ବ୍ୟୁରୋ ରିପୋର୍ଟ: ଖୁସିରେ ଝୁମିଲା ଟିମ ଚେନ୍ନାଇ। ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଡିଜେ ବ୍ରାଭୋ, ମୋଇନ ଅଲ୍ଲୀ, ଋତୁରାଜ ଗାଏକୱାଡ଼ ଏବଂ ଅନ୍ୟ ଖେଳାଳି ପାରମ୍ପାରିକ ପୋଷାକ ଧାରଣ କରି ଡ୍ୟାନ୍ସ କଲେ। ଟିମର ସାଥି ଡେଭନ କନୱେଙ୍କ ବାହାଘରରେ ଏମିତି ଖୁସିରେ ଝୁମିଲେ CSK କ୍ରିକେଟର ମାନେ।
ତେବେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଭାଇରଲ ହେଇଥିଲା। ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ କନୱେଙ୍କ ବିବାହ ଉତ୍ସବ ହୋଇଥିଲା। ଏଥିରେ ଧୋନି , ଗାଏକୱାଡ଼ , ମୋଇନ ଅଲ୍ଲୀ ଙ୍କ ପରି ଖେଳାଳି ନଜର ଆସିଥିଲେ। ତେବେ ତଳେ ଦିଆଯାଇଥିବା ଫଟୋ ଦେଖନ୍ତୁ।
More 📸 More 💛 pic.twitter.com/HzCagxbbZw
— Chennai Super Kings (@ChennaiIPL) April 19, 2022
ଏହା ପରେ ଧୋନି ମୁମ୍ବାଇ ବିପକ୍ଷରେ ଜବରଦସ୍ତ ଖେଳର ପ୍ରଦର୍ଶନ କରି ଚେନ୍ନାଇକୁ ମ୍ୟାଚ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ବିଜୟ ଚୌକା ମାରିଥିଲେ। ଏହା ପରେ ଧୋନି ସୋସିଆଲ ମିଡିଆରେ ଭାଇରଲ ହେଇଥିଲେ। IPL 2022 ରେ ଏଯାଏ ଚେନ୍ନାଇ ସୁପର କିଂଗସ ଦୁଇଟି ମ୍ୟାଚ ଜିତିବାରେ ସଫଳ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।