ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଫାଇନାଲ ମ୍ୟାଚ ରବିବାରକୁ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ ଦୁଇ ଟିମ ଜିତି ଟ୍ରଫି ଜିତିବାକୁ ଚାହିଁବେ। ଗୋଟେ ପଟ ରାଜସ୍ଥାନ ୨୦୦୮ ଟ୍ରଫି ଜିତିବା ପରେ ଦ୍ୱିତୀୟ ଥର ଫାଇନାଲ ଖେଳୁଛି ଓ ଅନ୍ୟ ପଟେ ରାଜସ୍ଥାନ ପରି ଡେବ୍ୟୁ ସିଜନରେ ଟ୍ରଫି ଜିତିବା ଆଶାରେ ଗୁଜରାଟ ଓହ୍ଲାଇବ। ରାଜସ୍ଥାନ ପାଖରେ ଅରେଞ୍ଜ କ୍ୟାପ ରଖିଥିବା ବଟଲର ଅଛନ୍ତି, କିନ୍ତୁ ଗୁଜରାଟ ପାଖରେ ଏକ ଏପରି ବ୍ୟାଟ୍ସମ୍ୟାନ ଅଛନ୍ତି ଯିଏକି ଏକାକି ରାଜସ୍ଥାନକୁ ହରାଇପାରେ ସେ ହେଉଛନ୍ତି ଡେଭିଡ ମିଲର।

ଆଇପିଏଲ ୨୦୨୨ରେ ଡେଭିଡ ମିଲର ଗୁଜୁରାଟ ତରଫରୁ ଅନେକ ବିଜୟୀ ପାରି ଖେଳିଛନ୍ତି। ଏହି ସିଜନରେ ସେ ସ୍ପିନରଙ୍କୁ ଭଲ ଖେଳିଛନ୍ତି। ସିଜନରେ ସ୍ପିନରଙ୍କ ବିରୁଦ୍ଧରେ ତାଙ୍କର ଔସତ ୯୬ ଓ ଷ୍ଟାଇକ ରେଟ ୧୪୪ଅଟେ। ଏହି ଆଇପିଏଲ ସିଜନରେ୧୩୦ ବଲ ସ୍ପିନରଙ୍କ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ କେବଳ ବଟଲର, କେ ଏଲ ରାହୁଲ ଓ ତିଲକ ବର୍ମାଙ୍କ ଔସତ ମିଲରଙ୍କ ଠୁ ଅଧିକ ଓ କେବଳ ରିଷଭ ପନ୍ତ ଓ ତିଲକ ବର୍ମାଙ୍କ ଷ୍ଟାଇକ ରେଟ ତାଙ୍କ ଠୁ ଅଧିକ।
ମିଲରଙ୍କର ସ୍ପିନ ବୋଲିଙ୍ଗ ସାମ୍ନାରେ ଦମଦାର ପ୍ରଦର୍ଶନ:
ମିଲର ଏକାକୀ ଚହଲ ଓ ଅଶ୍ୱିନୀଙ୍କ ଉପରେ ଭାରି ପଡିପାରନ୍ତି। ଚାହଲ ଓ ଅଶ୍ୱିନୀ ଏହି ସିଜନରେ ଏବେ ପର୍ଯ୍ୟନ୍ତ ୨୬ ଓ ୧୨ ୱିକେଟ ନେଇସାରିଲେଣି। ମିଲର ଅଧ୍ୟ ଏହି ସିଜମରେ ସ୍ପିନରଙ୍କ ଉପରେ ଜୋରଦାର ପ୍ରହାର କରିଛନ୍ତି।

ରଣନୀତି ବଦଳାଇବା ଦ୍ଵାରା ହେଲା ଫାଇଦା: ମିଲର:
ଆଇପିଏଲ ୨୦୨୨ରେ ମିଲର ସ୍ପିନରଙ୍କ ଓଭରରେ ଭଲ କଣ ପାଇଁ ସାବ୍ୟସ୍ତ ହୋଇଛନ୍ତି? ଇଏସପିଏନ କ୍ରିକଇନ୍ଫୋରେ ମିଲର କହିଥିଲେ,”ମତେ ଲାଗୁନାହିଁକି ମୁଁ କେବେବି ସ୍ପିନରଙ୍କ ବଲରେ ଦ୍ଵନ୍ଦରେ ଥିଲି। ପୂର୍ଵ କିଛି ବର୍ଷରୁ ମୁଁ ସ୍ପିନରଙ୍କ ଓଭରରେ ନେଉ ରଣନୀତିରେ ପରିବର୍ତ୍ତନ କରିଛି ତାହା ଭଲ ସାବ୍ୟସ୍ତ ହୋଇଛି”।
ହାର୍ଦିକଙ୍କ ପରେ ଗୁଜରାଟ ପାଇଁ ସବୁଠୁ ଅଧିକ ରନ କରିଛନ୍ତି:
ମିଲର ଏହି ସିଜନରେ ୪୪୯ ରନ କରିସାରିଲେଣି। ଏହା ପୂର୍ବରୁ ସେ ୨୦୧୪ରେ ପଞ୍ଜାଵ କିଙ୍ଗସ ତରଫରୁ ୪୪୬ ରନ କରିଥିଲେ। ଏହି ସିଜନରେ ସେ ଆଇପିଏଲ କ୍ୟାରିଅରର ସବୁଠୁ ଅଧିକ ରନ କରିଛନ୍ତି। ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ରନ କରିବା ମାମଲାରେ ସେ ୮ ମ ସ୍ଥାନରେ ଅଛନ୍ତି। ଗୁଜରାଟ ପାଇଁ ହାର୍ଦିକ ପାଣ୍ଡ୍ୟା (୪୫୩) ପରେ ସେ ସବୁଠୁ ଅଧିକ ରନ କରିଛନ୍ତି।

ତେଣୁ ରାଜସ୍ଥାନର ମୁଖ୍ୟ ବୋଲର ଚାହଲ ଓ ଅଶ୍ୱିନୀଙ୍କ ପାଇଁ ମିଲର ବିପଦ ସାବ୍ୟସ୍ତ ହୋଇପାରରନ୍ତି। ଯଦି ଏହି ଯୋଡି ମିଲରଙ୍କୁ ଅଟକାଇବେ ନାହିଁ ରାଜସ୍ଥାନ ଦ୍ୱିତୀୟ ଥର ଆଇପିଏଲ ଟ୍ରଫି ଜିତିବା କଷ୍ଟକର ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।