IPL 2022 ର ଆଉ ଏକ ମ୍ୟାଚ ଯାହାକି କୋଲକତା ଏବଂ ମୁମ୍ବାଇ ଭିତରେ ଖେଳାଯାଇଥିଲା। ସେହି ମ୍ୟାଚକୁ କୋଲକତା ୫୨ ରନରେ ଜିତି ନେଇଛି। ଆଗ ବ୍ୟାଟିଂ କରି KKR ନିର୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ୧୧୩ ରନରେ ଅଲ ଆଉଟ ହୋଇଯାଇଥିଲା। ବୁମରା ଏହି ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ କୋଲକତାର କମିନ୍ସ ୩ଟି ୱିକେଟ ନେଇଥିଲେ।

KKR ଓପ୍ନର ସୁନ୍ଦର ପାରିର ଆରମ୍ଭ କରିଥିଲେ। ଏହି ମ୍ୟାଚ ଆରୋନ ଫିଞ୍ଚ ଏବଂ ବାବା ଇନ୍ଦ୍ରଜିତ ଖେଳୁନଥିଲେ। ଭେଙ୍କଟେସ୍ ଆୟର ଏବଂ ଅଜିଙ୍କ୍ୟ ରାହାଣେ ଓପନ କରିଥିଲେ। ଭେଙ୍କଟେସ ଆୟର ୨୪ ବଲରେ ୪୩ କରିଥିଲେ। ସେ ୩ଟି ଚୌକା ଓ ୪ଟି ଛକା ଲଗାଇଥିଲେ। ଅପରପକ୍ଷରେ ଅଜିଙ୍କ୍ୟ ରାହାଣେ ୨୪ ବଲରେ ୨୫ କରିଥିଲେ।
ଶ୍ରେୟସ ଅୟର ୬ କରି ଆଉଟ ହୋଇଯାଇଥିଲେ। ନୀତିଶ ରାଣା ସୁନ୍ଦର ପାରି ଖେଳିଥିଲେ। ସେ ୨୬ ବଲରେ ୪୩ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା ଓ ୪ଟି ଛକା। ଶେଷ ଆଡ଼କୁ ଦଳକୁ ୧୫୦ ପାର କରିବାରେ ମୂଖ୍ୟ ଭୂମିକା ନୀତିଶ ଏବଂ ରୀଙ୍କୁ ସିଂ ନେଇଥିଲେ। ରୀଙ୍କୁ ସିଂ ୧୯ ବଲରେ ୨୩ କରିଥିଲେ। ସେ ୨ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ବୋଲିଂରେ ଆନ୍ଦ୍ର ରସେଲ ସୁନ୍ଦର ବୋଲିଂ କରିଥିଲେ। ସେ ୨ଟି ୱିକେଟ ନେଇଥିଲେ।

ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ଆକର୍ଷଣୀୟ ବୋଲିଂ କରିଥିଲେ। ସେ ୪ ଓଭରରେ ୧୦ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ।
ମୁମ୍ବାଇ ପକ୍ଷରୁ ରୋହିତ ୨ ରନ କରି ଆଉଟ ହୋଇଯାଇଥିଲେ। ହେଲେ ଇଶାନ କିଷାନ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୪୩ ବଲରେ ୫୧ କରିଥିଲେ। ୫ଟି ଚୌକା ଓ ଗୋଟିଏ ଛକା ଇଶାନ କିଷାନ ଲଗାଇଥିଲେ। ଏହି ମ୍ୟାଚ ସୂର୍ଯ୍ୟ କୁମାର ଯାଦବ ଖେନଥିଲେ। ସେ IPL 2022 ରୁ ବାଦ ପଡିଛନ୍ତି। ତିଲକ ବର୍ମା ୬ କରି ଆଉଟ ହୋଇଯାଇଥିଲେ। କିରୋନ ପୋଲାର୍ଡ଼ ୧୬ ବଲରେ ୧୫ କରିଥିଲେ ଓ ଟିମ ଡାଭିଡ ୯ ବଲରେ ୧୩ କରିଥିଲେ। ତେବେ କୋଲକତାର ଏହି ବିଜୟ ଫଳରେ ସେ ନମ୍ବର ୭ ରେ ଥିବା ବେଳେ ମୁମ୍ବାଇ ନମ୍ବର ୧୦ ରେ ଅଛି।
KKR move to the 7th spot after a win in Match No. 56 of IPL 2022 ??#IPL #IPL2022 #kkrhaitaiyaar #MumbaiIndians #kkrvmi pic.twitter.com/NW5qL6P9bX
— Sportskeeda (@Sportskeeda) May 9, 2022
କୋଲକତା ପକ୍ଷରୁ ସୁନ୍ଦର ବୋଲିଂ କରିଥିଲେ ପ୍ୟାଟ କମିନ୍ସ। ସେ ୪ ଓଭରରେ ୨୨ ରନ ଦେଇ ୩ଟି ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।