଲ ଓ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ହେବେ। ଯେଉଁ ଖେଳାଳିଙ୍କୁ ରିଟେନ କରାଯାଇଛି ସେଥିରେ ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଡେଜା,କେନ ୱିଲିୟମସନ, ଜୋସ ବଟଲର,ଗ୍ଲେନ ମାକ୍ସୱେଲ,ସାମିଲ ଅଛନ୍ତି।

ଏଥର ଭୁଟାନର ଜଣେ ଖେଳାଳି ରେଜିଷ୍ଟ୍ରେସନ କରିଥିବା ବେଳେ ଆମେରିକାର ରିକାର୍ଡ ୧୪ ଖେଳାଲ ରେଜିଷ୍ଟ୍ରେସନ କରିଛନ୍ତି। ବିଦେଶ ଖେଳାଳିଙ୍କ ମଧ୍ୟରୁ ଅଷ୍ଟ୍ରେଲିଆର ୫୯ ଜଣ ଖେଳାଳି ଅଛନ୍ତି। ଦକ୍ଷିଣ ଆଫ୍ରିକାର ୪୮ ଜଣ ଖେଳାଳି ଅଛନ୍ତି।
ଏହା ଛଡା ୱେଷ୍ଟଇଣ୍ଡିଜର (୪୧),ଶ୍ରୀଲଙ୍କା(୩୬), ଇଂଲଣ୍ଡ(୩୦), ନ୍ୟୁଜିଲାଣ୍ଡ(୨୯), ଆଫଗାନିସ୍ତାନ(୨୦)ଖେଳାଳି ରେଜିଷ୍ଟ୍ରେସନ କରିଛନ୍ତି। ଅନ୍ୟ ଦେଶର ନାମିବୀୟା(୫), ନେପାଳ(୧୫),ଆୟରଲ୍ୟାଣ୍ଡ(୩), ନେଦରଲ୍ୟାଣ୍ଡ(୧), ଓମାନ(୩୦), ସ୍କର୍ଟଲ୍ୟାଣ୍ଡ(୧), ଜିମ୍ବାୱେ(୨) ଓ ୟୁଏଇର ୧ ଖେଳାଳି ରେଜିଷ୍ଟ୍ରେସନ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।