ବଡ଼ ଖବର: IPL ରେ କରୋନାର ଏଣ୍ଟ୍ରି! ଏହି ଟିମର ଫିଜିଓ ହେଲେ ସଂକ୍ରମଣ! ଜୋର ଧରିଲା ଖବର! ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ଆଇପିଏଲର ୧୫ ତମ ସିଜନରେ ମଧ୍ୟ ଘାତକ କରୋନା ଭରିଯାଇଛି। ଶୁକ୍ରବାରକୁ ପ୍ରଥମ ମାମଲା ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟଲ୍ସରୁ ଆସିଛି। ବିସିସିଆଇ ଏହାର ପୁଷ୍ଟି କରିଦେଇଛି,ଏହା ଏହି ଆଇପିଏଲ ସିଜନର ପ୍ରଥମ ମାମଲା ଅଟେ। ଦିଲ୍ଲୀ କ୍ୟାପିଟଲ୍ସ ଟିମର ଫିଜିଓ ପୈଟ୍ରିକ ଫରହାର୍ଟ କରୋନା ଭାଇରସରେ ସଂକ୍ରମଣ ହୋଇଛନ୍ତି। ଏହା ଆଇପିଏଲ ୨୦୨୨ର ପ୍ରଥମ ମାମଲା ଅଟେ ଯେବେ କୌଣସି ଟିମର ମେମ୍ବରରେ ସଂକ୍ରମଣ ହୋଇଛନ୍ତି।

ଏହା ପୁର୍ବରୁ ମଧ୍ୟ ଆଇପିଏଲର ପୂର୍ଵ ସିଜନ କରୋନାରେ ପ୍ରଭାବିତ ହୋଇଥିଲା ଯାହା ଦ୍ୱାରା ତାହାର ଦ୍ୱିତୀୟ ଭାଗ ୟୁଏଇରେ ଆୟୋଜନ କରାଯାଇଥିଲା।

ବିସିସିଆଇ ଦ୍ଵାରା ଜାରି ବୟାନରେ କୁହାଯାଇଛିକି ଦିଲ୍ଲୀ କ୍ୟାପିଟଲ୍ସ ଟିମର ଫିଜିଓ ପୈଟ୍ରିକ ଫରହାର୍ଟ କରୋନା ଭାଇରସରେ ସଂକ୍ରମଣ ହୋଇଛନ୍ତି। ଟଲ୍ସର ମେଡିକାଲ ଟିମ ତାଙ୍କ ଉପରେ ନଜର ରଖିଛନ୍ତି। ଏହା ଛଡା ଏବେ ପର୍ଯ୍ୟନ୍ତ ଏହା ଖୁଲାସା କରାଯାଇନାହିଁକି ଅନ୍ୟ କେହି ସଂକ୍ରମଣ ହୋଇଛନ୍ତିକି ନାହିଁ। ଖେଳାଳି ସଂକ୍ରମଣ ହେବାର ସମ୍ଭାବନା ବହୁତ କମ। ଦିଲ୍ଲୀର ଆଗାମୀ ମ୍ୟାଚ ଶନିବାରକୁ ଆରସିବି ସହ ଅଛି। ଦେଖିବାକୁ ହେବକି ଦିଲ୍ଲୀ ଟିମ କେଉଁ ଭଳି ଅଭ୍ୟାସ କରିବ।

ପୂର୍ଵ ମ୍ୟାଚରେ ସଂକ୍ରମଣ ହୋଇଥିବା ଆଶଙ୍କା:

ଦିଲ୍ଲୀ କ୍ୟାପିଟଲ୍ସ ନିଜର ଶେଷ ମ୍ୟାଚ ବ୍ରେବୋନ ଷ୍ଟାଡିୟମରେ କେକେଆର ବିରୁଦ୍ଧରେ ଖେଳିଥିଲା।ଏହି ମ୍ୟାଚକୁ ଦିଲ୍ଲୀ ୪୪ ରନରେ ଜିତିଥିଲା। ସେହି ସମୟରେ ହୁଏତ ଫରହାର୍ଟ କୌଣସି ଅନ୍ୟ ସ୍ଥାନକୁ ଯାତ୍ରା କରିଛନ୍ତି। ଯାହା ଦ୍ୱାରା ସେ କରୋନାରେ ସଂକ୍ରମଣ ହେଲେ। ଏହା ବିଷୟରେ ଦିଲ୍ଲୀ କ୍ୟାପିଟଲ୍ସ କୌଣସି ବୟାନ ଦେଇନାହିଁ।

୨୦୧୯ରେ ଦିଲ୍ଲୀ କ୍ୟାପିଟଲ୍ସ ସହିତ ଯୋଡିହୋଇଥିଲେ:

ପୈଟ୍ରିକ ଫରହାର୍ଟ ୨୦୧୯ରେ ଦିଲ୍ଲୀ କ୍ୟାପିଟଲ୍ସ ଟିମରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେ ୨୦୧୫ରେ ଭାରତୀୟ ପୁରୁଷ କ୍ରିକେଟ ଟିମ ସହିତ ଥିଲେ। ବର୍ଷ ୨୦୧୯ ବିଶ୍ୱକପ ଶେଷ ପୂର୍ବରୁ ସେ ଟିମ ଇଣ୍ଡିଆର ଫିଜିଓ ଥିଲେ। ସେ ଏହା ପୂର୍ବରୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାଵ କିଙ୍ଗସ ପଟେ ରହିସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *