ୱିଲିୟମସନଙ୍କ ଜାଗାରେ ହାଇଦ୍ରାବାଦର ଅଧିନାୟକ ହେବେ ଏହି ଖେଳାଳି! ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ!

ବ୍ୟୁରୋ ରିପୋର୍ଟ: କେନ ୱିଲିୟମସନ ଆଇପିଏଲ ୨୦୨୨ରେ ୧୩ ମ୍ୟାଚରେ ୧୯.୬୪ର ଔସତରେ ୨୧୬ ରନ କରିଛନ୍ତି। ଏବେ ପ୍ରଶ୍ନ ଏହା କି କେନ ୱିଲିୟମସନ ସ୍ବଦେଶ ଫେରିଯିବା ଦ୍ଵାରା ଏବେ ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ଶେଷ ମ୍ୟାଚରେ ହାଇଦ୍ରାବାଦ ଟିମର ଅଧିନାୟକ କିଏ ହେବ? ଏହି ଦୌଡ଼ରେ ଉପଅଧିନାୟକ ଭୁବନେଶ୍ୱର କୁମାରଙ୍କ ସହ ଆଉ ଦୁଇ ଖେଳାଳି ମଧ୍ୟ ଅଛନ୍ତି, ଯିଏକି ପଞ୍ଜାଵ କିଙ୍ଗସ ବିରୁଦ୍ଧରେ ମ୍ୟାଚରେ ହାଇଦ୍ରାବାଦ ଟିମର ଅଧିନାୟକତ୍ୱ କରିପାରିନ୍ତି।

Google

ଭୁବନେଶ୍ୱର କୁମାର ହାଇଦ୍ରାବାଦରେ ସାମିଲ ଅନୁଭବୀ ଖେଳାଳିଙ୍କ ମଧ୍ୟରୁ ଜଣେ। ତାଙ୍କର ଆଇପିଏଲ ଖେଳିବାର ଅପାର ଅନୁଭବ ଅଛି। ସେ ୧୪୦ ରୁ ଅଧିକ ଆଇପିଏଲ ମ୍ୟାଚ ଖେଳିଛନ୍ତି। ସେ ବଲକୁ ଦୁଇ ପଟୁ ସୁଇଂ କରିପାରନ୍ତି ଓ ସେ ଆଇପିଏଲରେ ୧୫୦ ୱିକେଟ ନେଇଥିବା ପ୍ରଥମ ଭାରତୀୟ ପେସର ଅଟନ୍ତି।

ଆଇପିଏଲ ୨୦୨୨ରେ ମଧ୍ୟ ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଛନ୍ତି। ସେ ଡେର୍ଥ ଓଭରରେ ସୁନ୍ଦର ବୋଲିଙ୍ଗ କରୁଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ କର ବା ମର ମ୍ୟାଚରେ ୧୯ ତମ ଓଭର ମେଡେନ ପକାଇ ମ୍ୟାଚର ରୂପ ବଦଳାଇଦେଇଥିଲେ। ସେ ୨୦୧୯ ଆଇପିଏଲରେ ମଧ୍ୟ କେନ ୱିଲିୟମସନଙ୍କ ଅନୁପସ୍ଥିତରେ ହାଇଦ୍ରାବାଦର ଅଧିନାୟକତ୍ୱ କରିସାରିଛନ୍ତି।

Google

ୱେଷ୍ଟଇଣ୍ଡିଜର ଜବରଦସ୍ତ ବ୍ୟାଟ୍ସମ୍ୟାନ ନିକୋଲସ ପୁରନ ଦୁନିଆର ସର୍ବଶ୍ରେଷ୍ଠ ଫିନିସରଙ୍କ ମଧ୍ୟରୁ ଜଣେ। ତାଙ୍କୁ ଅଳ୍ପ ସମୟରୁ ୱେଷ୍ଟଇଣ୍ଡିଜର ସୀମିତ ଓଭର ଫର୍ମାଟର ନୂତନ ଅଧିନାୟକ କରାଯାଇଛି। ସେ ତିନି ବର୍ଷ ପଞ୍ଜାଵ ଟିମରୁ ମଧ୍ୟ ଖେଳିସାରିଛନ୍ତି।

ପୁରନଙ୍କୁ ମେଗା ଅକ୍ସନରେ ହାଇଦ୍ରାବାଦ ୧୦.୭୫ କୋଟିରେ ଟିମରେ ସାମିଲ କରିଥିଲା। ସେ ଆଇପିଏଲର ଏହି ସିଜନରେ ୧୫୦ ଷ୍ଟାଇକରେଟରେ ୩୦୦ ରୁ ଅଧିକ ରନ କରିସାରିଲେଣି। ସେ ୱିକେଟ ପଛରୁ ମଧ୍ୟ ବୋଲରଙ୍କୁ ସାହାଯ୍ୟ କରିପାରନ୍ତି। ସେଥିପାଇଁ କେନ ୱିଲିୟମସନଙ୍କ ଜାଗାରେ ପୁରନଙ୍କୁ ମଧ୍ୟ ଅଧିନାୟକ କରାଯାଇପାରେ।

Google

ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ମାର୍କରମ ମଧ୍ୟ ଏହି ଆଇପିଏଲ ସିଜନରେ ଅନେକ ଭଲ ପାରି ଖେଳିଛନ୍ତି। ସେ ଏହି ଆଇପିଏଲରେ ୧୪୦ ଷ୍ଟାଇକ ରେଟରେ ୩୫୦ ରୁ ଅଧିକ ରନ କରିଛନ୍ତି। ସେ ନିଜକୁ ଅଧିନାୟକ ସାବ୍ୟସ୍ତ ମଧ୍ୟ କରିଛନ୍ତି। ସେ ଅଣ୍ଡର-୧୯ ବିଶ୍ୱକପରେ ମଧ୍ୟ ଦକ୍ଷିଣ ଆଫ୍ରିକା ତରଫରୁ ଅଧିନାୟକତ୍ୱ କରିଛନ୍ତି।

ଫାଫ ଡୁ ପ୍ଲେସିଙ୍କ ଅନୁପସ୍ଥିତରେ ସେ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକତ୍ୱ ମଧ୍ୟ କରିସାରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକତ୍ୱ କରିଥିବା ଦ୍ୱିତୀୟ ଖେଳାଳି ଅଛନ୍ତି। ସେ ୨୩ ବର୍ଷ ୧୨୩ ଦିନରେ ପ୍ରଥମ ଥର ସିନିୟର ଟିମର ଅଧିନାୟକତ୍ୱ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *