IPL 2022: ଲକ୍ଷନୌ ବିପକ୍ଷରେ ବାଙ୍ଗାଲୋରକୁ ରହିବାକୁ ହେବ ସାବଧାନ! ଏହି ଦୁଇ ଖେଳାଳି କରିସାରିଲେଣି ୫୦୦+ ରନ

ବ୍ୟୁରୋ ରିପୋର୍ଟ: ଆରସିବି ଟିମ ଆଇପିଏଲ ୨୦୨୨ରେ ପ୍ଲେ ଅଫରେ ପହଁଚିଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇଲା ଓ ଏହା ସହିତ ଦିଲ୍ଲୀ ପ୍ଲେ ଅଫରୁ ବାହାର ହୋଇଯାଇଛି। ଏବେ ଆରସିବି ୨୫ ମଇକୁ ଏଲିମିନେଟର ମ୍ୟାଚରେ ଲକ୍ଷନୌ ସହ ସାମ୍ନା ସାମ୍ନି ହେବାର ଅଛି।

Google

ଲକ୍ଷନୌ ସୁପର ଜାଏଣ୍ଟସ ଆଇପିଏଲରେ ପ୍ରଥମ ଥର ଓହ୍ଲାଇଛି। ଏହି ସିଜନର ଲିଗ ରାଉଣ୍ଡରେ ଦୁହେଁ ପୂର୍ବରୁ ଥରେ ସାମ୍ନା ସାମ୍ନି ହୋଇଥିଲେ ଓ ସେହି ମ୍ୟାଚକୁ ଆରସିବି ୧୮ ରନରେ ଜିତିଥିଲା। ତେଣୁ ବିରାଟ କୋହଲିଙ୍କ ଟିମ ପାଖରେ ଆତ୍ମ ବିଶ୍ୱାସ ରହିପାରେ।

ସେହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୧୮୧ ରନ କରିଥିଲା। ଅଧିନାୟକ ଫାଫ ଡୁ ପ୍ଲେସି ୯୬ ରନର ଜବରଦସ୍ତ ପାରି ଖେଳିଥିଲେ। ଜବାବରେ ଲକ୍ଷନୌ ଟିମ ୮ ୱିକେଟ ହରାଇ ୧୬୩ ରନ କରିଥିଲା। କୁନାଲ ପାଣ୍ଡ୍ୟା ସର୍ବାଧିକ ୪୨ ରନ କରିଥିଲେ। ଜୋସ ହେଜେଲଉଡ଼ ୨୫ ରନ ଦେଇ ୪ ଟି ୱିକେଟ ନେଇଥିଲେ।

Google

ଆରସିବି ପାଇଁ ସବୁଠୁ ବଡ଼ କଷ୍ଟ ଲକ୍ଷନୌ ଅଧିନାୟକ କେ ଏଲ ରାହୁଲ ଓ ଓପନର କ୍ୱିଣ୍ଟନ ଡିକକ ହୋଇପାରନ୍ତି। ଦୁହେଁ ଏହି ସିଜନରେ ୫୦୦ ରୁ ଅଧିକ ରନ କରିସାରିଲେଣି। ରାହୁଲ ୨ ଟି ଶତକ ଓ ତିନୋଟି ଅର୍ଦ୍ଧଶତକ ସହ ୫୩୭ ରନ କରିଛନ୍ତି। କ୍ୱିଣ୍ଟନ ଡି କକ ଗୋଟେ ଶତକ ଓ ତିନୋଟି ଅର୍ଦ୍ଧଶତକ ସହ ୫୦୨ ରନ କରିଛନ୍ତି। ଅନ୍ୟ ପଟେ ଆରସିବିର କୌଣସି ଖେଳାଳି ୫୦୦ ରନ କରିନାହାଁନ୍ତି ଏହି ସିଜନରେ।

ଆରସିବି ତରଫରୁ ଫାଫ ଡୁ ପ୍ଲେସି ତିନୋଟି ଅର୍ଦ୍ଧଶତକ ସହ ୪୪୩ ରନ କରିଛନ୍ତି। ବିରାଟ କୋହଲି ୩୦୯ ରନ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହାଦ୍ଵାରା ଜଣାପଡୁଛି କି ଆରସିବିର ବ୍ୟାଟିଙ୍ଗ କମଜୋର ପ୍ରାୟ ଅଟେ। ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେସ କାର୍ତ୍ତିକ ୨୮୭ ରନ କରିଛନ୍ତି।

Google

କେ ଏଲ ରାହୁଲ ଓ ଡି କକଙ୍କ ପ୍ରଦର୍ଶନ ଆରସିବି ବିରୁଦ୍ଧରେ ଭଲ ରହିଛି। ରାହୁଲ ଆରସିବି ବିରୁଦ୍ଧରେ ୧୧ ପାରିରେ ୭୬ ଔସତରେ ୫୩୧ ରନ କରିଛନ୍ତି। ଗୋଟେ ଶତକ ଓ ୨ ଟି ଅର୍ଦ୍ଧଶତକ ମାରିଛନ୍ତି, ଷ୍ଟାଇକ ରେଟ ୧୫୦ ରହିଛି। ଡିକକ ଆରସିବି ବିରୁଦ୍ଧରେ ୧୦ ପାରିରେ ୩୭ ଔସତରେ ୩୬୫ ରନ କରିଛନ୍ତି। ଗୋଟେ ଶତକ ଓ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.