IPL 2022 ରେ ଚେନ୍ନାଇର ପ୍ରଦର୍ଶନ ନିରାଶଜନକ ରହିଛି। IPL 2021 ରେ ଚମ୍ପିୟନ ହୋଇଥିବା ଏହି ଟିମ ପ୍ଲେ ଅଫ ଦୌଡ଼ରେ ପାଖାପାଖି ବାହାର ହୋଇଯାଇଛି। ପ୍ରଥମରୁ ଦଳର କ୍ୟାପଟେନ ରବୀନ୍ଦ୍ର ଜାଡେଜା ହୋଇଥିବା ବେଳେ ପୁଣି କେତେକ ମ୍ୟାଚ ପରେ ଜାଡେଜା କ୍ୟାପଟେନସି ଛାଡିଥିଲେ ଏବଂ ଧୋନି କ୍ୟାପଟେନ ହୋଇଥିଲେ।

RCB ବିପକ୍ଷରେ କାଲିର ମ୍ୟାଚରେ ହାରିଥିଲା ଚେନ୍ନାଇ। ପଏଂଟସ ଟେବୁଲରେ ଚେନ୍ନାଇ ୧୦ ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ୭ଟି ହାରି ନମ୍ବର ୯ ରେ ଅଛି। ତେବେ ପରବର୍ତ୍ତୀ ଅକ୍ସନରେ ଦଳ ନିଜର କମି ପୁରା କରିପାରେ।
ସାମ କରନ: ଚେନ୍ନାଇ ସୁପର କିଙ୍ଗସର ପୂର୍ବ ଅଲରାଉଣ୍ଡର ସାମ କରନ ସୁନ୍ଦର ବୋଲିଂ ସହ ବ୍ୟାଟିଂ ମଧ୍ୟ କରନ୍ତି। ସେ ବଲ ସ୍ୱିଙ୍ଗ ବି କରନ୍ତି। ତେବେ ଚେନ୍ନାଇ ପରବର୍ତ୍ତୀ ଅକ୍ସନରେ ସାମ କରନଙ୍କୁ ଦଳରେ ସାମିଲ କରିପାରେ। ଦଳ ପାଖରେ ଅନୁଭବି ବ୍ରାଭୋ ଅଛନ୍ତି ଏବଂ ସାମ କରନ ଆସିଲେ ବୋଲିଂ ସହ ବ୍ୟାଟିଂ ବି ଆହୁରି ମଝଭୁତ ହୋଇଯିବ। ସେ ଆକର୍ଷଣୀୟ ବ୍ୟାଟିଂ କରନ୍ତି।

ବେନ ଷ୍ଟୋକ୍ସ: ନିକଟରେ ଇଂଲଣ୍ଡ ଦଳର ଟେଷ୍ଟ କ୍ୟାପଟେନ ହୋଇଥିବା ବେନ ଷ୍ଟୋକ୍ସଙ୍କୁ ଦଳରେ ବି ସାମିଲ କରିପାରେ ଚେନ୍ନାଇ। ତାଙ୍କ ପାଖରେ IPL ର ଅନୁଭଵ ଅଛି। ସେ ରାଜସ୍ଥାନ ପକ୍ଷରୁ ଖେଳୁଥିଲେ ମାତ୍ର IPL 2022 ରେ ସେ ଅଂଶ ଗ୍ରହଣ କରିନାହାଁନ୍ତି। ତେବେ ସେ IPL ରେ ଶତକ ମଧ୍ୟ ଲଗାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।