CSK vs GT: ୧୦ମ ବିଜୟ ଦ୍ଵାରା ଗୁଜରାଟକୁ ହେବ ଫାଇଦା! ଫାଇନାଲରେ ଯିବା ପାଇଁ ମିଳିବ ଦୁଇଟି ଚାନ୍ସ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୬୨ ତମ ମ୍ୟାଚ ପ୍ଲେ ଅଫରୁ ବାହାର ହୋଇଯାଇଥିବା ଚେନ୍ନାଇ ସୁପର କିଙ୍ଗସ ଓ ପ୍ଲେ ଅଫରେ ପହଁଚିସାରିଥିବା ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ। ଯେଉଁଠି ସିଏସକେ ମ୍ୟାଚ ଜିତି ସମ୍ମାନ ବଞ୍ଚାଇବା ପାଇଁ ଚାହିଁବ ଅନ୍ୟ ପଟେ ଗୁଜୁରାଟ ମ୍ୟାଚ ଜିତି ଟପ-୨ରେ ରବିବାକୁ ଚାହିଁବ। ଗୁଜରାଟ ଏହି ମ୍ୟାଚ ଜିତିଗଲେ କୌଣସି ଟିମ ତାକୁ ଟପ-୨ରୁ ବାହାର କରିପାରିବନି। ଟପ-୨ରେ ରହିବାର ଫାଇଦା ଏହାକି ଆପଣଙ୍କୁ ଦୁଇ ଥର ଫାଇନାଲରେ ପହଁଚିବା ପାଇଁ ମୌକା ମିଳିବ। ସିଏସକେ ଟିମ ଏବେ ନବମ ସ୍ଥାନରେ ଅଛି।

Google

ଗୁଜୁରାଟ ପୂର୍ଵ ମ୍ୟାଚରେ ଏହି ସିଜନରେ ଡେଭ୍ୟୁ କରିଥିବା ଅନ୍ୟ ଏକ ଟିମ ଲକ୍ଷନୌ ସୁପର ଜାଏଣ୍ଟସକୁ ୬୨ ରନରେ ହରାଇ ପ୍ଲେ ଅଫରେ ପହଁଚିଥିଲା। ଯେବେକି ସିଏସକେକୁ ପୂର୍ଵ ମ୍ୟାଚରେ ମୁମ୍ବାଇ ହାତରୁ ୫ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା।

ମ୍ୟାଚ ଜିତିବା ଗୁଜୁରାଟର ସବୁଠୁ ବଡ଼ କ୍ଷମତା:

ଗୁଜୁରାଟର ବିଜୟର ସବୁଠୁ ବଡ଼ ଯୋଗଦାନ ଓପନର ଶୁଭମନ ଗିଲ, ଅଧିନାୟକ ହାର୍ଦିକ ପାଣ୍ଡ୍ୟା,ଡେଭିଡ ମିଲର, ରିଧିମାନ ସାହା ଓ ରାହୁଲ ତେବତିୟାଙ୍କର ରହିଛି ,ଯିଏକି ସୁନ୍ଦର ବ୍ୟାଟିଙ୍ଗ କରୁଛନ୍ତି। ଖରାପ ଅବସ୍ଥାରେ ଥାଇ ମଧ୍ୟ ମ୍ୟାଚ ଜିତିବା ଗୁଜୁରାଟର ସବୁଠୁ ବଡ଼ ଶକ୍ତି ଏହି ସିଜନରେ ରହିଛି। ପୂର୍ଵ କିଛି ମ୍ୟାଚରେ ପାଣ୍ଡ୍ୟା, ତେବଟିୟା ଓ ମିଲର ଲୟରୁ ଟିକେ ବିଚ୍ୟୁତ ହୋଇଛନ୍ତି। ଗୁଜୁରାଟର ମଜବୁତ ପକ୍ଷ ତାଙ୍କ ବୋଲର ଅଟନ୍ତି। ଯେଉଁଥିରେ ମହମ୍ମଦ ସାମୀ, ଲକି ଫର୍ଗୁସନ, ରାଶିଦ ଖାନଙ୍କ ଭଳି ବିଶ୍ୱ ସ୍ତରୀୟ ବୋଲର ଅଛନ୍ତି। ସାମୀ ଏବେ ପର୍ଯ୍ୟନ୍ତ ୧୬ ୱିକେଟ ନେଇ ଗୁଜରାଟର ସବୁଠୁ ସଫଳ ବୋଲର ହୋଇଛନ୍ତି।

Google

ଚେନ୍ନାଇର ପକ୍ଷରେ ରହିନାହିଁ ବହୁତ ଜିନିଷ:

ଆଇପିଏଲ ଇତିହାସର ଦ୍ୱିତୀୟ ସବୁଠୁ ସଫଳ ଟିମ ସିଏସକେ କଥା କହିବାତ ଆରମ୍ଭରୁ ସିଏସକେ ପକ୍ଷରେ ବହୁତ ଜିନିଷ ରହିନାହିଁ। ଆଇପିଏଲ ୨୦୨୨ ଆରମ୍ଭ ପୂର୍ବରୁ ଧୋନି ଜାଡେଜାଙ୍କୁ ଅଧିନାୟକତ୍ୱ ଦେଇଦେଇଥିଲେ ଯାହା ଅସଫଳ ସାବ୍ୟସ୍ତ ହେଲା। ପୁଣି ଲିଗ ମଧ୍ୟରେ ଜାଡେଜା ଧୋନିଙ୍କୁ ପୁଣି ଅଧିନାୟକ ପଦ ଦେଇଦେଲେ ଓ ପୂର୍ଵ ମ୍ୟାଚ ପୂର୍ବରୁ ହିଁ ସେ ଆଘାତ କାରଣରୁ ଘରକୁ ପଳେଇଛନ୍ତି।

ଏହା ଛଡା ଟିମର ଷ୍ଟାର ବୋଲର ଦୀପକ ଚାହାର ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ବାହାରିଯାଇଥିଲେ ଓ ଟିମକୁ ଏଡମ ମିଲଙ୍କ କମି ମଧ୍ୟ ଅନୁଭବ ହେଲା। ଡେଭନ କନୱେଙ୍କୁ ଯେତିକି ମୌକା ମିଳିଲା ସେ ନିଜକୁ ସାବ୍ୟସ୍ତ କରିଦେଖାଇଥିଲେ। ମୁକେସ ଚୌଦୁରି ଓ ସିମରଜିତ ସିଂହ ମଧ୍ୟ ବହୁତ ପ୍ରଭାବିତ କରିଛନ୍ତି। ସ୍ପିନରେ ମଧ୍ୟ ମୋଇନ ଅଲ୍ଲୀ ଓ ମହେଶ ତୀକ୍ଷଣା ଆଶା ଅନୁସାରେ ପ୍ରଦର୍ଶନ କରିପାରିଲେ ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *