ଏହି ୩ ସୁପର୍ ଷ୍ଟାରଙ୍କୁ ମିସ୍ କରୁଛି ଚେନ୍ନାଇ ସୁପର କିଙ୍ଗସ! ମ୍ୟାଚ୍ ଜିତାଉଥିବ ୨ଜଣ ଖେଳାଳି ଏବେ ଅଲଗା ଦଳରେ!

ବ୍ୟୁରୋ ରିପୋର୍ଟ: ଚାରିଥରର ଚାମ୍ପିୟନ ଟିମ ସିଏସକେ ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ବହୁତ ଖରାପ ପ୍ରଦର୍ଶନ କରିଛନ୍ତି। ସିଏସକେ ନିଜ ଆରମ୍ଭ ଚାରିଟି ଯାକ ମ୍ୟାଚ ହାରିଯାଇଛି। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଛି ଯେବେ ସିଏସକେ ନିଜ ଆରମ୍ଭ ଚାରିଟିଯାକ ମ୍ୟାଚ ହାରିଯାଇଛି। ଏହି ଚାରିଟି ପରାଜୟ ପରେ ସିଏସକେ ଅଙ୍କ ତାଲିକାରେ ଶେଷରେ ଅଛି। ସିଏସକେର ନେଟ ରନରେଟ -୧.୨୧୧ ଅଟେ।

Google

ଆଇପିଏଲ ୨୦୨୨ର ଆରମ୍ଭ ପ୍ରାୟ କିଛି ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ପଦ ଦେଇଥିଲେ। ଧୋନିଙ୍କ ଉପସ୍ଥିତରେ ଜାଡେଜାଙ୍କୁ ଭବିଷ୍ୟତ ପାଇଁ ଅଧିନାୟକ ପାଇଁ ପ୍ରାୟ ପ୍ରସ୍ତୁତ କରାଯାଉଛି। ଜାଡେଜା ଏହି ସିଜନରେ ଅଧିନାୟକତ୍ୱ, ନା ବ୍ୟାଟିଙ୍ଗ ନା ଵୋଲିଙ୍ଗ କୋଉଥିରେ ଭଲ ପ୍ରଦର୍ଶନ କରିପାରିନଥିଲେ।

ଆଇପିଏଲ ୨୦୨୨ ମେଗା ଅକ୍ସନରେ ସିଏସକେ ନିଜର ସବୁ ଖେଳାଳିଙ୍କୁ ନିଜସହ ଯୋଡିବାକୁ ଚେଷ୍ଟା କରିଥିଲା କିନ୍ତୁ କିଛି ମ୍ୟାଚ ବିଜୟୀ ଖେଳାଳିଙ୍କୁ ଟିମ ନିଜ ସହ ସାମିଲ କରିପାରିନଥିଲା। ଆସନ୍ତୁ ଜାଣିବା ସେ କେଉଁ ତିନି ଖେଳାଳି ଯାହାଙ୍କ କମି ସିଏସକେ ଏହି ସିଜନରେ ଅନୁଭବ କରୁଛି।

Google

ସାରଦୁଲ ଠାକୁର: ସାରଦୁଲ ଠାକୁରଙ୍କୁ ଚେନ୍ନାଇ ସୁପର କିଙ୍ଗସ ୨୦୧୮ ଆଇପିଏଲରେ ନିଜ ସହ ଯୋଡିଥିଲା। ସେବେ ସେ ମୁମ୍ବାଇ ଇଣ୍ଡିଆନ୍ସରୁ ସିଏସକେକୁ ଆସିଥିଲେ। ସେବେ ଠୁ ସାରଦୁଲ ଚେନ୍ନାଇ ଟିମରେ ଥିଲେ।

