ବ୍ୟୁରୋ ରିପୋର୍ଟ:ମୁମ୍ବାଇ ଇଣ୍ଡିଆନ୍ସ ଟିମ ଆଇପିଏଲ ୨୦୨୨ର ପ୍ରସ୍ତୁତିରେ ଲାଗିଛି। ପୂର୍ଵ ସିଜନରେ ଟିମର ପ୍ରଦର୍ଶନ ଭଲ ରହିନଥିଲା କିନ୍ତୁ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି। ଏଥର ଟିମର ଅନେକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅନ୍ୟ ଟିମକୁ ଯାଇସାରିଛନ୍ତି। ଏଥିରେ ହାର୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା ଓ କ୍ୱିଣ୍ଟନ ଡିକକ ସାମିଲ ଅଛନ୍ତି। ଆଇପିଏଲର ୧୫ ତମ ସିଜନର ଆରମ୍ଭ ୨୬ ମାର୍ଚ୍ଚରୁ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ସିଏସକେ ଓ କେକେଆର ମଧ୍ୟରେ ଖେଳାଯିବ। ମୁମ୍ବାଇ ଟିମ ନିଜର ପ୍ରଥମ ମ୍ୟାଚ ୨୭ ମାର୍ଚ୍ଚକୁ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ଖେଳିବାର ଅଛି।

ଆଇପିଏଲର ଏହି ସିଜନରେ ୧୦ ଟିମ ଓହ୍ଲାଇବାକୁ ଯାଉଛି। ଏହା ମଧ୍ୟରେ ମୁମ୍ବାଇ ଟିମ ପ୍ରସ୍ତୁତିର ଏକ ଭିଡ଼ିଓ ସେୟାର କରିଛି। ଏହି ଭିଡ଼ିଓରେ କାୟରଜ ପୋଲାଡ଼ ଗ୍ରାଉଣ୍ଡର ଚାରିପାଖକୁ ବଡ଼ ଶର୍ଟ ମାରୁଥିବା ଦେଖାଯାଉଛି। ତାଙ୍କ ସହ ବେବି ଡିଭିଲିୟର୍ସ ନାମରେ ପ୍ରସିଦ୍ଧ ଦକ୍ଷିଣ ଆଫ୍ରିକାର ଯୁବ ଖେଳାଳି ବ୍ରେବିସ ମଧ୍ୟ ବଡ଼ ଶର୍ଟ ମାରୁଥିବା ଦେଖାଯାଇଛି। ସେ ଅଳ୍ପ ଦିନ ତଳେ ଅଣ୍ଡର-୧୯ ବିଶ୍ୱକପରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହି କାରଣରୁ ମୁମ୍ବାଇ ତାଙ୍କୁ ଟିମରେ ସାମିଲ କରିଥିଲା।
ଇସାନ କିସନଙ୍କୁ ୧୫-୨୫ କୋଟିରେ କିଣିଛି:
ମୁମ୍ବାଇ ଇଣ୍ଡିଆନ୍ସ ମେଗା ଅକ୍ସନରେ ୱିକେଟକିପର ବ୍ୟାଟ୍ସମ୍ୟାନ ଇସାନ କିସନଙ୍କୁ ୧୫.୨୫କୋଟିରେ କିଣିଥିଲା। ସେ ସବୁଠୁ ଦାମୀ ବିକ୍ରି ହୋଇଥିବା ଖେଳାଳି ହୋଇଥିଲେ। ଏହା ସହ ଟିମ ସିଙ୍ଗାପୁରର ଖେଳାଳି ଟିମ ଡେଭିଡ , ବୋଲର ଜୋଫ୍ରା ଆର୍ଚ୍ଚର, ବୋଲର ଜୟଦେବ ଉନାଦକତଙ୍କୁ ମଧ୍ୟ ଟିମରେ ସାମିଲ କରିଛି। ଆର୍ଚ୍ଚର ଏହି ସିଜନରେ ଖେଳିନପାରନ୍ତି।
Exquisite shots, yorkers and class! 💙
📽️ Sit back and enjoy a minute long 🔥 net session featuring Polly, Boom and Brevis! 🤩#OneFamily #MumbaiIndians @KieronPollard55 @Jaspritbumrah93 MI TV pic.twitter.com/X0vz7qbHNx
— Mumbai Indians (@mipaltan) March 21, 2022
ଏହା ଆଇପିଏଲର ୧୫ ତମ ସିଜନ ଅଟେ,ମୁମ୍ବାଇ ଇଣ୍ଡିଆନ୍ସ ଭଳି ମହେନ୍ଦ୍ର ସିଂହଙ୍କ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ୪ ଥର ଆଇପିଏଲ ଚମ୍ପିୟାନ ହୋଇଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।