IPL 2022 ର ଚମ୍ପିୟନ ବନିଲା ନୂଆ ଟିମ ଗୁଜରାଟ ଟାଇଟନ୍ସ! କ୍ୟାପଟେନ ପାଣ୍ଡ୍ୟା,ଗିଲ ରହିଲେ ମ୍ୟାଚର ହିରୋ

୨୦୨୨ ଆଇପିଏଲ ସିଜିନ-୧୫ ଇତି ମଧ୍ୟରେ ଶେଷ ହୋଇ ଯାଇଛି। ଏହାର ଫାଇନାଲ୍ ମ୍ୟାଚ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲସ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ଜିତି ନେଇଛି।

Google

ରାଜସ୍ଥାନ ରୟାଲସ ଅଧିନାୟକ ସଂଜୁ ସାମସନ ପ୍ରଥମେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ଦଳ ପକ୍ଷରୁ ଓପନର ଜୋସ ଵଟଲର ଏବଂ ୟସସ୍ୱି ଜୟସୱାଲ ଓପନିଙ୍ଗ ଆରମ୍ଭ କରିଥିଲେ। ଉଭୟ ରାକ୍ଷଣାତ୍ମକ ଭାବରେ ଖେଳିଥିଲେ ମଧ୍ୟ ୟସସ୍ୱି ଜୟସୱାଲ ୧୬ ବଲରେ ୨୨ ରନ କରି ନିଜର ୱିକେଟ ହରାଇଥିଲେ। ସେହି ସମୟରେ ଦଳୀୟ ସ୍କୋର ୩୧ ହୋଇଥିଲା।

ଏହାପରେ ଅଧିନାୟକ ସଂଜୁ ସାମସନ ଏବଂ ଜୋସ ଵଟଲର ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ୱିକେଟ ଯୋଡିରେ ୨୯ ରନ ଯୋଡିବା ପରେ ଅଧିନାୟକ ସଂଜୁ ସାମସନ ନିଜର ୱିକେଟ ହରାଇଥିଲେ। ସେ ଦୁଇଟି ଚୌକା ସହିତ ୧୧ ବଲରେ ୧୪ ରନ କରି ହାର୍ଦିକ ପାଣ୍ଡ୍ୟାଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ।

Google

ଏହାପରେ ରାଜସ୍ଥାନ ଦଳରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଦେବିଦତ ପାଡିକଲ ୧୦ ବଲରେ ମାତ୍ର ୨ ରନ କରି ରସିଦ ଖାନଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ଏହାପରେ ସଂଗେ ସଂଗେ ଜୋସ ଵଟଲର ୩୫ ବଲରେ ୩୯ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ତାଙ୍କର ଏହି ଇନିଂସରେ ୫ ଟି ଚୌକା ସାମିଲ ଥିଲା। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସିମରନ ହେଟମାୟାର ୧୨ ବଲରେ ମାତ୍ର ୧୧ ରନ, ରବିଚନ୍ଦ୍ରନ ଅଶ୍ୱିନୀ ୯ ବଲରେ ୬ ରନ , ରିୟାନ ପରାଗ ୧୫ ବଲରେ ୧୫ ରନ, ଟ୍ରେଣ୍ଟ ବୋଲଟ ୭ ବଲରେ ୧୧ ରନ ଏବଂ ଓବେଡ଼ ମ୍ୟାକୱେ ୫ ବଲରେ ୮ ରନ କରି ଆଉଟ ହୋଇଥିଲେ। ଫଳରେ ରାଜସ୍ଥାନ ରୟାଲସ ନିର୍ଦ୍ଧାରିତ ୨୦ ଓଭରରେ ୯ ଟି ୱିକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଗୁଜରାଟ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ୩ ଟି ୱିକେଟ ନେଇଥିବା ବେଳେ ସାଇ କିଶୋର ୨ ଟି ୱିକେଟ ନେଇଥିଲେ।

ଅନ୍ୟ ପକ୍ଷରେ ଗୁଜରାଟ ଟାଇଟନ୍ସର ଓପନର ଋଦ୍ଧିମାନ ସାହା ୭ ବଲରେ ୫ ରନ କରି ଜଲ୍ଦି ଆଉଟ ହୋଇଥିଲେ। ଏହାପରେ ମ୍ୟାଥୁ ୱେଡ ୧୦ ବଲରେ ୮ ରନ ସଂଗ୍ରହ କରି ରିୟାନ ପରାଗଙ୍କ ହାତରେ କ୍ୟାଚ ହୋଇଥିଲେ। ଦଳ ୨୩ ରନରେ ଦୁଇଟି ମୂଲ୍ୟବାନ ୱିକେଟ ହରାଇ ସାରିଥିଲା। ଏହାପରେ ଶୁଭମନ ଗିଲ ଏବଂ ହାର୍ଦିକ ପାଣ୍ଡ୍ୟା ଦ୍ଵିତୀୟ ଉଇକେଟ ଯୋଡିରେ ୬୩ ରନ ସଂଗ୍ରହ କରିଥିଲେ। ଉଭୟଙ୍କ ଦ୍ୱାରା ଅନେକ ଦର୍ଶନୀୟ ସର୍ଟ ଦେଖିବାକୁ ମିଳିଥିଲା।

Google

୩୦ ବଲରେ ୩୪ ରନ କରି ସମୟରେ ହାର୍ଦିକ ପାଣ୍ଡ୍ୟା ୟୁଜବେନ୍ଦ୍ର ଚାହଲଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୩ ଟି ଚୌକା ଏବଂ ଗୋଟିଏ ଛକା ସମିଲ ଥିଲା। ଅନ୍ତିମ ୬ ଓଭରରେ ୪୨ ରନ ଦରକାର ଥିବା ବେଳେ ଶୁଭମନ ଗିଲ ଏବଂ ଡେଭିଡ ମିଲରଙ୍କ ଧୁଆଁଧାର ଖେଳ ଦେଖିବାକୁ ମିଳିଥିଲା। ଶୁଭମନ ଗିଲ ୪୩ ବଲରେ ୪୫ ରନ ଏବଂ ଡେଭିଡ ମିଲର ୧୯ ବଲରେ ୩୨ ରନ କରିଥିଲେ। ଶୁଭମନ ଗିଲଙ୍କ ଏହି ଇନିଂସରେ ୩ ଟି ଚୌକା ,ଗୋଟିଏ ଛକା ଏବଂ ଡେଭିଡ ମିଲରଙ୍କ ଏହି ଇନିଂସରେ ୩ ଟି ଚୌକା ଏବଂ ୧ ଟି ଛକା ସାମିଲ ଥିଲା। ୧୯ ତମ ଓଭରରେ ଶୁଭମନ ଗିଲ ଛକା ମାରି ଗୁଜରାଟ ଟାଇଟନ୍ସକୁ ବିଜୟୀ କରାଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *