ମୁମ୍ବାଇ ଇଣ୍ଡିଆନ୍ସର ଚୂଡାନ୍ତ ଏକାଦଶରେ କଣ ପାଇଁ ହେଲାନି ଅର୍ଜୁନ ତେନ୍ଦୁଲକରଙ୍କ ଚୟନ? ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ମେଗା ଅକ୍ସନରେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନ ତେନ୍ଦୁଲକରଙ୍କୁ ଟିମରେ ସାମିଲ କରିଥିଲା। ଆଇପିଏଲ ୨୦୨୧ରେ ମଧ୍ୟ ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ଥିଲେ। କଣ ପାଇଁ ଆଇପିଏଲ ୨୦୨୨ ରେ ଅର୍ଜୁନଙ୍କୁ ମୁମ୍ବାଇ ଟିମର ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନାହିଁ ଏହାକୁ ନେଇ ବୋଲିଙ୍ଗ କୋଚ ସେନ ବଣ୍ଡ ବୟାନ ଦେଇଛନ୍ତି। ଅର୍ଜୁନ ପୂର୍ଵ ଦୁଇ ବର୍ଷରୁ ମୁମ୍ବାଇ ଟିମରେ ଅଛନ୍ତି।

Google

ନ୍ୟୁଜିଲାଣ୍ଡର ପୂର୍ଵ ପେସର ତଥା ମୁମ୍ବାଇ ଇଣ୍ଡିଆନ୍ସର ବୋଲିଙ୍ଗ କୋଚ ସେନ ବଣ୍ଡ କହିଛନ୍ତି ଅର୍ଜୁନଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ହେବାକୁ ହେଲେ ନିଜ ବ୍ୟାଟିଙ୍ଗ ଓ ଫିଲଡିଙ୍ଗରେ ଆହୁରି ସୁଧାର କରିବାକୁ ପଡିବ। ସ୍ପୋର୍ଟସ କିଡାରେ କଥା ହୋଇ ସେନ ବଣ୍ଡ କହିଛନ୍ତି,”ଟିମରେ ଜାଗା ପାଇବା ପାଇଁ ତାଙ୍କୁ ଆହୁରି ପରିଶ୍ରମ କରିବାକୁ ହେବ। ଯେବେ ଆପଣ ମୁମ୍ବାଇ ପାଇଁ ଖେଳୁଛନ୍ତି ଟିମ ହେବା ଏକ ଆଉ କଥା ଓ ଚୂଡାନ୍ତ ଏକାଦଶରେ ପ୍ରବେଶ କରିବା ଅନ୍ୟ କଥା ଅଟେ”।

ବ୍ୟାଟିଙ୍ଗ-ଫିଲଡିଙ୍ଗରେ ସୁଧାର କରିବାର ଆବଶ୍ୟକତା:

ସେନ ବୋଣ୍ଡ ଆଗକୁ କହିଛନ୍ତି,”ଅର୍ଜୁନଙ୍କୁ ଏବେ ଆହୁରି କଠିନ ପରିଶ୍ରମ କରିବାର ଆବଶ୍ୟକତା ଅଛି। ଯେବେ ଆପଣ ଏହି ଲେବଲରେ ଖେଳିଥାନ୍ତି ସେବେ ସମସ୍ତଙ୍କୁ ମୌକା ଦେବା ପାଇଁ ଏକ ଲାଇନ ହୋଇଥାଏ। ଆପଣଙ୍କୁ ନିଜ ସ୍ଥାନ କମାଇବା ପାଇଁ ପଡିଥାଏ। ଅର୍ଜୁନଙ୍କୁ ଟିମରେ ଜାଗା ପାଇବା ପାଇଁ ନିଜ ବ୍ୟାଟିଙ୍ଗ ଓ ଫିଲଡିଙ୍ଗ ଉପରେ ଅଧିକ କାମ କରିବାକୁ ହେବ। ଆଶା କରୁଛି କି ସେ ଆଗକୁ ବଢିପାରନ୍ତି ଓ ଟିମରେ ଜାଗା ପାଇପାରନ୍ତି”।

Google

୧୦ମ ସ୍ଥାନରେ ରହିଥିଲା ମୁମ୍ବାଇ ଇଣ୍ଡିଆନ୍ସ:

ଆଇପିଏଲ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ବହୁତ ନିରାଶଜନକ ରହିଛି। ଯାହା ଦ୍ୱାରାଟିମ ପ୍ଲେଅଫରେ ପହଁଚିପାରିନଥିଲା।ଆଇପିଏଲ ୨୦୨୨ରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରୁ ମାତ୍ର ୪ ଟି ମ୍ୟାଚ ଜିତିଥିଲା। ୮ ଅଙ୍କ ସହିତ ମୁମ୍ବାଇ ୧୦ ମ ସ୍ଥାନରେ ରହିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *