୨୦୨୨ ଆଇପିଏଲର ସମସ୍ତ ଲିଗ ମ୍ୟାଚ ଶେଷ ହୋଇ ସାରିଛି। କେବଳ ଫାଇନାଲ ମ୍ୟାଚ ବାକି ରହିଛି ଯାହା କି ଗୁଜରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲସ ମଧ୍ୟରେ। କିନ୍ତୁ ସମ୍ପୂର୍ଣ୍ଣ ଆଇପିଏଲରେ ଭାରତୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେମାନେ ସମ୍ପୂର୍ଣ୍ଣ ଭାବରେ ନିଜର ପ୍ରକୃତ ଖେଳ ଦେଖାଇ ପାରି ନଥିଲେ। ଏମାନଙ୍କ ମଧ୍ୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ବଡ଼ ବଡ଼ ଅଭିଜ୍ଞ ଭାରତୀୟ ଖେଳାଳିଙ୍କ ନାମ ସାମିଲ ରହିଛି। ଉଭୟ ୨୦୨୨ ଆଇପିଏଲ ସିଜିନ-୧୫ ରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନଥିଲେ। ଉଭୟ ନିଜ ଦଳକୁ ଆଇପିଏଲ ଫାଇନାଲରେ ପହଂଚାଇ ପାରି ନଥିଲେ। କୋହଲି ଏବଂ ରୋହିତ ଉଭୟ ଖରାପ ସର୍ଟ ଖେଳି ଆଉଟ ହେବାର ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ଆଗାମୀ କିଛି ମାସରେ ବିଶ୍ୱକପ ମ୍ୟାଚ ରହିଛି। ଭାରତୀୟ ଦଳ ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି ଟ୍ୱେଣ୍ଟି ମ୍ୟାଚ ଖେଳିବ। ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆ ଯାଇଛି। ତେବେ ଉଭୟଙ୍କ ଖରାପ ପ୍ରଦର୍ଶନ ବିସିସିଆଇ ପାଇଁ ଚିନ୍ତାର କାରଣ ହୋଇଛି। ଭାରତୀୟ କ୍ରିକେଟ ପ୍ରେମୀ ମଧ୍ୟ ତାଙ୍କ ପ୍ରିୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ଚିନ୍ତାରେ ରହିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଚଳିତ ଆଇପିଏଲର ୧୬ ଟି ମ୍ୟାଚରୁ ମାତ୍ର ୪ ଟି ମ୍ୟାଚରେ ୩୦ ରୁ ଉର୍ଦ୍ଧ୍ବ ରନ ସଂଗ୍ରହ କରି ପାରିଥିଲେ। ଏଥିମଧ୍ୟରୁ ତାଙ୍କ ସର୍ବାଧିକ ସ୍କୋର ୭୩ ରନ ଥିଲା ଯାହାକି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଥିଲା। କିନ୍ତୁ ୬ ଟି ମ୍ୟାଚରେ ସେ ୧୦ ରୁ କମ୍ ରନ କରି ଆଉଟ ହୋଇଥିଲେ। ଏଥିମଧ୍ୟରୁ ପ୍ରାୟ ମ୍ୟାଚରେ ସେ ଶୁନ୍ୟରେ ଆଉଟ ମଧ୍ୟ ହୋଇଥିଲେ। ସମ୍ପୂର୍ଣ୍ଣ ଆଇପିଏଲ ୨୦୨୨ ସିଜିନ ୧୫ ରେ ତାଙ୍କ ଅଉସତ ମଧ୍ୟ ଖରାପ ରହିଥିଲା। ସେ ମାତ୍ର ୩୪୧ ରନ କରି ପାରିଥିଲେ ଯାହାକି ଏକ ଆଇପିଏଲ ସିଜିନ ତାଙ୍କର ସବୁଠାରୁ କମ୍ ସ୍କୋର ରହିଥିଲା।
ଅଧିନାୟକ ରୋହିତ ଶର୍ମା ମଧ୍ୟ ନିଜ ଖରାପ ଫର୍ମକୁ ନେଇ ଚିନ୍ତରେ ଥିବାର ଦେଖିବାକୁ ମିଳିଥିଲା। ସେ ଖେଳିଥିବା ୧୪ ଟି ମ୍ୟାଚରୁ ମାତ୍ର ୪ ଟି ମ୍ୟାଚରେ ମାତ୍ର ୩୦ ରୁ ଉର୍ଦ୍ଧ୍ବ ରନ କରିଥିଲେ। ତାଙ୍କ ସର୍ବାଧିକ ସ୍କୋର ମାତ୍ର ୪୮ ରନ ଥିଲା। ଚଳିତ ଆଇପିଏଲରେ ସେ ଅର୍ଦ୍ଧଶତକ ହାସଲ କରି ପାରି ନଥିଲେ। ଅନ୍ୟ କିଛି ମ୍ୟାଚ ମଧ୍ୟରୁ ସେ ୬ ଟି ମ୍ୟାଚରେ ୧୦ ରୁ କମ୍ ରନ କରି ଆଉଟ ହୋଇଥିଲେ। ୨୦୨୨ ରେ ତାଙ୍କ ସମୁଦାୟ ସ୍କୋର ରହିଥିଲା ମାତ୍ର ୨୬୮ ରନ ରହିଥିଲା। ଏହା ତାଙ୍କ ଆଇପିଏଲ କ୍ୟାରିଅରର ସବୁଠାରୁ କମ୍ ସ୍କୋର ରହିଥିଲା।

ଉଭୟ ନିଜ ଉଚ୍ଚକୋଟୀର ବ୍ୟାଟିଂକୁ ନେଇ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ତାଙ୍କ ବିଫଳତା ଦର୍ଶକମାନଙ୍କୁ ନିରାଶ କରିଥିଲା। କିନ୍ତୁ ନିଜ ଫର୍ମକୁ ଫେରିବା ତାଙ୍କ ପାଇଁ ପ୍ରାୟ ବେଶୀ କଷ୍ଟସାଧ୍ୟ ନୁହେଁ। ଭାରତୀୟମାନଙ୍କ ଆଶା ଯେ, ଉଭୟ ବିଶ୍ୱକପରେ ନିଜ ଫର୍ମକୁ ପୁନର୍ବାର ଫେରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।