ଯେବେ ସିଏସକେକୁ ୱିକେଟର ଆବଶ୍ୟକତା ହୋଇଥାଏ ପ୍ରାୟ ସାରଦୁଲ ୱିକେଟ ନେଇଥାନ୍ତି। ପୂର୍ଵ ସିଜନରେ ସେ ସିଏସକେ ପାଇଁ ୧୬ ମ୍ୟାଚରେ ୨୧ ୱିକେଟ ନେଇଥିଲେ। ସାରଦୁଲ ବଲକୁ ସୁଇଂଙ୍ଗ କରିବାରେ ସକ୍ଷମ ଅଟନ୍ତି। ସେ ତଳକ୍ରମରେ ଧୂଆଁଧାର ବ୍ୟାଟିଙ୍ଗ ମଧ୍ୟ କରିପାରନ୍ତି।

Google

ଫାଫ ଡୁପ୍ଲେସି: ଦକ୍ଷିଣ ଆଫ୍ରିକାର ପୂର୍ଵ ଅଧିନାୟକ ଫାଫ ଡୁପ୍ଲେସିଙ୍କ ପାଇଁ ଆଇପିଏଲର ୧୪ ତମ ସିଜନ ସୁନ୍ଦର ରହିଥିଲା। ୩୭ ବର୍ଷୀୟ ଡୁପ୍ଲେସି ସିଏସକେ ପାଇଁ ଆଇପିଏଲ ୨୦୨୧ରେ ୧୬ ମ୍ୟାଚରେ ୬୩୩ ରନ କରିଥିଲେ। ସେ ପୂର୍ଵ ସିଜନରେ ସବୁଠୁ ଅଧିକ ରନ କରିଥିବା ମାମଲାରେ ଦ୍ୱିତୀୟ ନମ୍ବରରେ ଥିଲେ। ଋତୁରାଜ ଗାୟକୱାଡ଼ଙ୍କ ସହ ଡୁପ୍ଲେସି ଟପ ଅର୍ଡରରେ ଅନେକ ବଡ଼ ପାର୍ଟନରସିପ କରିଥିଲେ। ଟପ ଅର୍ଡରରେ ଡୁ ପ୍ଲେସି ଅନେକ ବଡ଼ ପାରି ଖେଳି ଚେନ୍ନାଇକୁ ଚତ୍ରୁର୍ଥ ଥର ଆଇପିଏଲ ଟ୍ରଫି ଜିତାଇବାରେ ମୁଖ୍ୟ ଭୂମିକା ମଧ୍ୟରୁ ଜଣେ ଥିଲେ।

ସାମ କରନ: ଇଂଲଣ୍ଡର ପ୍ରତିଭାବନ ଅଲରାଉଣ୍ଡର ସାମ କରନ ପୂର୍ଵ ଦୁଇ ସିଜନରେ ସିଏସକେର ପ୍ରମୁଖ ଅଂଶ ଭିତରୁ ଜଣେ ଥିଲେ। ପୂର୍ଵ ବର୍ଷ ଯେବେ ଚେନ୍ନାଇ ଟ୍ରଫି ଜିତିଥିଲା ସାମ କରନ ସେଥିରେ ବହୁତ ଯୋଗଦାନ ଦେଇଥିଲେ। ସେ ସିଏସକେ ପାଇଁ ୨୩ ମ୍ୟାଚରେ ୨୨ ୱିକେଟ ସହିତ ୨୪୨ ରନ କରିଥିଲେ।

Google

ସାମ କରନ ନୂଆ ବଲରେ ବୋଲିଙ୍ଗ କରିବା ସହିତ ତଳକ୍ରମରେ ଭଲ ବ୍ୟାଟିଙ୍ଗ ମଧ୍ୟ କରିଥାନ୍ତି। ଏହି ବର୍ଷ ମେଗା ନିଲାମୀରେ ସେ ନିଜକୁ ଅଲଗା କରିଦେଲେ। ଏହି ସିଜନରେ ସିଏସକେ ତାଙ୍କ ବିକଳ୍ପ ଖୋଜିବାରେ ଅସଫଳ ରହିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *