ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨କୁ ସୋମବାର ବା ୨୮ ମାର୍ଚ୍ଚ ବହୁତ ଖାସ ରହିଥିଲା। ମହମ୍ମଦ ସାମୀଙ୍କ ଖତରନାମ ବୋଲିଙ୍ଗ ଓ ରାହୁଲ ତେବଟିୟାଙ୍କ ବିସ୍ପୋଟକ ବ୍ୟାଟିଙ୍ଗ ଦ୍ଵାରା ଗୁଜୁରାଟ ଏହି ମ୍ୟାଚକୁ ୫ ୱିକେଟରେ ଜିତିଥିଲା। ଲକ୍ଷନଉ ପ୍ରଥମେ ବ୍ୟାଟିଙ୍ଗ କରି ୧୫୮ ରନ କରିଥିଲା କିନ୍ତୁ ଗୁଜୁରାଟ ଟାଇଟନ୍ସ ୨ ଟି ବଲ ବାକିଥାଇ ୧୬୧ ରନ କରି ବିଜୟ ଲାଭ କରିଥିଲା। ଶେଷ ଓଭର ମାନଙ୍କରେ ତେବତିୟାଙ୍କୁ ଡେଭିଡ ମିଲର(୩୦), ଓ ନୂଆ ଖେଳାଳି ଅଭିନବ ମନୋହର (୧୫) ରନରେ ଭଲ ସାଥ ମିଳିଥିଲା। ଯାହା ଦ୍ୱାରା ଟିମ ଶେଷ ୫ ଓଭରରେ ୭୦ ରନ କଲା ଓ ମ୍ୟାଚ ଜିତିଲା।

ରାହୁଲ ତେବତିୟା ନିଜ ପାରିରେ ୫ ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେହିପରି ଡେଭିଡ ମିଲର ନିଜ ୨୧ବଲର ପାରିରେ ଦୁଇଟି ଛକା ଓ ଗୋଟେ ଚୌକା ମାରିଲେ। ଦୁହେଁ ୬୦ ରନର ପାର୍ଟନରସିପ କରି ମ୍ୟାଚର ରୂପ ବଦଳାଇଦେଇଥିଲେ। ମନୋହର ସାତ ବଲର ପାରିରେ ନଟଆଉଟ ରହି ତିନୋଟି ଚୌକା ମାରିଥିଲେ। ଏହା ପୂର୍ବରୁ ଡେବ୍ୟୁ କରିଥିବା ଆୟୁଷ ବଦୋନି (୫୪),ଓ ଦୀପକ ହୁଡା (୫୫)ରନର ଅର୍ଦ୍ଧଶତକ ପାରି ଓ ଦୁହିଁଙ୍କ ମଧ୍ୟରେ ୫ମ ୱିକେଟ ପାଇଁ ୮୭ ରନର ସୁନ୍ଦର ପାର୍ଟନରସିପ କାରଣରୁ ଲକ୍ଷନଉ ଏକ ଭଲ ସ୍କୋର କରିପାରିଥିଲା। ହୁଡା ନିଜର ୪୧ ବଲର ପାରିରେ ଦୁଇଟି ଛକା ଓ ୬ ଟି ଚୌକା ମାରିଥିଲେ। ସେହିପରି ବଦୋନି ମଧ୍ୟ ୪୧ ବଲର ପାରିରେ ୩ ଟି ଛକା ଓ ଚାରିଟି ଚୌକା ମାରିଥିଲେ।

କେ ଏଲ ରାହୁଲ ଆୟୁଷ ବଦୋନିଙ୍କୁ କହିଲେ-ବେବି ଏବି:
ଆୟୁଷ ବଦୋନିଙ୍କ ପାରିରେ ଅଧିନାୟକ କେଏଲ ରାହୁଲ ବହୁତ ଖୁସି ଅଛନ୍ତି। ସେ କହିଛନ୍ତି,”ଆୟୁଷ ବଦୋନି ଆମ ପାଇଁ ବେବି ଡିଭିଲିୟର୍ସ ଅଟନ୍ତି। ସେ ପ୍ରଥମ ଦିନରୁ ଭଲ ରହିଛନ୍ତି ଯାହା ଜଣେ ନୂଆ ଖେଳାଳିଙ୍କ ପାଇଁ ସହଜ ନୁହେଁ। ସେ ଚାରିପାଖକୁ ୩୬୦ ଡିଗ୍ରୀ ଶର୍ଟ ମାରିଥାନ୍ତି। ମୁଁ ତାଙ୍କ ପାଇ ବହୁତ ଖୁସି କାରଣ ସେ ମୌକାର ଫାଇଦା ଉଠାଇଛନ୍ତି।ଚାରିଟି ୱିକେଟ ଗଳିବା ପରେ ଏପରି ପାରି ଖେଳିବା ସହଜ ନଥିଲା। କିନ୍ତୁ ସେ ପ୍ରେସରରେ ଭଲ ପ୍ରଦର୍ଶନ କରିଥିଲେ”।
କିଏ ଅଟନ୍ତି ଆୟୁଷ ବଦୋନି:
ଆଇପିଏଲର ଡେବ୍ୟୁ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଥୁବା ଆୟୁଷ ବଦୋନି ଘରୋଇ କ୍ରିକେଟରେ ଦିଲ୍ଲୀ ତରଫରୁ ଖେଳିଥାନ୍ତି। ସେ ଶ୍ରୀଲଙ୍କା ବିରୁଦ୍ଧରେ ଅଣ୍ଡର-୧୯ର ଏକ ପାରିରେ ୧୮୫ କରିସାରିଛନ୍ତି। ଶ୍ରୀବଶ୍ଚ ଗୋସ୍ୱାମୀ ଓ ଦେବଦତ ପଡିକଲଙ୍କ ପରେ ଆୟୁଷ ତୃତୀୟ ସବୁଠୁ ଯୁବ ଖେଳାଳି ଅଟନ୍ତି ଯିଏକି ଆଇପିଏଲର ଡେବ୍ୟୁ ମାଞ୍ଚରେ ଅର୍ଦ୍ଧଶତକ ମାରିଛନ୍ତି।
Young #AyushBadoni played a knock of 54 off 41 balls with the help of six fours and two sixes against #GujaratTitans#LucknowSuperGiants #IPL2022 https://t.co/rKMoDTODca
— CricketNDTV (@CricketNDTV) March 29, 2022
ସେ ୨୨ ବର୍ଷ ୧୧୫ ଦିନରେ ଅର୍ଦ୍ଧଶତକ ମାରିଛନ୍ତି। ସେ ଆଇପିଏଲର ଡେଭ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ବା ତାଠୁ ଅଧିକ ରନ କରିଥିବା ୯ ମ ଭାରତୀୟ ଖେଳାଳି ଅଟନ୍ତି। ୨୦୨୦ରେ ପଡିକଲ ଏହି କାରନାମା କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।