ବ୍ୟୁରୋ ରିପୋର୍ଟ: ଆଇସିସି ଇଣ୍ଡିଆନ ପ୍ରିମୀୟର ଲିଗ କାରଣରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ଏହାର ଖରାପ ପ୍ରଭାବ ପଡୁଛି ବୋଲି ଆଶଙ୍କା ଜଣାଇଛନ୍ତି। ଆଇସିସିର ଚେୟାରମ୍ୟାନ ଗ୍ରୀଗ ବାର୍କଲେ ଗୋଟେ ଦିନ ପୂର୍ବରୁ କହିଛନ୍ତି ଆଇପିଏଲ ଭଳି ଲିଗର ଅବଧି ଯଦି ବଢି ଚାଲିଲା ତେବେ ଅନ୍ତରାଷ୍ଟ୍ରିୟ ମ୍ୟାଚ କମ ହୋଇଯିବ। ଆଇପିଏଲରେ ଦୁଇଟି ନୂଆ ଟିମ ଜୋଡି ହେବା ଦ୍ଵାରା ଆଇପିଏଲ ୨୦୨୨ରେ ମ୍ୟାଚ ସଂଖ୍ୟା ବଢି ୭୪ ହୋଇଯାଇଛି ଯାହା ପୁର୍ବ ସିଜନରେ ୬୦ ଥିଲା। ଏହି ସିଜନରେ ଦୁଇ ନୂଆ ଟିମ ଯୋଡି ହେବା ଦ୍ଵାରା ମ୍ୟାଚ ୧୪ ଟି ବଢିଯାଇଥିଲା ଓ ପ୍ରାୟ ଦୁଇ ମାସ ଲିଗ ଚାଲିଯାଇଥିଲା।

ଏହା ପଚରାଯିବା ଦ୍ଵାରା କି ଆଇପିଏଲ ଓ ଅନ୍ତରାଷ୍ଟ୍ରୀୟ କ୍ୟାଲେଣ୍ଡର ମଧ୍ୟରେ ସନ୍ତୁଳନ କିପରି ବଜାର ରହିଥାଏ ବାର୍କଲେ କହିଛନ୍ତି,”ଏପରି ଘରୋଇ ଟୁର୍ଣ୍ଣାମେଣ୍ଟ ସଦସ୍ୟ ଦେଶଙ୍କ ଅଧିକାର କ୍ଷେତ୍ର ମାମଲା ଅଟେ। ଏହା ସେମାନଙ୍କ ନିଜସ୍ୱ ମାମଲା ଅଟେ ଏହାକୁ ସେ ନିଜ ଇଚ୍ଛା ଅନୁସାରେ ଚଲେଇ ପାରିବେ। କିନ୍ତୁ ଯଦି ଏହିପରି ଟୁର୍ଣ୍ଣାମେଣ୍ଟ ସଂଖ୍ୟାରେ ବଢିଚାଲିବ ତେବେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଉପରେ ଏହାର ପ୍ରଭାବ ପଡିବ”।
ସେ ଆଗକୁ କହିଛନ୍ତି,”ଆମେ ଜାଣିଛୁ କି ବର୍ଷର ୩୬୫ ଦିନ ହୋଇଥାଏ। ଏହା ପରେ ଯଦି ଘରୋଇ କ୍ରିକେଟ ଲିଗ ହେବ ଯାହା ଖେଳାଳିଙ୍କ ପାଇଁ ଆକର୍ଷିତ ଅଟେ ତେବେ କୌଣସି ନା କୌଣସି ସିରିଜରେ ଏହାର କ୍ଷତି ଉଠାଇବା ପାଇଁ ପଡିବ।ଏହି ବର୍ଷ ଆଇସିସିର ଇଭେଣ୍ଟ ହେଉଛି ଓ ଏଥିରେ ଅନେକ ଦିନ ଅଂଶଗ୍ରହଣ କରୁଛି। ଏହାର ଅବଧି ଅଧିକ ଲମ୍ବା ହୋଇଥାଏ ଏହା ଦ୍ଵାରା ଦୁଇ ଦେଶ ମଧ୍ୟରେ ସିରିଜ କମ ହୋଇଯିବ”।

ଆଇପିଏଲ ସୁନ୍ଦର ଟୁର୍ଣ୍ଣାମେଣ୍ଟ ଅଟେ: ବାର୍କେଲ:
ସେ ଆଇପିଏଲକୁ ନେଇ ଦୁଇ ପକ୍ଷ ସିରିଜକୁ ନେଇ ଚିନ୍ତା ଜଣାଇଛନ୍ତି ସତ କିନ୍ତୁ ସେ ଆଇପିଏଲ ଗୋଟେ ସୁନ୍ଦର ଟୁର୍ଣ୍ଣାମେଣ୍ଟ ଵୋଲି କହିଛନ୍ତି। ସେ କହିଛନ୍ତି,”ଦୁଇ ବର୍ଷର ଯାତ୍ରା ପ୍ରବନ୍ଧନ ପରେ ଭାରତ ଆସି ଖୁସି ଅଛି। ମତେ ଆଇପିଏଲ ପସନ୍ଦ ଓ ଏହା ଏକ ସୁନ୍ଦର ଟୁର୍ଣ୍ଣାମେଣ୍ଟ ଅଟେ। ବିସିସିଆଇ କ୍ରିକେଟ ପାଇଁ ଏପରି କରି ବହୁତ ଭଲ କରିଛି ଓ ଏହା ପ୍ରକୃତରେ ଗର୍ବର ବିସୟ ଅଟେ”।
ତେବେ IPL 2022 ରେ ନୂଆ ଟିମ ୨ଟି ଆସିଥିଲା। ଯାହାର ନାମ ଲକ୍ଷନୌ ସୁପର ଜାଏଂଟସ ଥିଲା ଓ ଅନ୍ୟଟିର ଗୁଜରାଟ ଟାଇଟନ୍ସ। ତେବେ ଚମ୍ପିୟନ ଗୁଜରାଟ ଟାଇଟନ୍ସ ହୋଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।