ବ୍ୟୁରୋ ରିପୋର୍ଟ: ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଟିମ ଗୁଜୁରାଟ ଟାଇଟନ୍ସ ରାଜସ୍ଥାନ ଟିମକୁ ୩୭ ରନରେ ହରାଇଛି। ଆଇପିଏଲ ୨୦୨୨ରେ ଏହା ଗୁଜୁରାଟ ଟାଇଟନ୍ସର ୫ ମ ମ୍ୟାଚରେ ଚତ୍ରୁର୍ଥ ବିଜୟ ଓ ଏହା ସହିତ ଏବେ ଟିମ ପଏଣ୍ଟ ଟେବୁଲରେ ଶୀର୍ଷରେ ପହଁଚିଯାଇଛି। ଏହି ମ୍ୟାଚରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୮୭ ରନର ନଟଆଉଟ ପାରି ଖେଳିଥିଲେ ଓ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନଙ୍କୁ ରନ ଆଉଟ କରିଥିଲେ ଜେମ୍ସ ନିସମଙ୍କ ୱିକେଟ ମଧ୍ୟ ନେଇଥିଲେ।

ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଙ୍ଗ କରି ୪ ୱିକେଟ ହରାଇ ୧୯୨ ରନ କରିଥିଲା। ଲକ୍ଷ୍ୟର ପିଛା କରି ରାଜସ୍ଥାନ ଟିମ ନିଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ ହିଁ କରିଥିଲା। ଆଇପିଏଲର ଏହି ସିଜନରେ ଡେବ୍ୟୁ କରିଥିବା ଗୁଜୁରାଟ ଟାଇଟନ୍ସ ୫ ମ୍ୟାଚରେ ୮ ଅଙ୍କ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ଅଛି। ଗୁଜୁରାଟ ସହ ମ୍ୟାଚରେ ୩୭ ରନରେ ହାରିବା ଦ୍ଵାରା ରାଜସ୍ଥାନ ତୃତୀୟ ସ୍ଥାନକୁ ଖସିଯାଇଛି।
କେକେଆର ଦ୍ୱିତୀୟ ସ୍ଥାନରେ:
କେକେଆର ଦ୍ୱିତୀୟ ସ୍ଥାନରେ ଓ ପଞ୍ଜାଵ ଟିମ ଚତ୍ରୁର୍ଥ ସ୍ଥାନରେ ଅଛି। ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ମୁମ୍ବାଇସଭା ଶେଷ ସ୍ଥାନରେ ଅଛି। ଏହି ସିଜନରେ ମୁମ୍ବାଇ ଏବେ ପର୍ଯ୍ୟନ୍ତ ୫ ଟି ମ୍ୟାଚ ଖେଳିଛି ଓ ୫ ଟି ଯାକ ମ୍ୟାଚ ହାରିଛି। ସେହିପରି ଦ୍ୱିତୀୟ ସବୁଠୁ ସଫଳ ଟିମ ସିଏସକେ ୫ ଟି ମ୍ୟାଚରୁ ଗୋଟେ ଜିତି ୨ ଅଙ୍କ ସହ ୯ମ ସ୍ଥାନରେ ଅଛି।

ଅରେଞ୍ଜ କ୍ୟାପ ରାଜସ୍ଥାନ ରୟାଲ୍ସର ଜୋସ ବଟଲରଙ୍କ ପାଖରେ ଅଛି। ସେ ୫ ଟି ମ୍ୟାଚରେ ୨୭୨ ରନ କରିଛନ୍ତି। ୨୨୮ ରନ ସହିତ ହାର୍ଦିକ ପାଣ୍ଡ୍ୟା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ପାଖରେ ପପଲ କ୍ୟାପ ଅଛି। ସେ ୫ ଟି ମ୍ୟାଚରେ ୧୨ ଟି ୱିକେଟ ନେଇଛନ୍ତି। ଉମେଶ ଯାଦବ ୧୦ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।