ଗୁଜରାଟ ବିନା ଖେଳି ଫାଇନାଲରେ ପହଁଚିପାରେ,ଜାଣନ୍ତୁ ପ୍ଲେ ଅଫ ସହ ଜଡିତ ନୂଆ ନିୟମ! ପଢନ୍ତୁ ସମ୍ପୂର୍ଣ୍ଣ ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ପ୍ଲେ ଅଫ ମ୍ୟାଚ ମଙ୍ଗଳବାର ଠୁ ଆରମ୍ଭ ହେଇଯିବାର ଅଛି। ପ୍ରଥମ କ୍ୟାଲିଫାୟର ମ୍ୟାଚ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବାର ଅଛି। ବୁଧବାର ଦିନ ଏଲିମିନେଟର ମ୍ୟାଚ ଆରସିବି ଓ ଲକ୍ଷନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯିବାର ଅଛି। ଏହା ପୂର୍ବରୁ ବିସିସିଆଇ ପ୍ଲେ ଅଫ ମ୍ୟାଚ ଓ ଫାଇନାଲ ମ୍ୟାଚକୁ ନେଇ ନିୟମ ଜାରି କରିଛି। ନୂଆ ନିୟମ ଅନୁସାରେ ଯଦି ପ୍ଲେ ଅଫ ମ୍ୟାଚ ବର୍ଷା କାରଣରୁ ହୋଇପାରିବ ନାହିଁ ତେବେ ବିଜେତା ଟିମର ଚୟନ ସୁପର ଓଭର ଦ୍ଵାରା ହେବାର ଅଛି। ମାନେ ୬ ବଲରେ ବିଜେତା ଫାଇନାଲ ହେବାର ଅଛି।

Google

ଏହା ପରେ ମଧ୍ୟ ନିୟମ ଅନୁସାରେ ଯଦି ସୁପର ଓଭର ଖେଳମଧ୍ୟ ହୋଇପାରିବ ନାହିଁ ତେବେ ବିଜେତା ଟିମର ଚୟନ ପଏଣ୍ଟ ଟେବୁଲ ଦ୍ଵାରା ହେବ। ଯେଉଁସ୍ଥିତି ଭଲ ପୋଜିସନରେଥିବ ସେ ବିଜେତା ହେବ। ଯଦି ଗୁଜୁରାଟ ଓ ରାଜସ୍ଥାନ ମଧ୍ୟରେ କୌଣସି କାରଣରୁ ମ୍ୟାଚ ଓ ସୁପର ଓଭର ଖେଳ ହୋଇପାରିବ ନାହିଁ ତେବେ ଗୁଜୁରାଟ ଆରାମରେ ଫାଇନାଲରେ ପହଂଚିଯିବ। କାରଣ ପଏଣ୍ଟସ୍ ଟେବୁଲରେ ଗୁଜୁରାଟ ପ୍ରଥମ ଓ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେଥିଲା।

ଇଏସପିଏନ କ୍ରିକଇନ୍ଫୋର ଖବର ଅନୁସାରେ ଆରସିବି ଓ ଲକ୍ଷନଉ ମଧ୍ୟରେ ହେବାକୁ ଥିବା ଏଲିମିନେଟର ମ୍ୟାଚରେ ମଧ୍ୟ ଏହି ନିୟମ ଲାଗୁ ହେବ। ଯଦି ମ୍ୟାଚ ନହୋଇପାରେ ତେବେ ପଏଣ୍ଟଟେବୁଲରେ ଲକ୍ଷନଉ ଆରସିବିଠୁ ଆଗରେ ଥିବାରୁ ଲକ୍ଷନୌ ଏହି ମ୍ୟାଚ ଜିତିବ ଓ ଆରସିବି ବିନା ଖେଳି ହିଁ ହାରିଯିବ। କ୍ୟାଲିଫାୟର -୨ରେ ମଧ୍ୟ ଏହି ନିୟମ ଲାଗୁ ହେବ।

