IPL ର ଡେବ୍ୟୁ ସିଜିନରେ ଏହି ଯୁବ ପେସରଙ୍କ କମାଲ! ପ୍ରଥମ ଓଭରରେ କଲେ ଖାସ କାରନାମା!

ବ୍ୟୁରୋ ରିପୋର୍ଟ: IPL ରେ ଆଉ ଏକ ଯୁବ ଖେଳାଳିଙ୍କ କମାଲ। ମୁକେସ ଚୌଦୁରି ହୁଏତ ଆଇପିଏଲ ୨୦୨୨ ପୂର୍ବରୁ ବହୁତ କମ ଲୋକ ଜାଣିଥିବେ। ସେ ପୂର୍ଵ ଆଇପିଏଲ ସିଜନରେ ଆରସିବିର ନେଟ ବୋଲର ଥିଲେ। ଆଇପିଏଲ ୨୦୨୨ର ମେଗା ଅକ୍ସନରେ ସିଏସକେ ତାଙ୍କୁ ୨୦ ଲକ୍ଷରେ କିଣିଥିଲା କିନ୍ତୁ ନିଜ ଡେବ୍ୟୁ ସିଜନରେ ହିଁ ସେ ସୁନ୍ଦର ପ୍ରଦର୍ଶନ ଦ୍ଵାରା ପ୍ରଭାବିତ କରିଛନ୍ତି। ଗୁରୁବାରକୁ ସେ ଏକ ମ୍ୟାଚରେ ମୁମ୍ବାଇର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ରଥମ ଓଭରରେ ଆଉଟ କରିଥିଲେ। ସେ ଅଧିନାୟକ ରୋହିତ ଶର୍ମା ଓ ଇସାନ କିସନଙ୍କୁ ଶୂନ୍ୟରେ ଆଉଟ କରି ପ୍ରଥମ ଓଭରରେ ମୁମ୍ବାଇକୁ ଦୁଇଟି ବଡ଼ ଝଟକା ଦେଇଥିଲେ। ମୁମ୍ବାଇ ଟିମ ଏହି ମ୍ୟାଚ ପୂର୍ବରୁ ନିଜ ଆରମ୍ଭ ୬ ଟି ଯାକ ମ୍ୟାଚ ହାରିସାରିଛି।

Google

୨୫ ବର୍ଷୀୟ ବାମହାତୀ ପେସର ମୁକେସ ଚୌଦୁରି ମହାରାଷ୍ଟ୍ର ତରଫରୁ ଖେଳିଥାନ୍ତି। ସେ ରୋହିତ ଓ ଇସାନଙ୍କ ଛଡା ଦ୍ୱିତୀୟ ଓଭରର ଶେଷ ବଲରେ ଦେବାଲ୍ଡ ବ୍ରେବିସଙ୍କୁ ମଧ୍ୟ ଆଉଟ କରିଥିଲେ। ସେ ୭ ବଲରେ ଚାରି ରନ କରିଥିଲେ ଓ ଭଲ ଫ୍ରର୍ମରେ ଥିଲେ କିନ୍ତୁ ମୁକେସ ତାଙ୍କୁ ଶସ୍ତାରେ ଆଉଟ କରିଥିଲେ। ମୁମ୍ବାଇ ଅକ୍ସନ ପୂର୍ବରୁ ରୋହିତଙ୍କୁ ୧୬ କୋଟିରେ ରିଟେନ କରିଥିଲା, ଇସାନଙ୍କୁ ଅକ୍ସନରେ ୧୫.୨୫ କୋଟି ଓ ବ୍ରେଭିସଙ୍କୁ ଅକ୍ସନରେ ୩ କୋଟିରେ କିଣିଥିଲା। ତିନୋଟି ଯାକ ଖେଳାଳିଙ୍କ ଦାମ ମିଶି ୩୪ କୋଟି ଅଟେ। କିନ୍ତୁ ଏହି ତିନିଜଣଙ୍କ ୱିକେଟ ୨୦ଲକ୍ଷରେ କିଣା ହୋଇଥିବା ମୁକେସଙ୍କୁ ମିଳିଲା। ସେ ଆରସିବି ବିରୁଦ୍ଧରେ ମ୍ୟାଚରେ ବିରାଟ କୋହଲିଙ୍କୁ ଆଉଟ କରିଥିଲେ।

୧୮ ତମ ଟି-୨୦ ମ୍ୟାଚ ଖେଳୁଛନ୍ତି:

ଏହା ମୁକେସଙ୍କର ମୋଟ ୧୮ ତମ ଟି-୨୦ ମ୍ୟାଚ ଅଟେ। ସେ ଏହା ପୂର୍ବରୁ ୨୭ ଔସତରେ ୨୦ ୱିକେଟ ନେଇଛନ୍ତି। ସେ ତିନିଥର ତିନୋଟି ଲେଖା ୱିକେଟ ନେଇଛନ୍ତି। ସେ ଆଇପିଏସ ୨୦୨୨ରେ ୭ ଟି ମ୍ୟାଚରେ ୬ ଟି ୱିକେଟ ନେଇଛନ୍ତି। ଏହା ପୂର୍ବରୁ ସେ ଗୁଜୁରାଟ, ଆରସିବି, ହାଇଦ୍ରାବାଦ ଓ ପଞ୍ଜାଵ ବିରୁଦ୍ଧରେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Google

ମୁକେସ ଚୌଦୁରି ଏହା ପୂର୍ବରୁ ଫାଷ୍ଟକ୍ଳାସରେ ମଧ୍ୟ ନିଜ କୌଶଳ ଦେଖାଇଛନ୍ତି। ସେ ୧୩ ମ୍ୟାଚରେ ୩୩ ଔସତରେ ୩୮ ୱିକେଟ ନେଇଛନ୍ତି। ୯୯ ରନ ଦେଇ ୪ ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଏହା ଛଡା ସେ ଲିଷ୍ଟ ଏ ରେ ୧୨ ମ୍ୟାଚରେ ୧୭ ୱିକେଟ ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *