ବ୍ୟୁରୋ ରିପୋର୍ଟ: ସନରାଇଜର୍ସ ହାଇଦ୍ରାବାଦକୁ ଆଇପିଏଲ ୨୦୨୨ରେ ୬ ନମ୍ବର ପରାଜୟ ମିଳିଛି। ଶନିବାରକୁ ପୁନେରେ ଖେଳାଯାଇଥିବା ମ୍ୟାଚରେ ୱିଲିୟମସନଙ୍କ ଟିମକୁ କେକେଆର ୫୪ ରନରେ ହରାଇଦେଇଛି। ଏହି ପରାଜୟ ପରେ ହାଇଦ୍ରାବାଦର ପ୍ଲେ ଅଫରେ ପହଁଚିବା କଷ୍ଟକର ହୋଇଯାଇଛି।
Catching on the boundary line keeps getting better and better. Outstanding catch by @shashank2191!#KKRvSRH
— Sachin Tendulkar (@sachin_rt) May 14, 2022
ଏହି ମ୍ୟାଚରେ ହାଇଦ୍ରାବାଦର ପରାଜୟପରେ ମଧ୍ୟ ହାଇଦ୍ରାବାଦର ଖେଳାଳି ସଂସାଙ୍କ ସିଂହ ଚର୍ଚ୍ଚାରେ ରହିଲେ। ସେ ଏହି ମ୍ୟାଚରେ ଦୁଇଟି କ୍ୟାଚ ଧରିଥିଲେ ଯେଉଁଥିରୁ ରାହାଣେଙ୍କ ମ୍ୟାଚ ବହୁତ ସୁନ୍ଦର ଥିଲା। କେକେଆରର ପାରିର ୮ ମ ଓଭରର ଶେଷ ବଲରର ଉମରାନ ମଲ୍ଲିକଙ୍କ ଶର୍ଟ ବଲରେ ଅଜିଙ୍କ୍ୟ ରାହାଣେ ବଡ଼ ଶର୍ଟ ମାରିଥିଲେ।
ଏପରି ଲାଗୁଥିଲା ବଲଟି ଆରାମରେ ଛକା ହୋଇନଯିବ କିନ୍ତୁ ସଂସାଙ୍କ ସିଂହ ନିଜ ଡାହାଣ ପଟକୁ ଦୌଡି ଡିପ ପଏଣ୍ଟରେ ଏକ ସୁନ୍ଦର ମ୍ୟାଚ ଧରିଥିଲେ। କ୍ୟାଚ ଧରିବା ସମୟରେ ସେ ଧ୍ୟାନ ରଖିଲେ କି ଯେପରି ତାଙ୍କ ଶରୀରର କୌଣସି ଅଙ୍ଗ ବାଉଣ୍ଡରିକୁ ଟଚ ନକରୁ। ସୋସିଆଲ ମିଡ଼ିଆରେ ଏହି କ୍ୟାଚର ଭିଡ଼ିଓ ଭାଇରାଲ ହେଉଛି।
Super catch from Shashank Singh!! 🙌
#KKRvSRH | #SRHvsKKR | #IPL | #IPL2022 pic.twitter.com/K2J8bkuKvm#KKRvSRH
— Mayank Kashyap (@MayankK40232590) May 14, 2022
ଏପରି ରହିଲା ମ୍ୟାଚ:
ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା କେକେଆର ୨୦ ଓଭରରେ ୬ ୱିକେଟ ହରାଇ ୧୭୭ ରନ କରିଥିଲା। ଆନ୍ଦ୍ର ରସେଲ ୨୮ ବଲରେ ୪୯ ରନର ସୁନ୍ଦର ନଟ ଆଉଟ ପାରି ଖେଳିଥିଲେ ଯେଉଁଥିରେ ଚାରିଟି ଛକା ଓ ତିନୋଟି ଚୌକା ସାମିଲ ଥିଲା। ଏହା ଛଡା ସାମ ବିଲିଙ୍ଗସ ୩୪ ଓ ରାହାଣେ ୨୮ ରନର ପାରି ଖେଳିଥିଲେ। ଉମରାନ ମଲ୍ଲିକ ହାଇଦ୍ରାବାଦ ପାଇଁ ସବୁଠୁ ଅଧିକ ତିନୋଟି ୱିକେଟ ନେଇଥିଲେ।
ଜବାବରେ ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ ହରାଇ ୧୨୩ ରନ ହିଁ କରିପାରିଲା। ହାଇଦ୍ରାବାଦ ତରଫତୁ ଅଭିଷେକ ଶର୍ମା ସବୁଠୁ ଅଧିକ ୪୩,ଏର୍ଡମ ମାର୍କରମ ୩୪ ରନର ଯୋଗଦାନ ଦେଇଥିଲେ। କେକେଆର ପାଇଁ ଆନ୍ଦ୍ର ରସେଲ ତିନୋଟି ଓ ଟିମ ସାଉଦି ଦୁଇଟି ୱିକେଟ ନେଇଥିଲେ।
Shashank Singh 🔥🔥🔥#KKRvSRH pic.twitter.com/iGuTtHjdOW
— Awanish Pathak (@iAwanishPathak) May 14, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।