Google

ଆଇପିଏଲ ୨୦୨୨ରେ ପ୍ରଥମ କ୍ୟାଲିଫାୟର ମ୍ୟାଚ ମଙ୍ଗଳବାରକୁ ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବାର ଅଛି। କହିରଖିବୁ ଏଠାରେ ବର୍ତ୍ତମାନ ବର୍ଷ ଲଗାତର ହେଉଛି ତେଣୁ ମ୍ୟାଚକୁ ନେଇ ଚିନ୍ତା ବଢିଯାଇଛି। ପ୍ଲେଅଫ ପାଇଁ ସମୟ ମଧ୍ୟ ଅଧିକ ମିଳିବ। ପ୍ଲେ ଅଫ ପାଇଁ ସାଧାରଣ ମ୍ୟାଚ ତୁଳନାରେ ୨୦୦ ମିନିଟ ପରେ ଆଉ ଦୁଇ ଘଣ୍ଟା ଅଧିକ ମିଳିବ। ଏହା ଅନୁସାରେ ଡେରି ହେଲେ ମ୍ୟାଚ ୯.୪୦ ରୁ ମଧ୍ୟ ଆରମ୍ଭ ହୋଇପାରିବ।

ଫାଇନାଲ ମ୍ୟାଚ ୭.୩୦ ରେ ନହୋଇ ୮ ଟାରୁ ଆରମ୍ଭ ହେବ ତେବେ ଯଦି ବର୍ଷ ହୁଏ ଏହା ୧୦ ଟାରୁ ମଧ୍ୟ ଆରମ୍ଭ ହୋଇପାରିବ। ଦୁଇ ଘଣ୍ଟା ଡେରି ହେଲେ ମଧ୍ୟ ଜମାବି ଓଭର କଟାଯିବନି ଓ ପୁରା ୪୦ ଓଭର ଖେଳାଯିବ। ୨୯ ମଇକୁ ଫାଇନାଲ ମ୍ୟାଚ ପୂର୍ବରୁ ଗୋଟେ ରିଜର୍ଭ ଡେ ରଖାଯାଇଛି।ଯଦି ଫାଇନାଲରେ ଗୋଟେ ବଲ ମଧ୍ୟ ପଡିଥିବ ତେବେ ଆଗାମୀ ଦିନ ମ୍ୟାଚ ସେଇଠୁ ଆରମ୍ଭ ହେବ ଯେଉଁଠୁ ସରିଥିଲା।

Google

୫-୫ ଓଭରର ମଧ୍ୟ ହୋଇପାରେ ମ୍ୟାଚ:

ପ୍ଲେଅଫକୁ ନେଇ ଜାରି ଆଇପିଏଲର ଗାଇଡଲାଇନ ଅନୁସାରେ,”ଆବଶ୍ୟକ ପଡିଲେ ଓଭର ପ୍ଲେ ଅଫ ପାଇଁ କମାଯିବ ଯେଉଁଥିରେ ଯେମିତି ପ୍ରତି ଟିମ ୫ -୫ ଓଭର ବ୍ୟାଟିଙ୍ଗ କରିପାରିବେ”।

୫ ଓଭର ମ୍ୟାଚରେ ଟାଇମ ଆଉଟ ମିଳିବନି।୧୧.୫୬ ରୁ ମ୍ୟାଚ ଆରମ୍ଭ ହୋଇପାରିବ ଓ କେବଳ ଇନିଂସ ବ୍ରେକ ୧୦ ମିନିଟ ରହିବ।୧୨.୫୦ ଭିତରେ ଯେମିତି ମ୍ୟାଚ ଶେଷ ହେବ। ୫-୫ ଓଭରର ମ୍ୟାଚ ହେଲେ ଯେମିତି ହେଲେ ବି ରାତି ୧୨.୨୬ ରୁ ମ୍ୟାଚ କରିବାକୁ ହେବ।

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *