ପ୍ରଥମ ଥର CSK ନାମରେ ଲଜ୍ଜାଜନକ କାରନାମା! ରବୀନ୍ଦ୍ର ଜାଡେଜା କହିଲେ ପରାଜୟର କାରଣ!

ବ୍ୟୁରୋ ରିପୋର୍ଟ: ଚାରିଥରର ଆଇପିଏଲ ଚାମ୍ପିୟାନ ସିଏସକେକୁ ଗୁରୁବାର ଦିନ ବ୍ରେବୋନ ଷ୍ଟାଡିୟମରର ଲକ୍ଷନୌ ଟିମ ୬ ୱିକେଟରେ ହରାଇଦେଇଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ ଖେଳୁଥିବା ସିଏସକେ ପ୍ରଥମେ ଖେଳି ୨୧୦ ରନ କରିଥିଲା। ଲକ୍ଷନୌ ସୁପର ଯାଏଣ୍ଟସ ଏହି ବଡ଼ ଟାର୍ଗେଟକୁ ୩ ଟି ବଲ ବାକିଥାଇ ହାସଲ କରିନେଇଛି। ଏପରି ଲିଗରେ ପ୍ରଥମ ଥର ହୋଇଛିକି ସିଏସକେ ଲିଗରେ ଲଗାତର ପ୍ରଥମ ଦୁଇଟି ମ୍ୟାଚ ହାରିଛି। ଏହି ହାରିବାର କାରଣ ଜାଡେଜା ଖରାପ ଫିଲଡିଙ୍ଗକୁ କହିଛନ୍ତି।

Google

ଚେନ୍ନାଇ ସୁପର କିଙ୍ଗସ ରବିନ ଉଥାପା (୫୦) ଓ ସିବମ ଦୁବେ (୪୯)ଙ୍କର ସୁନ୍ଦର ପାରି ଦ୍ଵାରା ୨୦ ଓଭରରେ ୭ ୱିକେଟ ହରାଇ ୨୧୦ ରନ କରିଥିଲା। ଲକ୍ଷନୌ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱି ଣ୍ଟନ ଡିକକ (୬୧),ଇଭନ ଲୁଇସ (୫୫)ଙ୍କର ସୁନ୍ଦର ପ୍ରଦର୍ଶନ ଦ୍ଵାରା ବିଜୟ ହାସଲ କରିଛି।ସୁପର କିଙ୍ଗସର ଅଧିନାୟକ ରବିନ୍ଦ୍ର ଜାଡେଜା ମ୍ୟାଚ ପରେ ସ୍ୱିକାର କରିଛନ୍ତିକି ଖରାପ ପ୍ରଦର୍ଶନର ଫଳ ତାଙ୍କୁ ଭୋଗିବାକୁ ପଡିଛି। ସୁପର କିଙ୍ଗସ ଲକ୍ଷନୌର ଅଧିନାୟକ କେଏଲ ରାହୁଲ ଓ କ୍ୱିଣ୍ଟନ ଡି କକ ଦୁହିଁଙ୍କ ମ୍ୟାଚ ଛାଡିଛନ୍ତି।ଡିକକ ଓ ରାହୁଲ ୯୯ ରନର ଓପନର ପାର୍ଟନରସିପ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଜାଡେଜା କହିଛନ୍ତି,”ଆମର ଆରମ୍ଭ ବହୁତ ଭଲ ରହିଥିଲା। କିନ୍ତୁ ମ୍ୟାଚ ଜିତିବା ପାଇଁ ଆପଣଙ୍କୁ ଭଲ ଫିଲଡିଙ୍ଗ କରି କ୍ୟାଚ ଧରିବାକୁ ହେବ। ଆଜି ଅଧିକ ଡିଉ ପଡୁଥିଲା ଓ ବଲ ହାତରେ ବଲସେ ଧରି ହେଉନଥିଲା। ଆମକୁ ଓଦା ବଲରେ ଅଭ୍ୟାସ କରିବାକୁ ହେବ”।

Google

ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସା କରି ଜାଡେଜା କହିଛନ୍ତି,”ଶୀର୍ଷ ୬ ବ୍ୟାଟ୍ସମ୍ୟାନ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ୱିକେଟ ବ୍ୟାଟିଙ୍ଗ ପାଇଁ ବହୁତ ଭଲ ଥିଲା। ବୋଲିଙ୍ଗରେ ଆମକୁ ପ୍ଲାନରେ ବୋଲିଙ୍ଗ କରିବାକୁ ହେବ” ଲକ୍ଷନୌକୁ ଶେଷ ୨ ଓଭରରେ ଜିତିବା ପାଇଁ ୩୪ ରନର ଆବଶ୍ୟକତା ଥିଲା। ଜାଡେଜା ୧୯ ତମ ଓଭର ଅଲରାଉଣ୍ଡର ଶିଭମ ଦୁବେଙ୍କୁ ବୋଲିଙ୍ଗ ଦେଇଥିଲେ। ସେ ସେହି ଓଭରରେ ୨୫ ରନ ଦେଇଥିଲେ ଓ ମ୍ୟାଚର ରୂପ ପୁରା ବଦଳିଯାଇଥିଲା। ତେବେ IPL 2022 ର ପ୍ରଥମ ଦୁଇଟି ମ୍ୟାଚ ହାରିଯାଇଛି CSK ଯେବେକି ଲକ୍ଷନୌ ଗୋଟିଏ ଜିତିଥିବା ବେଳେ ଗୋଟିଏ ମ୍ୟାଚ ହରିଛି। ଏହି ପରାଜୟ ତାଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ୱାଲା ଟିମ ଗୁଜୁରାଟ ଠୁ ମିଳିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *