ବଡ଼ ଖବର: CSK ହୋଇଯିବ ଜବରଦସ୍ତ ମଝଭୁତ! ଟିମରେ ସାମିଲ ହେବେ ଜୁନିଅର ମାଲିଙ୍ଗା!

ବ୍ୟୁରୋ ରିପୋର୍ଟ: ଚଳିତ ବର୍ଷ ଆଇପିଏଲ ସିଜନ୍ ୧୫ରେ ଚେନ୍ନାଇ ସୁପର କିଙ୍ଗସ ସମର୍ଥକ ମାନଙ୍କୁ ମିଳିଲା ଖୁସିର ଖବର। ଆଇପିଏଲ ଟେକ୍ନିକାଲ ଟିମ୍ ତରଫରୁ ନିଷ୍ପତି ନିଆ ଯାଇଛି କି ଭଲ ଖେଳାଳି ଆଡାମ ମିଲନେଙ୍କ ସ୍ଥାନରେ ଖେଳିବେ ଏହି ଭଲ ଖେଳାଳି ଯିଏକି ନିଜ ଅଣ୍ଡର ୧୯ ମ୍ୟାଚ ରେ ଖାଲି ଭଲ ପ୍ରଦର୍ଶନ କରିଥିଲେ।

Google

ଚଳିତ ବର୍ଷ ଆଇପିଏଲ ସିଜନ୍ ୧୫ରେ ଚେନ୍ନାଇ ସୁପର କିଙ୍ଗସ ର ଦୃତ ଗାମୀ ବୋଲର ଆଡାମ ମିଲନେ କୋଲକାତା ନାଇଟ ରାଇଡ଼ର ସହ ମ୍ୟାଚ ଖେଳୁଥିବା ବେଳେ ନିଜ ମାଂସପେଶୀରେ ଆଘାତ ଲାଗିବା କାରଣରୁ ସେ ସମସ୍ତ ଆଇପିଏଲ ସିଜନ ୧୫ରୁ ବାଦ ପଡ଼ି ଯାଇଥିଲେ।ଯାହା ଫଳରେ ଚେନ୍ନାଇ ସୁପର କିଙ୍ଗସ ଦଳକୁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ପ୍ରାୟ ବହୁତ ଚିନ୍ତିତ ଥିଲେ।

ଯାହାକି ଆଇପିଏଲ ଟେକ୍ନିକାଲ ଦଳ ତରଫରୁ ଚେନ୍ନାଇ ସୁପର କିଙ୍ଗସ ଦଳକୁ ଆଶ୍ଵାସନା ମିଳିଛି ଚେନ୍ନାଇ ସୁପର କିଙ୍ଗସ ନିଜ ଦଳରେ ଶ୍ରୀଲଙ୍କାର ଦୃତ ଗାମୀ ବୋଲର ମଥିସା ପଥିରାନାଙ୍କୁ ସାମିଲ କରିବା ପାଇଁ ନିଷ୍ପତି ଶୁଣାଇ ଦେଇଛନ୍ତି। ମାଥିସା ପଥିରାନା ଶ୍ରୀଲଙ୍କା ତରଫରୁ ଅଣ୍ଡର ୧୯ ବିଶ୍ଵକପ ଦଳରେ ଖେଳିବାକୁ ସ୍ଥାନ ପାଇଥିଲେ। ଯେହେତୁ ସେ ଅଧିକ ମ୍ୟାଚ ଖେଳି ନଥିଲେ ତଥାପି ସେ ଏହି ବିଶ୍ୱକପ୍ ମ୍ୟାଚ ୭ଟି ୱିକେଟ ନେଇଥିଲେ। ଏହା ପରେ ସେ ଆବୁ ଧାବିରେ ଖେଳ ହେଉଥିବା ଟି ୧୦ ଲିଗରେ ସେ ଖୁବ୍ ସୁନ୍ଦର ପ୍ରଦର୍ଶନ କରିଥିଲେ ଏବଂ ପ୍ରଶଂସକ ମାନଙ୍କର ହୃଦୟ ଜିତି ନେଇ ଯାଇଥିଲେ।

Google

ଏହି ଖେଳାଳି ଚେନ୍ନାଇ ସୁପର କିଙ୍ଗସ ଦଳରେ ସାମିଲ ହେବାକୁ ଯାଉଛନ୍ତି ଯାହାଙ୍କୁ ଖୁସିରେ ଜୁନିଅର ଲାସିଥ ମାଲିଙ୍ଗା ବୋଲି କୁହାଯାଏ କାରଣ ତାଙ୍କର ବୋଲିଙ୍ଗ ଶୈଳୀ ପ୍ରାୟ ଲାସିଥ ମଲିଙ୍ଗାଙ୍କ ଭଳି। ଅନ୍ୟ ପାଖେ ଚେନ୍ନାଇ ସୁପର କିଙ୍ଗସ ଯିଏକି ନିଜର ତାରକା ବୋଲର ଦୀପକ ଚାହରଙ୍କ ଅନୁପସ୍ଥିତି ନେଇ ଖୁବ ଚିନ୍ତିତ ଥିଲା ତାହା ସମାପ୍ତ ହେବାକୁ ଯାଉଛି। ଦୀପକ ଚାହର ୧୪ କୋଟି ଟଙ୍କା ଦେଇ କିଣା ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *