ବ୍ୟୁରୋ ରିପୋର୍ଟ: ବିସିସିଆଇ ତରଫରୁ ଶେଷରେ ଆଇପିଏଲ ୨୦୨୨ର ଚାରିଟି ପ୍ଲେ ଅଫର ତାରିଖ ଓ ବେନ୍ୟୁର ଘୋଷଣା କରିଦିଆଯାଇଛି। ଆଇପିଏଲ ୨୦୨୨ର ଫାଇନାଲ ମ୍ୟାଚ ୨୯ ମଇକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।କ୍ୟାଲିଫାୟର-୨ର ମ୍ୟାଚ ମଧ୍ୟ ସେଇଠାରେ ଖେଳାଯିବ ୨୭ ମଇକୁ। ସେହିପରି ଏଲିମିନେଟର ଓ କ୍ୟାଲିଫାୟର -୧ର ମ୍ୟାଚ ୨୪ ଓ ୨୫ ମଇକୁ କୋଲକତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ। ଏହି ସିଜନରେ ୧୦ ଟିମ ଖେଳୁଛନ୍ତି ଓ କରୋନା କାରଣରୁ ଲିଗ ରାଉଣ୍ଡର ୭୦ ଟି ମ୍ୟାଚ ମହାରାଷ୍ଟ୍ରର ୪ ଟି ଷ୍ଟାଡିୟମରେ ଖେଳାଯାଉଛି।
Qualifier 1 will be held in Eden Gardens, Kolkata on 24th May followed by the Eliminator on 25th May. The Narendra Modi Stadium in Ahmedabad will host Qualifier 2 and the TATA IPL Final on 27th and 29th May respectively.#TATAIPL https://t.co/rhgo8f9cHe
— IndianPremierLeague (@IPL) May 3, 2022
ବିସିସିଆଇ ସଚିବ ଜୟ ଶାହା ନ୍ୟୁଜ ଏଜେନ୍ସି ଏଏନଆଇ ସହିତ କଥା ହୋଇ ଆଇପିଏଲ ପ୍ଲେଅଫ ବିଷୟରେ ସୂଚନା ଦେଇଛନ୍ତି। ଏହା ମଧ୍ୟରେ ବୋର୍ଡ କ୍ଲୋଜିଙ୍ଗ ସେରମନୀର ପ୍ରସ୍ତୁତି ଆରମ୍ଭ କଲାଣି। ଏହାର ଆୟୋଜନ ମଧ୍ୟ ଅହମ୍ମଦାବାଦରେ ହେବାର ଅଛି। ଜୟ ସାହା ମହିଳା ଟି-୨୦ ଚ୍ୟାଲେଞ୍ଜକୁ ନେଇ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ପୂର୍ଵ ସିଜନରେ କରୋନା କାରଣରୁ ଏହାର ଆୟୋଜନ ମଧ୍ୟ ହୋଇପାରିନଥିଲା।
ପୁନେରେ ଖେଳାଯିବ ମ୍ୟାଚ:
ମହିଳା ଟି-୨୦ ଚ୍ୟାଲେଞ୍ଜ ୨୩ ରୁ ୨୮ ମଇ ପର୍ଯ୍ୟନ୍ତ ପୁନେରେ ଖେଳାଯିବାର ଅଛି। ଏହା ଟୁର୍ଣ୍ଣାମେଣ୍ଟର ଚତ୍ରୁର୍ଥ ସିଜନ ଅଟେ। ୩ ଟି ଟିମ ଏଥିରେ ଓହ୍ଲାଇଥାନ୍ତି ଓ ୪ ଟି ମ୍ୟାଚ ହୋଇଥାଏ। ଲିଗ ରାଉଣ୍ଡର ମ୍ୟାଚ ୨୩,୨୪ ଓ ୨୫ ମଇକୁ ଖେଳାଯିବାର ଅଛି। ଏହାର ଫାଇନାଲ ୨୮ ମଇକୁ ଖେଳାଯିବାର ଅଛି। ଶେଷ ଥର ଟୁର୍ଣ୍ଣାମେଣ୍ଟର ମ୍ୟାଚ ୨୦୨୦କୁ ହୋଇଥିଲା। ଟ୍ରେଲବ୍ଲେଜର୍ସ ଟିମ ପ୍ରଥମ ଥର ଚମ୍ପିୟାନ ହୋଇଥିଲା।
#Ahmedabad to host #IPL2022 final and Qualifier 2, #Kolkata gets two play-off matcheshttps://t.co/7hDOstFJ1P
— CricketNDTV (@CricketNDTV) May 3, 2022
ବିସିସିଆଇ ଆଗାମୀ ବର୍ଷରୁ ମହିଳା ଆଇପିଏଲ ଆୟୋଜନ କରିବାର ପ୍ରସ୍ତୁତି ମଧ୍ୟ କରୁଛି। ମୋଟ ୬ ଟିମଙ୍କୁ ଏଥିରେ ମୌକା ମିଳିପାରେ। ଆଇପିଏଲରେ ଟିମ ବଢିବା ପରେ ମହିଳା ଆଇପିଏଲ ଆୟୋଜନକୁ ନେଇ ଦାବି ବଢୁଛି।ଅଷ୍ଟ୍ରେଲିଆରେ ବହୁତ ପୂର୍ବରୁ ମହିଳା ଟି-୨୦ ଲିଗରେ ଆୟୋଜନ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।